ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫ୍ରାନ୍ସ ବାସ୍ତିଲ ଡେ ପରେଡ୍‌ରେ ମୋଦୀ ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ଫ୍ରାନ୍ସର ବାସ୍ତିଲ ଡେ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଭାରତୀୟ ବାୟୁସେନାର ୩ ରାଫେଲ୍‌ ଯୁଦ୍ଧବିମାନ ବାସ୍ତିଲ ଡେ ଫ୍ଲାଏପାଷ୍ଟ୍‌ରେ ଅଂଶଗ୍ରହଣ କରିବ। ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍‌ ହେବ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୧୪ ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ହେବେ। ମାକ୍ରନ ଆଜି ଏକ ଟ୍ବିଟ୍‌ କରି କହିଥିଲେ, ପ୍ରିୟ ନରେନ୍ଦ୍ର, ଜୁଲାଇ ୧୪ […]

ରାଜ୍ୟ

ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା: ଦୁଇ ଥର ଛିଣ୍ଡିଲା ତାଳଧ୍ବଜ ରଥ ଦଉଡ଼ି, ଭୋଇ ସେବକଙ୍କ ସମେତ ୮ ଗୁରୁତର

ପୁରୀ : ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡିଯିବା ଫଳରେ ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି। ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିଲା। ତାଳଧ୍ବଜ ରଥର ଏହି ଦଉଡ଼ି ଛିଡ଼ିବା ଫଳରେ ଗୁରୁତର ହୋଇଥିବା ୮ ଜଣଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ନେବାରେ ଜଣାପଡ଼ିଛି ଯେ ଆଜି ତାଳଧ୍ବଜ ରଥର ଦଉଡ଼ିକୁ ଭୋଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟ୍ରମ୍ପଙ୍କ ଛଡ଼ା ସବୁ ଜୀବିତ ପୂର୍ବତନ ରାଷ୍ଟ୍ରପତିଙ୍କ ପୂର୍ବଜ କ୍ରୀତଦାସ ରଖିଥିଲେ: ଆମେରିକା କଂଗ୍ରେସ

ୱାସିଂଟନ : ଆମେରିକା କଂଗ୍ରେସର ଅନ୍ୟୂନ ୧୦୦ ଜଣ ସଦସ୍ୟଙ୍କ ପୂର୍ବଜମାନେ କୃଷ୍ଣକାୟଙ୍କୁ କ୍ରୀତଦାସ ଭାବେ ରଖିଥିଲେ। ସେମାନଙ୍କ ମଧ୍ୟରୁ ୮ ପ୍ରତିଶତ ହେଉଛନ୍ତି ଡେମୋକ୍ରାଟ୍ ଓ ୨୮ ପ୍ରତିଶତ ରିପବ୍ଲିକାନ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଏହି ସାଂସଦମାନଙ୍କ ମଧ୍ୟରେ ଆମେରିକାର ଅନେକ ପ୍ରଭାବଶାଳୀ ରାଜନେତା ଅଛନ୍ତି। ଏଥି ସହ କେବଳ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜୀବିତ ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବଜମାନେ ମଧ୍ୟ କ୍ରୀତଦାସ ପ୍ରଥାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ଟି ସଚିବଙ୍କୁ ବିଜେପିର ବିରୋଧ: ଆକାଶରେ ଉଡ଼ାଇଲେ କଳା ବେଲୁନ୍

ପାରାଦୀପ: ଜଗତସିଂହପୁର ଗସ୍ତରେ ଆସିଥିବା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କଳା ବେଲୁନ ଉଡ଼ାଇ କଳା ସାର୍ଟ ପ୍ୟାଣ୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ଠିକ୍ ସେହିପରି ମହିଳା କର୍ମୀମାନେ କଳା ଶାଢି ପିନ୍ଧି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ଗୋଟେପଟେ ଆକାଶ ମାର୍ଗରେ ୫ଟି ସଚିବଙ୍କ ହେଲିକପ୍ଟରରେ ଯାଉଥିବା ବେଳେ ଆକାଶ ମାର୍ଗରେ ଶହ ଶହ କଳା ବେଲୁନ ଉଡ଼ିଥିବାର ଦେଖିବାକୁ ମିଳିଛି। ପାରାଦୀପ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଳୀରେ ଏନ୍‌ସିପି ବୈଠକ: ପୋଷ୍ଟରରୁ ଅଜିତ ପାୱାର ବାଦ୍‌ ପଡ଼ିବାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଦିଲ୍ଲୀରେ ବୁଧବାର ଦିନ ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ଏକ ପୋଷ୍ଟରରୁ ବରିଷ୍ଠ ନେତା ଅଜିତ ପାୱାର ବାଦ୍‌ ପଡ଼ିବା ଏବଂ ସେ ‌ବୈଠକରେ ଅନୁପସ୍ଥିତ ରହିବା ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ତେବେ ଉକ୍ତ ଘଟଣା ଉପରେ ଜଣେ ଦଳୀୟ ନେତା ସ୍ପଷ୍ଟୀକରଣ ଦେଇଛନ୍ତି। ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ କହିଛନ୍ତି, ଏହି ବୈଠକ ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ନୁହେଁ। ବରଂ ଏହା ମହିଳା ଶାଖା, ଛାତ୍ର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟାଇଟନ୍‌’ର ଭଗ୍ନାଂଶ ନେଇ କାନଡା ବନ୍ଦରରେ ପହଞ୍ଚିଲା ଜାହାଜ; ଥାଇପାରେ ମାନବ ଦେହାବଶେଷ

