ରାଜ୍ୟ ସ୍ପେଶାଲ ରିପୋର୍ଟ

ଶାଶୁ ଓ ଦିବ୍ୟାଙ୍ଗ ଦେଢଶୁରଙ୍କୁ ଘରେ ତାଲା ଦେଇ ବୋହୂ ଫେରାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗ୍ରାମର ଜଣେ ବୋହୂ ନିଜ ଶାଶୁ ସୁମିତ୍ରା ବେଶ୍ରା ଓ ଦେଢଶୁର ଦିବ୍ୟାଙ୍ଗ ପରମାନନ୍ଦ ବେଶ୍ରା ଉଭୟ ଘରେ ଥିଲାବେଳେ ଘର ବାହାର ପଟୁ ୫ ଦିନ ହେଲାଣି ତାଲା ଦେଇ ନିଜ ଝିଅକୁ ନେଇ କେଉଁ ଆଡେ ଫେରାର ହେଇଯାଇଛନ୍ତି ।ଏହି ଖବର ପାଇ କଙ୍କଡାହାଡ଼ ଥାନାର ଏଏସଆଇ ମିହିର କୁମାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କ ଆମେରିକା ଗସ୍ତ ପ୍ରସଙ୍ଗ-ଅପ୍ରସଙ୍ଗ ଦ୍ବନ୍ଦ୍ବ

ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ ଜଣେ ଓଜସ୍ବିନୀ ବକ୍ତା। ତେବେ ଇଂରାଜୀରେ ତାଙ୍କର ସେତେଟା ଦଖଲ ନାହିଁ। ଏପରିକି ତାଙ୍କ ସ୍ନାତକୋତ୍ତର ଡିଗ୍ରିର ବୈଧତାକୁ ନେଇ ବିରୋଧୀ କିଛିମାସ ହେଲା ତାଙ୍କୁ ଘେରିଆସୁଛନ୍ତି। ତାଙ୍କ କଟ୍ଟର ବିରୋଧୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତ ପ୍ରଧାନମନ୍ତ୍ରୀଙ୍କୁ ‘ମୂର୍ଖ’ ବୋଲି ବାରମ୍ବାର କହିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମୋଦୀଙ୍କ ସଦ୍ୟସମାପ୍ତ ଆମେରିକା ଗସ୍ତରେ ଭାରତର କୂଟନୈତିକ ସମ୍ପର୍କ ଦୃଢ଼ ହେଲା ନା ବିଗିଡ଼ିଲା, ସେ ନେଇ ବସ୍ତୁନିଷ୍ଠ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ-ଆମେରିକା ସଂପର୍କର ନୂଆ ଯାତ୍ରା ଆରମ୍ଭ: ମୋଦୀ

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୱାସିଂଟନସ୍ଥିତ ରୋନାଲ୍‌ଡ ରିଗାନ ଭବନରେ ଭାରତୀୟ ସମୁଦାୟକୁ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି ଯେ, ଭାରତ-ଆମେରିକା ସଂପର୍କର ନୂଆ ଯାତ୍ରା ଏବେ ଆମ୍ଭ ହୋଇଛି। ଏହି ନୂଆ ଯାତ୍ରା ‘ମେକ୍‌ ଇନ୍‌ ଇଣ୍ଡିଆ , ମେକ୍‌ ଫର୍‌ ଦି ୱାର୍ଲ‌୍ଡ’ ଅଭିଯାନ ଆଧାରରେ ଆଗକୁ ବଢ଼ିବ। ଉଭୟ ରାଷ୍ଟ୍ର ସୁଦୃଢ଼ ଓ ବିଶ୍ବସନୀୟ ସହଯୋଗୀ ଭାବେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ବେଙ୍ଗାଲୁରୁ ଓ ଅହମଦାବାଦରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୃଷ୍ଟି ହେଲା ଲଘୁଚାପ: ଆଜିଠାରୁ ବଢିବ ବର୍ଷା ପରିମାଣ, ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ଏହାର ପ୍ରଭାବରେ ରବିବାରଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଆମେରିକାର ସମର୍ଥନକୁ ଦୋହରାଇଲେ ବାଇଡେନ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଆମେରିକାର ସମର୍ଥନକୁ ଦୋହରାଇଛନ୍ତି। ନ୍ୟୁକ୍ଳିୟର ସପ୍ଲାୟର ଗ୍ରୁପ୍ (ଏନ୍‌ଏସ୍‌ଜି)ରେ ଭାରତର ସଦସ୍ୟତାକୁ ମଧ୍ୟ ଆମେରିକା ସମର୍ଥନ କରେ ବୋଲି ସେ କହିଛନ୍ତି। ବାଇଡେନ କହିଛନ୍ତି, ଜାତିସଂଘ ବ୍ୟବସ୍ଥାକୁ ଭାରତର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏଣୁ ୨୦୨୮-୨୯ ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରାର୍ଥିତ୍ବକୁ ଆମେରିକା ସ୍ବାଗତ କରିବ। ବହୁପାକ୍ଷିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଟିନ୍‌ଙ୍କ ପାଇଁ ଘୋର ବିପଦ

