ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ବିସ୍ଫୋରକ ବୟାନ: ‘ରତ୍ନଭଣ୍ଡାର ନେଇ ନିଦରେ ସରକାର’
ପୁରୀ : ରତ୍ନଭଣ୍ଡାର ଆଜି ବିପଦରେ। ବର୍ଷା ହେଲେ ବାଲ୍ତି ବାଲ୍ତି ପାଣି ଗଳୁଛି। ଏଥିରେ ରାଜା ମହରାଜା ଅମଳରୁ ରତ୍ନଭଣ୍ଡାରେ ଗଚ୍ଛିତ ଥିବା ସୁବର୍ଣ୍ଣ ଅଳଙ୍କାର ନଷ୍ଟ ହେବାର ସମ୍ଭାବନା ରହିଛି। ଏ ନେଇ ବାରମ୍ବାର ବିଭିନ୍ନ ସ୍ତରରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଲାଣି। ତଥାପି ସରକାର ନିଦରେ ଶୋଇଛନ୍ତି। ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ରତ୍ନଭଣ୍ଡାର ଖୋଲିବା କ୍ଷେତ୍ରରେ କାହିଁକି ସରକାର […]