ସେଣ୍ଟ୍‌ ଜନ୍‌ସ୍‌: ବିଧ୍ବସ୍ତ ହୋଇଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ର ଭଙ୍ଗାରୁଜା ଅଂଶ ନେଇ ବୁଧବାର ଦିନ ଏକ ଜାହାଜ କାନଡାର ନିୟୁଫାଉଣ୍ଡ୍‌ଲାଣ୍ଡ୍‌ସ୍ଥିତ ସେଣ୍ଟ୍‌ ଜନ୍‌ସ୍‌ ବନ୍ଦରକୁ ଫେରିଥିବା କଥା ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି। ଅନେକ ବର୍ଷ ପୂର୍ବରୁ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଭଗ୍ନାବଶେଷ ନିକଟ ସମୁଦ୍ର ଶଯ୍ୟାରେ କାନଡୀୟ ପୋତ ‘ହରାଇଜନ୍‌ ଆର୍କଟିକ୍‌’ ଗୋଟାଏ ‘ରି‌ମୋଟ୍‌ଲି ଅପରେଟେଡ୍‌ ଭେଇକ୍ଲ୍‌’ ବା ‘ଆର୍‌ଓଭି’ଦ୍ବାରା ‘ଟାଇଟନ୍‌’ର ଭଗ୍ନାଂଶ ଖୋଜାଖୋଜି କରିଥିଲା। ଏହି ‘ଆର୍‌ଓଭି’ର ମାଲିକ ଯୁକ୍ତରାଷ୍ଟ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ପୁଲିସ୍‌ରେ ୧୩ ହଜାରରୁ ଅଧିକ ପଦବି ଖାଲି

କଟକ : ରାଜ୍ୟ ପୁଲିସ‌ରେ ଏବେ ୧୩ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ସେଥିରୁ କେବଳ ୧୦ହଜାରରୁ ଅଧିକ ପୁଲିସ ପଦବି ରହିଥିବା ବେଳେ ମିନିଷ୍ଟରିଆଲ୍‌ ଓ ଗ୍ରୁପ୍‌ ଡିରେ ୩ ହଜାରରୁ ଅଧିକ ପଦବି ଖାଲି ପଡିଛି। ପୁଲିସ ବିଭାଗରେ ଡିଜି ପାହ୍ୟାରୁ ଆରମ୍ଭ କରି ଗ୍ରୁପ୍‌ ଡି ପର୍ଯ୍ୟନ୍ତ ମୋଟ ୭୩ ହଜାର ୭୧୮ଟି ପଦବି ଥିବା ବେଳେ ଏବେ ମୋଟ ୬୦ ହଜାର ୬୪୪ ଜଣ କର୍ମଚାରୀ ଅଛନ୍ତି। ତଥ୍ୟ ଅନୁଯାୟୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଳବାଇର ଗୋପନୀୟ ତଥ୍ୟ ଲିକ୍‌ ହେଉଛି!

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ୨୬ ଦିନ ବିତିଲାଣି। ବାହାନଗା ରେଳ ଷ୍ଟେସନରେ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ବାରା ଟ୍ରେନ୍‌ ଉପରେ ନିର୍ଭର କରୁଥିବା ଅଞ୍ଚଳର ଶତାଧିକ ଲୋକେ ଉପକୃତ ହେବାକୁ ଥିଲେ ମଧ୍ୟ ସେହି ଭୟଙ୍କର ଦୁର୍ଘଟଣାର କ୍ଷତଚିହ୍ନ ସବୁଦିନ ପାଇଁ ଲୋକଙ୍କ ମନରେ ସତେଜ ରହିବ। ଶତାବ୍ଦୀର ଏପରି ଏକ ବଡ଼ ବିପର୍ଯ୍ୟୟ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱବାସୀଙ୍କୁ ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

ପୁରୀ : ରୁପାର ଝଲସିଛି ଶ୍ରୀମନ୍ଦିର ସିଂହଦ୍ବାର। ତିନିଦିନ ଧରି ଚାଲିଥିବା ସିଂହଦ୍ବାର ରୁପା ଛାଉଣି କାମ ଶେଷହୋଇଛି। ବର୍ମା ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା ରୁପା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ପ୍ଲେଟ୍‌ ସବୁ ଲଗାଇଛନ୍ତି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଅର୍ଥାତ୍‌ ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି। କେଉଁ ସମୟରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ରୁପାର ନୂଆ […]

ରାଜ୍ୟ

ଓଡ଼ିଶାରେ ସାଉଥ୍ ଇଣ୍ଡିଆ କମ୍ପାନିର ରାଜ୍ ଚାଲିଛି: ମୋହନ ମାଝୀ

ଭୁବନେଶ୍ବର : ଶୁଣିବାକୁ ମିଳୁଛି ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦେଇଦିଅନ୍ତୁ। ଦୁର୍ଭାଗ୍ୟଜନକ କଥା ଯେ ଇଷ୍ଟ ଇଣ୍ଡିଆ କମ୍ପାନି ଦୁଇ ଶହ ବର୍ଷ ଶାସନ କରିଥିଲା, ହେଲେ ଏବେ ଓଡ଼ିଶାରେ ସାଉଥ୍ ଇଣ୍ଡିଆ କମ୍ପାନିର ଶାସନ ଚାଲିଛି। ଏହିପରି ଢଙ୍ଗରେ ଆଜି ବି‌ଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ […]