ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପୁଲିସରେ ନାହାନ୍ତି ଆବଶ୍ୟକ ସନ୍ଧାନୀ କୁକୁର

କଟକ : ଓଡ଼ିଶା ପୁଲିସରେ ସନ୍ଧାନୀ କୁକୁର ଅଭାବ ଦେଖାଦେଇଛି। ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ସନ୍ଧାନୀ କୁକୁର ନଥିବାରୁ ଅପରାଧ ଓ ଅପରାଧୀ ଚିହ୍ନଟରେ ବିଳମ୍ବ ହେଉଛି। ଘଟଣାସ୍ଥଳରେ କ୍ରାଇମ୍‌ ରିକ୍ରିଏସନ୍ ହେଉ ବା ଗତିବିଧି ଚିହ୍ନଟ; ସବୁ କିଛିରେ ଏବେ ବିଳମ୍ବ ଘଟୁଛି। ଅପରାଧ ଘଟିଲେ କଟକ-ଭୁବନେଶ୍ବରରୁ କୁକୁର ମଗାଯାଉଛି। ପର୍ବପର୍ବାଣୀ, ଉତ୍ସବରେ ମଧ୍ୟ ଆବଶ୍ୟକ ସନ୍ଧାନୀ କୁକୁର ନିୟୋଜିତ କରାଯାଇ ପାରୁ ନାହିଁ। ଆବଶ୍ୟକସଂଖ୍ୟକ ପ୍ରଶିକ୍ଷିତ କୁକୁର (ସନ୍ଧାନୀ) ନ ଥିବାରୁ ପୁଲିସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭଉଣୀ ଶବକୁ ‘ଫ୍ରିଜର୍‌’ରେ ରଖିଥିଲେ ଭିଣୋଇ; ହତ୍ୟା ଅଭିଯୋଗ କଲେ ଶଳା

ରେୱା: ଭିଣୋଇ ଭଉଣୀକୁ ହତ୍ୟା କରିଛନ୍ତି ବୋଲି ଶଳା ଅଭିଯୋଗ କରିବାରୁ ରବିବାର ଦିନ ପୁଲିସ ମଧ୍ୟପ୍ରଦେଶର ରେୱା ଜିଲ୍ଲା ଅନ୍ତର୍ଗତ ତାଙ୍କ ବାସଭବନରୁ ଶବସଂରକ୍ଷଣ ନିମ‌ନ୍ତେ ଉଦ୍ଦିଷ୍ଟ ଫ୍ରିଜର୍‌ରୁ ସେ ମହିଳାଙ୍କ ଶବ ଉଦ୍ଧାର କରିଛି। କିନ୍ତୁ, ମୃତା ମହିଳାଙ୍କ ସ୍ବାମୀ କହୁଛନ୍ତି କି, କାମଳ ରୋଗ (ଜଣ୍ଡିସ୍‌) ଯୋଗୁଁ ସ୍ତ୍ରୀ ମରିଯାଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା। ପୁଅ ମୁମ୍ବାଇରୁ ଆସି ପହଞ୍ଚିଲେ ଶବ ସତ୍କାର କରାଯିବ। ସେଥିପାଇଁ ମୁଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିଚୟ ଅପେକ୍ଷାରେ ଅଜଣା ଶବ: ୧୦ ବର୍ଷରେ ୨ଶହରୁ ଊର୍ଦ୍ଧ୍ବ ମୃତଦେହ ଠାବ

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀରେ ଅଜଣା ମୃତଦେହ ଠାବ ମାମଲା ବଢ଼ିବାରେ ଲାଗିଛି। କେତେବେଳେ ପୋଖରୀରୁ ମୃତଦେହ ମିଳିଲାଣି ତ କେତେବେଳେ ନଦୀରୁ ବା ପଠାରୁ। ପୁଣି କେବେ ଜଙ୍ଗଲ ଭିତରୁ ତ କେବେ‌ ପରିତ୍ୟକ୍ତ ଘରୁ ଶବ ମିଳୁଛି। ବସ୍‌ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ୍‌ ହେଉ, ଅପରିଚିତ ଶବ ଜବତ କରାଯାଉଛି। କେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ‌ ଶବ ମିଳୁଛି ତ କେତେବେଳେ ପୁଣି ଗଳିତ ଅବସ୍ଥାରେ। ୨୦୧୩ ମସିହାରୁ ଏପର୍ଯ୍ୟନ୍ତ ୧୦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୋନ ଇନ ପ୍ଲିଜ: ମଣିପୁର ହିଂସା ଜାତୀୟ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି କରୁଛି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି […]

ରାଜ୍ୟ ସ୍ୱାସ୍ଥ୍ୟ

ଜଗିବାକୁ କେହି ନାହିଁ, ଜୀବନ ନେଉଛନ୍ତି ବନ୍ୟଜନ୍ତୁ

ଭୁବନେଶ୍ବର : ଦୁଇ ସପ୍ତାହ ହେଲା ଜଙ୍ଗଲରେ ଫୁଟ୍‌-ପାଟ୍ରୋଲିଂ ହେଉନି। ବନ କର୍ମଚାରୀମାନେ ବନ୍ୟଜନ୍ତୁଙ୍କୁ ଅନୁସରଣ କରୁନାହାନ୍ତି। ହାତୀ, ବାଘ, କଲରାପତରିଆ, ଭାଲୁ କେଉଁଆଡ଼େ ଯାଉଛନ୍ତି ଜଗିବାକୁ କେହି ନାହିଁ। ବନ୍ୟଜନ୍ତୁଙ୍କ ପରିଚାଳନା ପାଇଁ ଥିବା ଆପ୍‌ ରିପୋର୍ଟିଂ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ପାଇଁ ଏବେ ବିପଦ ମାଡ଼ି ଆସିଛି। କେନ୍ଦୁଝରଠାରୁ ନୂଆପଡ଼ା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିଛି। ରାତି ଅଧରେ ହାତୀ କାହା ଘର ଭାଙ୍ଗୁଛନ୍ତି ତ ଆଉ କାହା ଜମିରେ ପଶି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା, ୮ ଯାଏ ଚାଲିବ

କଟକ: ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା।ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ  ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ […]

ରାଜ୍ୟ

ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଏକ ଚିପ୍ସ ବୋଝେଇ ହାଇୱା ତାଳଚୁଆକୁ ଯାଉଥିଲା। ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା […]

ଅପରାଧ ରାଜ୍ୟ

ସରିଲା ରିମାଣ୍ଡ ଅବଧି: ଭିଜିଲାନ୍ସ କୋର୍ଟରେ ପ୍ରଶାନ୍ତ ରାଉତ ହାଜର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ। ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତଙ୍କୁ ନେଇଥିଲା। ଦୀର୍ଘ ୫ ଦିନ ଧରି ଭିଜିଲାନ୍ସର କଟକ ଅଫିସରେ ଜେରା ଚାଲିଥିଲା। ଦୀର୍ଘ ୫ ଦିନ ଧରି ଭିଜିଲାନ୍ସ ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ତା ଉପରେ ତଦନ୍ତ କରିଛି  ଭିଜିଲାନ୍ସ। ଏନେଇ […]

ଅପରାଧ ରାଜ୍ୟ

କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ: ଶ୍ବଶୁର ଘର ଗାଁପାଖ ଜଙ୍ଗଲରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି/ ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ନବ ଭୋଇ(୫୦) ନାମକ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ନିଜ ଶ୍ଵଶୁର ଘର ଏହି ଥାନା ଯମୁନାବାହାଲ ଗ୍ରାମର ତିଖାଲି ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଆଜି ପୁଲିସ ଉଦ୍ଧାର କରିଛି। ସେ ନିଜର ଏକ ଗାମୁଛାରେ ଏକ ସାହାଡ଼ା ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ନବ ଭୋଇ ଯମୁନାବାହାଲ […]

ଅପରାଧ ରାଜ୍ୟ

ରାତି ଅଧରେ ୩ ଛୁଆଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା ମା’: ଉଦ୍ଧାର ପରେ ପୁଣି ନିଜ ଜିଭ କାଟିଲା

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ, ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ନଜେ ବି କୂଅକୁ ଡେଇଁଛି ମା’। ଖାଲି ସେତିକି ନୁହେଁ, ଉଦ୍ଧାର ହେବା ପରେ ମା’ ନିଜ ଜିଭ କାଟି ଦେଇଛି।  ତେବେ ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ମୃତକ ହେଲେ ଆଶିଷ ଗୌଡ଼ ଓ ଆଲିଶା ଗୌଡ଼। ଏଣେ ମା ରଶ୍ମିତା ଗୌଡ଼ […]