ରାଜ୍ୟ

ଫୁଲ ତୋଳିବା ନିଶା ହେଲା କାଳ: ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର […]

ଅପରାଧ ରାଜ୍ୟ

ପୁଣି ସମର୍ଥକଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ଜବତ: ମାସକ ଭିତରେ ପୁଲିସ ହାତରେ ମାଓବାଦୀଙ୍କ ୨୫ ଲକ୍ଷ ଟଙ୍କା

ମାଲକାନଗିରି: ମାଓବାଦୀଙ୍କ ଠାରୁ ଗତ ମାସକ ଭିତରେ ପୁଲିସ ପ୍ରାୟ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ଜବତ କରିସାରିଲାଣି। ଏବେ ପ୍ରଶ୍ନ ଉଠୁଛି ସେମାନଙ୍କ ପାଖରେ ଆଉ କେତେ ୨୦୦୦ ଟଙ୍କିଆ ନୋଟ ଅଛି। ଗତକାଲି ଛତିଶଗଡ଼ ବିଜାପୁର ଜିଲ୍ଲା ଆଓାପାଲିଠାରେ ପୁଣି ଜବତ ହୋଇଛି ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ। ଏହି ମାମଲାରେ ଜଣେ ମାଓବାଦୀ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି।ଉକ୍ତ ମାଓ ସମର୍ଥକଙ୍କଠାରୁ ଜବତ ହୋଇଛି ୬ ଲକ୍ଷ ୨୦, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିଲା ୨୯ଜଣଙ୍କ ଡିଏନଏ ରିପୋର୍ଟ: ମାଗଣାରେ ମୃତଦେହକୁ ନିଜ ଗାଁକୁ ପଠାଇବ ପରିବହନ ବିଭାଗ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ସେହି ମୃତଦେହଗୁଡ଼ିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଛନ୍ତି। ଚିହ୍ନଟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୫ ଦିନରେ ୧୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଅଲ-ବଦର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ହାଉରା ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ଜମ୍ମୁ-କାଶ୍ମୀର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆତଙ୍କବାଦୀ ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ପୁଲିସ ଆହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଜାରି ରଖିଥିଲେ। ଫଳରେ ପୁଲିସ ଗୁଳିରେ ଜଣେ ଅଲ-ବଦର ଆତଙ୍କବାଦୀର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସମାନ ନାଗରିକ ସଂହିତାକୁ ଆପ୍‌ର ସମର୍ଥନ: ବିରୋଧୀ ଦଳଙ୍କ ପାଇଁ ଅଡ଼ୁଆ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସମାନ ନାଗରିକ ସଂହିତା (ୟୁସିସି) ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ଦେଶରେ ୟୁସିସି ଲାଗୁ କରିବା ନେଇ ସ୍ପଷ୍ଟ ସଙ୍କେତ ଦେଇଥିଲେ। ଗୋଟିଏ ପରିବାରରେ ଦୁଇ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ରହିପାରିବ ନାହିଁ ଏବଂ ଦେଶ ପାଇଁ ସମାନ ନାଗରିକ ସଂହିତାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନର ଦିନକ ପରେ ଆଜି ଆପ୍‌ ୟୁସିସିକୁ ସମର୍ଥନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୁସଲିମ ପର୍ସନାଲ ଲ’ ବୋର୍ଡ‌୍‌ର ରାତିଅଧିଆ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶର ଭୋପାଳରେ ୟୁସିସି ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ପରେ ଏଆଇଏମ୍‌ପିଏଲବି (ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ) ଗତରାତିରେ ଏକ ଜରୁରୀ ବୈଠକ କରିଛି। ଏଆଇଏମ୍‌ପିଏଲବିର ସଦସ୍ୟମାନେ ୟୁସିସିକୁ ବି‌ରୋଧ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାର ନ୍ୟ‌ାୟିକ ଦିଗ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଦେଶରେ ୟୁସିସି କାର୍ଯ୍ୟକାରୀ କରିବାପାଇଁ ଆଗକୁ ଆସିବାକୁ ଥିବା ପ୍ରତ୍ୟେକଟି ପଦକ୍ଷେପକୁ ସେମାନେ ବିରୋଧ କରିବେ ବୋଲି କହିଛନ୍ତି। ମୁସଲିମ ଲ ବୋର୍ଡ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ, ଏନ୍‌ସିଆର୍‌ ଅଞ୍ଚଳରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନ୍‌ସିଆର୍‌ ଅଞ୍ଚଳ (ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ, ସାହିବାବାଦ, ଫରିଦାବାଦ ଓ ଗୁରୁଗ୍ରାମ)ର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଭକ୍ତିପୂତ ପରିବେ‌ଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୋର୍‌ରୁ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ସମେତ ଏନ୍‌ସିଆର ଅଞ୍ଚଳରେ ଥିବା ୧୦ରୁ ଅଧିକ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ଓ ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ପାରମ୍ପରିକ ଛେରାପହଁରା ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ : ବାହୁଡ଼ା ଯାତ୍ରାରେ ଫେରିବା ବାଟରେ ବୁଧବାର ଦିନ ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ନବଦିନାତ୍ମକ ଯାତ୍ରା ସାରି ଫେରିଥିବା ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ସାଆନ୍ତାଣୀ ଦେଖା ଦେଇଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ବୁଧବାର ଦିନ ଆଜ୍ଞାମାଳ ଦେଇ ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବୁଧବାର ଦିନ ଶ୍ରୀନଅର ସମ୍ମୁଖରେ ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବକପ୍‌ ପୂର୍ବରୁ ଦିଲ୍ଲୀ ଷ୍ଟାଡିୟମର ରୂପରେଖ ବଦଳିବ

ନୂଆଦିଲ୍ଲୀ : ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ର ସୂଚୀ ପ୍ରକାଶ ପାଇସାରିଲାଣି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ବକପ୍‌ର ୫ଟି ମ୍ୟାଚ୍‌ ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ହେବ। ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ଅଧିକାର ପାଇବା ପରେ ଏହି ଷ୍ଟାଡିୟମର ରୂପରେଖ ବଦଳିବାକୁ ଯାଉଛି। ଚଳିତ ବର୍ଷ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯାଇଥିଲା। ହେଲେ ଷ୍ଟାଡିୟମର ସଫାସୁତୁରାକୁ ନେଇ ଉଭୟ ଦଳ ସମାଲୋଚନା କରିଥିଲେ। ଏଥିଲାଗି ଷ୍ଟାଡିୟମର ମରାମତି କାମ କରିବାକୁ ଦିଲ୍ଲୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଉସୀମା’ଙ୍କ ପୋଡ଼ପିଠା ଖାଇଲେ ମହାପ୍ରଭୁ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରେ ପ୍ରସ୍ତୁତ ପୋଡପିଠା ଖାଇଛନ୍ତି ମହାପ୍ରଭୁ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରଠାରେ ଅଟକିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ପୁନର୍ବାର ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବି ପୋଡ଼ପିଠା ସମର୍ପଣ କରାଯାଇଛି। ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ମାଉସୀ ମା’ଙ୍କ ମନ୍ଦିର ପୂଜକ ଭାବେ ବିଶ୍ବନାଥ […]