ଅପରାଧ ରାଜ୍ୟ

ପୁଣି ମାତିଲେ ଲାଲବାହିନୀ: ମୁନିଗୁଡ଼ାରେ ୯ଟି ଗାଡ଼ି ଜାଳିଦେଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ାରେ ପୁଣି  ମାଓବାଦୀଙ୍କ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତ। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଉର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ପହଞ୍ଚିଥିଲେ। ପ୍ରଥମେ ୫ ଜଣ […]

ରାଜନୀତି ରାଜ୍ୟ

ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ

ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। ଆଜି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି। ପ୍ରଛଦପଟ୍ଟରେ ରହୁଥିବା ଲୋକମାନେ ଆସି ଶାସନ ଚଳାଇବା ଆରମ୍ଭ କରିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି, ସେମାନଙ୍କ ସ୍ୱାଭିମାନ ତାଙ୍କୁ ପ୍ରଶ୍ନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତୀୟ ଅର୍ଥନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଚମତ୍କାର ପ୍ରଭାବ ପଡୁଛି: ପୁଟିନ୍‌

ନୂଆଦିଲ୍ଲୀ: ବାସ୍ତବରେ ଭାରତୀୟ ଅର୍ଥନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଚମତ୍କାର ପ୍ରଭାବ ପଡୁଥିବା କଥା ଶୁକ୍ରବାର ଦିନ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଥିବା ରୁଷୀୟ ଟେଲିଭିଜନ୍‌ ନେଟ୍‌ୱାର୍କ ‘ଆର୍‌ଟି’ ରିପୋର୍ଟ କରିଛି। ‘ଆର୍‌ଟି’ ରିପୋର୍ଟ ଅନୁସାରେ, ମସ୍କୋରେ ରୁଷ୍‌ର ‘ଏଜେନ୍‌ସି ଫର୍‌ ‌ଷ୍ଟ୍ରାଟେଜିକ୍‌ ଇନିସିଏଟିଭ୍‌ସ୍‌’ (ଏଏସ୍‌ଆଇ)ଦ୍ବାରା ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେବା ବେଳେ ଭ୍ଲାଦିମିର୍‌ ପୁଟିନ୍‌ ଆଞ୍ଚଳିକ ସ୍ତରରେ ଉତ୍ପାଦ ବିକାଶ, ନିର୍ମାଣ ଓ ସମିଶ୍ରଣ କରିବା ଲାଗି କମ୍ପାନିମାନଙ୍କୁ ଉତ୍ସାହ […]

ଅପରାଧ ରାଜ୍ୟ

ରହସ୍ୟମୟ ଭଗବାନ ବୈରୀଗଞ୍ଜନ ହତ୍ୟାକାଣ୍ଡ: ମହିଳାଙ୍କ ପାଇଁ ଅପରାଧ ସନ୍ଦେହ

କଟକ : କଟକର କାର୍ ଡ୍ରାଇଭର୍‌ ଭଗବାନ ବୈରୀଗଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଭଗବାନଙ୍କ ଗଳିତ ଶବ କେନ୍ଦୁଝର ଘସିପୁରା ଜଙ୍ଗଲରୁ ମିଳିଥିବା ବେଳେ ତାଙ୍କ ମାରୁତି ସୁଇଫ୍ଟ ଡିଜାୟାର୍ କାର୍ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରୁ ଜବତ ହୋଇଛି। ଦେବୀ ନଦୀବନ୍ଧ ଉପରେ ଏହି ଗାଡ଼ି ଚାବି ସହିତ ପାର୍କିଂ ହୋଇଥିବା ଅବସ୍ଥାରେ ଗୋବିନ୍ଦପୁର ପୁଲିସ ଜବତ କରିଛି। ଗାଡ଼ି ପୂର୍ବରୁ ସୁନ୍ଦରଗଡ଼ ବୀରମିତ୍ରପୁର ଅଞ୍ଚଳରେ ପାର୍କିଂ ହୋଇଥିଲା। ସେଠି ପୁଲିସ […]

ଅପରାଧ ରାଜ୍ୟ

ପୁଲିସ ସାମ୍ନାରେ ଛଟପଟ ହୋଇ ପ୍ରାଣଗଲା

ପୁରୀ : ଗୋଟିଏପଟେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀରେ ୧୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ୧୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଏକହଜାରରୁ ଅଧିକ ପୁଲିସ ଅଫିସର୍‌ ଡେରା ପକାଇଛନ୍ତି। ଅନ୍ୟପଟେ ନରେନ୍ଦ୍ରକୋଣ ରାସ୍ତାରେ ପୁଲିସ ସମ୍ମୁଖରେ ଜଣେ ବ୍ୟକ୍ତି ଛଟପଟ ହୋଇ ମରିବାଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କୁ କେହି ଟିକିଏ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇନଥିଲେ। ସୂଚନା ଅନୁସାରେ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ସହିତ ସେଲ୍‌ଫି ଉଠାଇ ସେୟାର୍‌ କଲେ ସ୍ତ୍ରୀ ଓ ପିଲା; ବଦଳି ହେଲେ ପୁଲିସ ଅଧିକାରୀ