ମସ୍କୋ : ରୁଷ୍‌‌ ସରକାର ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ବିଦ୍ରୋହ ସାରା ବିଶ୍ବକୁ ବିସ୍ମିତ କରିଦେଇଛି । ୟୁକ୍ରେନରେ ଯୁଦ୍ଧ ଜାରି ରଖିଥିବା ରୁଷ୍‌ ଏବେ ନିଜେ ବଡ଼ ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ରୁଷ୍‌ର ଘରୋଇ ସେନା ୱାଗ୍‌ନର ଗ୍ରୁପ୍‌ ଆଜି ମସ୍କୋ ଦଖଲ ପାଇଁ ଅଭିଯାନରେ ଆଗକୁ ବଢ଼ିବା ଏବଂ ମସ୍କୋରେ ପ୍ରବେଶ ପୂର୍ବରୁ ରକ୍ତପାତ ଏଡ଼ାଇବାକୁ ପଛକୁ ଫେରିବା ଘଟଣା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଟ୍ ଡଗ୍ ବିକ୍ରେତାରୁ ଭଡ଼ାଟିଆ ସୈନ୍ୟ ଦଳର ମୁଖ୍ୟ, ପୁଟିନଙ୍କୁ ଆହ୍ବାନ ଦେଇଥିବା ୱାଗ୍‌ନର ମୁଖ୍ୟ କିଏ?

ମସ୍କୋ: ରୁଷ୍‌ର ମର୍ସିନେରୀ (ଭଡ଼ାଟିଆ ସୈନ୍ୟ) ଦଳ ‘ୱାଗନର ଗ୍ରୁପ୍‌’ ମୁଖ୍ୟ ୟେବଜନି ପ୍ରିଗୋଝିନ ଶନିବାର ରୁଷ୍ ସାମରିକ ନେତୃତ୍ବର ପତନ ଘଟାଇବାକୁ ସଂକଳ୍ପ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷ୍‌ର ବଡ଼ ଧରଣର ଆକ୍ରମଣ ପରେ ବ୍ୟବସାୟୀ ୟେବଗେନି ପ୍ରିଗୋଝିନ ରୁଷ୍ ସାମରିକ ନେତୃତ୍ବର କଡ଼ା ସମାଲୋଚନା କରିଛନ୍ତି। ପ୍ରିଗୋଝିନ ଜଣେ ଅର୍ବୁଦପତି ଯିଏ ରାଷ୍ଟ୍ର ସହ ଚୁକ୍ତିନାମାରୁ ନିଜର ଭାଗ୍ୟ ଗଠନ କରିଛନ୍ତି। ତେବେ ସେ କେତେ ଧନ ସଞ୍ଚୟ କରିଛନ୍ତି ତାହା ସାଧାରଣରେ ଅଜ୍ଞାତ। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫାଇଲେରିଆ ବିରୋଧରେ କେନ୍ଦ୍ରର ଅଭିଯାନ: ରୋଗୀଙ୍କ ଘରେ ଔଷଧ ପହଞ୍ଚାଇବେ ସ୍ବାସ୍ଥ୍ୟ କର୍ମୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରୁ ଫାଇଲେରିଆ (ଗୋଦର)ର ମୂଳୋତ୍ପାଟନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ବିରୋଧରେ ବ୍ୟାପକ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଫାଇଲେରିଆ ପ୍ରଭାବିତ ରାଜ୍ୟମାନଙ୍କରେ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଆସନ୍ତା ଅଗଷ୍ଟରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗିରଫଦାରି ଏଡ଼ାଇବାକୁ ବେଲାରୁଷ୍‌ ଯିବେ ‘ୱାଗ୍‌ନର୍‌ ଗ୍ରୁପ୍‌’ ମୁଖ୍ୟ ପ୍ରିଗୋଝିନ୍: କ୍ରେମ୍‌ଲିନ୍‌

ମସ୍କୋ: ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବାକୁ ବିଦ୍ରୋହ କରିଥିବା ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌ ଗ୍ରୁପ୍‌’ର ମୁଖ୍ୟ ୟେବ୍‌ଗେନି ପ୍ରିଗୋଝିନ୍‌ ଗିରଫଦାରି ଓ ବିଚାର ଏଡ଼ାଇବା ଲାଗି ବେଲାରୁଷ୍‌ ଚାଲିଯିବେ ବୋଲି ଶନିବାର ଦିନ କ୍ରେମ୍‌ଲିନ୍‌ କହିଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଘୋଷଣା କରିଛନ୍ତି, ୟେବ୍‌ଗେନି ପ୍ରିଗୋଝିନ୍‌ଙ୍କ ଉପରୁ ସଶସ୍ତ୍ର ବିଦ୍ରୋହ ଅଭିଯୋଗ ଉଠାଇ ନିଆଯିବ ଏବଂ ତାଙ୍କ ସହିତ ଯୋଗ ଦେଇଥିବା ସୈନିକମାନଙ୍କର ମଧ୍ୟ ଆଇନଗତ ବିଚାର କରାଯିବ ନାହିଁ। ସେହିପରି, ‘ୱାଗ୍‌ନର୍‌ ଗ୍ରୁପ୍‌’ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବ, ଶ୍ରଦ୍ଧାଳଙ୍କୁ ମଧ୍ୟରେ ଅସନ୍ତୋଷ

ପୁରୀ: ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବ ହୋଇଛି | ସେହିପରି ଦୁଇଦିନ ହେଲା ପହୁଡ଼ ନୀତି ହୋଇପାରିନି | ନୀତିକାନ୍ତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ମିଳିଥିବା ସୂଚନା ମୁତାବକ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ […]