ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏ ଯାଏ ଜିତିନି ବିଜେପି; ପ୍ରତିଥର ବଦଳୁଛନ୍ତି ପ୍ରାର୍ଥୀ, ଆଗକୁ କିଏ?
ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍ କରିଛି ବିଜେପି। ଏଥିପାଇଁ କେନ୍ଦ୍ରୀୟ ନେତା ବାରମ୍ବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପ୍ରବାସୀ ଭୋଟ୍ କିପରି ଟାଣି ହେବ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି ଚାଲିଛି। ଏଥିପାଇଁ ସୁରତ ସାଂସଦ ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍ଙ୍କୁ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଗଞ୍ଜାମ ଜିଲ୍ଲାର ପାତ୍ରପୁର […]