ଉନ୍ନାଓ: ସ୍ତ୍ରୀ ଓ ପିଲାମାନେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ସହିତ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିବାରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ସେଲ୍‌ଫିରେ ସେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଗୋଟାଏ ଖଟ ଉପରେ ରଖାଯାଇଥିବା ଗଦାଏ ୫୦୦ ଟଙ୍କିଆ ‘ତାଡ଼ା’ (ଟଙ୍କା ବିଡ଼ା) ସହିତ ‘ପୋଜ୍‌’ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ ପାଇଁ ସ୍ବତନ୍ତ୍ର ଯୋଜନା: ଯୁକ୍ତ୨ ସ୍ତରକୁ ଉନ୍ନୀତ ହେବ ଦୁଇ ବିଦ୍ୟାଳୟ

ଭୁବନେଶ୍ବର: ଓଡ଼ିଶାର ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜଧାନୀରେ ଥିବା ଦୁଇଟି ସରକାରୀ ଦିବ୍ୟାଙ୍ଗ ବିଦ୍ୟାଳୟ ଯଥା ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ମୂକ ବଧିର ବିଦ୍ୟାଳୟର ଉନ୍ନତୀକରଣ କରାଯିବ। ଉଭୟ ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ ଏଠାରେ ନାମଲେଖା ଆରମ୍ଭ ହେବ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଇ ଭୀମଭୋଇ ସରକାରୀ ଧନ୍ଦାମୂଳକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଣିଥରେ ଭୁଲ୍‌ କଲେ ବାଇଡେନ, ୟୁକ୍ରେନକୁ ଇରାକ, ଭାରତକୁ ଚୀନ୍‌ କହିଲେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଭୁଲ୍‌ କରିଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ବାଇଡେନ ୨ଟି ଭୁଲ୍‌ କରିଛନ୍ତି। ବାଇଡେନ୍‌ ୟୁକ୍ରେନକୁ ଇରାକ୍‌ କହିଛନ୍ତି ଏବଂ ଭାରତକୁ ଚୀନ୍‌ କହିଛନ୍ତି। ସାଉଥ ଲନ୍‌ରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ବାଇଡେନଙ୍କୁ ସାମ୍ବାଦିକମାନେ ପୁଟିନଙ୍କ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ। ୱାଗ୍‌ନର ଗ୍ରୁପ୍‌ର ବିଦ୍ରୋହ ପରେ ପୁଟିନ ଦୁର୍ବଳ ହୋଇଛନ୍ତି କି ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ବାଇଡେନ କହିଥିଲେ, ପୁଟିନ ଇରାକ୍‌ ଯୁଦ୍ଧ ହାରିବା‌ […]

ରାଜ୍ୟ

୮୦ ଉପରେ ସବୁ ପରିବା: କନ୍ଦେଇବ ଆହୁରି ମାସେ

ଭୁବନେଶ୍ବର/ଜଟଣୀ: ପରିବା ବଜାରରେ ପଶିବାକୁ ଡର ଲାଗୁଛି। ବେପାରୀଙ୍କ ଡାକ ଶୁଣିଲେ, କାନମୁଣ୍ଡା ଝାଇଁଝାଇଁ ହୋଇଯାଉଛି। ସବୁ ସବୁଜ ପରିବା ୮୦ ଟଙ୍କା ଉପରେ। ସାଧାରଣ ପରିବାର ପାଇଁ ନିତ୍ୟ ଆବଶ୍ୟକ ବାଇଗଣ କିଲୋ ୮୦ ଟଙ୍କା। କାଙ୍କଡ଼, କଲରା, ଭେଣ୍ଡି, ଝୁଡ଼ଙ୍ଗ ଆଦି ସବୁଦିନିଆ ପରିବା କେହି ୮୦ ଟଙ୍କା ତଳକୁ ନାହାନ୍ତି। ବିନ୍‌ସ ଆଡ଼କୁ ତ ଚାହିଁ ହେଉନାହିଁ। କିଲୋ ୨ ଶହ ଟଙ୍କା। ଟମାଟୋ ୧୦୦ ଉପରେ। ପରିବା ବଜାରର ଏଭଳି ତାତିରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବର ଆଇଆଇଟିରେ ଆରମ୍ଭହେବ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ

ନୂଆଦିଲ୍ଲୀ : ଦେଶରେ ବୈଷୟିକ ବିଶେଷଜ୍ଞ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଆଇଆଇଟି ଏବେ ପ୍ରଥମ ଥର ପାଇଁ ଶିକ୍ଷକ ତିଆରି କରିବ। ଏହି ମର୍ମରେ ଆଇଆଇଟି ଭୁବନେଶ୍ବର ଓ ଖଡ଼ଗପୁରରେ ୨୦୨୩-୨୪ ଶିକ୍ଷା ବର୍ଷରେ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନ୍ୟାସନାଲ କାଉନସିଲ୍‌ ଅଫ୍‌ ଟିଚର୍‌ ଏଜୁ‌‌କେସନ୍‌ (ଏନ୍‌ସିଟିଇ) ପକ୍ଷରୁ ଦେଶର ବିଦ୍ୟାଳୟମାନଙ୍କ ପାଇଁ ଶିକ୍ଷକ ତିଆରି କରିବା ନି‌ମନ୍ତେ ଚାରି ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା […]