ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍‌କ ବ୍ୟା‌ଙ୍କ

କଟକ : ପରିତ୍ୟକ୍ତ ଅଥବା ମା ଛେଉଣ୍ଡ ଶିଶୁ ଆଉ ମା କ୍ଷୀରରୁ ବଂଚିତ ହେବେନି। ଏଥିପାଇଁ ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମଦର୍‌ ମିଲ୍କ ବ୍ୟାଙ୍କ। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଉପରମହଲାରେ ତିଆରି ହୋଇଥିବା ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ରରେ ୫୦ରୁ ୬୦ଜଣ ମା ପ୍ରତ୍ୟେକ ଦିନ ସେମାନଙ୍କ କ୍ଷୀରକୁ ସଂରକ୍ଷିତ ରଖିପାରିବେ। ଏଥିପାଇଁ ୨୫ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ର ତିଆରି କରାଯାଇଥିବା ବେଳେ ୨୨ଲକ୍ଷ ଟଙ୍କାର ଉପକରଣ ରଖାଯାଇଛି। ଏହି […]

ରାଜ୍ୟ

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ; କାହ୍ନୁଗୁଡ଼ାକୁ ରାସ୍ତା ନୋହିଲା, ରୋଗୀଙ୍କୁ କାଉଡ଼ି ଭରସା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଲୋକେ ଆଜି ବି ପାଦରେ ଚାଲିଚାଲି ନିଜ ଗ୍ରାମକୁ ଯାଉଛନ୍ତି। ବାରମ୍ବାର ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ନେଇ ଦାବି କରିଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପ୍ରତିଶ୍ରୁତି ରକ୍ଷା କରାଯାଉ ନାହିଁ। ଏଭଳି ଏକ ଗାଁ ହେଉଛି କାଶୀପୁର ବ୍ଲକର ଗୋରଖପୁର ପଞ୍ଚାୟତର କାହ୍ନୁଗୁଡ଼ା ଗ୍ରାମ। ଏହି ଗ୍ରାମରେ ପ୍ରାୟ ଦେଢ ଶହ ପରିବାର ବସବାସ କରୁଛନ୍ତି। ସ୍ବାଧୀନତାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖାଦ୍ୟ ସୁରକ୍ଷା ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ: ଆଧାର କାର୍ଡ, ଭୋଟର ପରିଚୟପତ୍ର ନଥିଲେ ବିକଳ୍ପ କଣ?

କଟକ : ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ନଥିବା ବ୍ୟକ୍ତି ଯଦି ନିଜ ପରିଚୟ ଓ ରହୁଥିବା ଅଞ୍ଚଳ ପ୍ରସଂଗରେ ପ୍ରମାଣ ଉପସ୍ଥାପନ କରନ୍ତି ତେବେ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସୁବିଧା ପ୍ରଦାନ ପାଇଁ କଣ ବ୍ୟବସ୍ଥା ରହିଛି ସେ ନେଇ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ପ୍ରବାସୀ ଶ୍ରମିକମାନେ ନିର୍ଦ୍ଦିଷ୍ଟ ଋତୁରେ କାମ ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି। ପ୍ରବାସୀ ଶ୍ରମିକ ନିଜ ଅଞ୍ଚଳ […]

ରାଜ୍ୟ

ଓପେଲଫେଡ୍‌ କେଳେଙ୍କାରୀ: ରେକର୍ଡ ରୁମ୍‌ରୁ ଟେଣ୍ଡର ଚୁକ୍ତି ଗାଏବ; ଠିକାଦାରଙ୍କୁ ବିଭାଗ ଦେବ ୫ କୋଟି

କଟକ : ଓପେଲଫେଡ୍‌ (ଓଡ଼ିଶା ଷ୍ଟେଟ୍‌ ପଲଟ୍ରି ପ୍ରଡକ୍ଟସ କୋଅପରେଟିଭ ମାର୍କେଟିଂ ଫେଡେରସନ୍ ଲିମିଟେଡ)ର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବିଭାଗ ଜଣେ ଠିକଦାରଙ୍କୁ ୫ କୋଟି ଟଙ୍କା ଗଣିବାକୁ ଯାଉଛି। ଠିକାଦାର ଓ ଓପେଲଫେଡ ମଧ୍ୟରେ ହୋଇଥିବା ଟେଣ୍ଡର ଏଗ୍ରିମେଣ୍ଟ୍‌ (ଚୁକ୍ତିନାମା) କାଗଜ ବିଭାଗୀୟ ରେକର୍ଡ ରୁମରୁ ଗ‌ାଏବ ହେବା ଯୋଗୁଁ ଟେଣ୍ଡର ଚୁକ୍ତିର ଦୁଇ ପୃଷ୍ଠାରେ କରାଯାଇଥିବା ଚଂଚକତା ଅଭିଯୋଗର ପ୍ରମାଣ ମିଳୁ ନାହିଁ। ଫଳରେ ଚୁକ୍ତିର ‘ଡିସପ୍ୟୁଟ୍ ରିଜୋଲ୍ୟୁସନ୍ରେ ବିବାଦ ହେଲେ କଣ […]

ରାଜ୍ୟ

ଶ୍ରୀମନ୍ଦିର ସିଂହଦ୍ବାର ସିଂହମୂର୍ତ୍ତିକୁ ନେଇ ବିଭ୍ରାନ୍ତି

ପୁରୀ : ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ବାରର ନବକଳେବର କରାଯାଇଛି। ପୁରୁଣା ଦ୍ବାରକୁ କାଢ଼ି ବର୍ମା ଶାଗୁଆନ କାଠରେ ନୂଆ ସିଂହଦ୍ବାର ନିର୍ମାଣ କରାଯାଇଛି। ଏହା ଉପରେ ରୁପାଛାଉଣି କରାଯାଇଛି। କିନ୍ତୁ ଏବେ ସିଂହଦ୍ବାର ନିର୍ମାଣ ଶୈଳୀକୁ ନେଇ ଭକ୍ତଙ୍କ ମହଲରେ ବିଭ୍ରାନ୍ତି ଆରମ୍ଭ ହୋଇଛି। କେହି ବ୍ୟକ୍ତି ସିଂହଦ୍ବାରର ଫଟୋକୁ ଏଡିଟ୍‌ କରି ଏହାକୁ ଭୁଲ୍‌ ଚିତ୍ରିତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଛି। ଏଭଳି ବିଭ୍ରାନ୍ତି ଭକ୍ତଙ୍କ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯେଉଁମାନେ ଏଭଳି […]

ଅପରାଧ ରାଜ୍ୟ

ହଜାରେ ଟଙ୍କାରେ ୯ ମାସର ଶିଶୁକୁ ବିକିଦେଲା ମା’

କୁଆମରା : ମାତ୍ର ହଜାରେ ଟଙ୍କା ପାଇଁ ନିଜ ୯ ମାସର ଶିଶୁକନ୍ୟାକୁ ବିକି ଦେଇଛି ମା। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ମାମଲ‌ାରେ ପୁଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୪ ଜଣଙ୍କୁ ଗିରଫ କରିଛି। ଖୁଣ୍ଟା ଥାନା ମହୁଲିଆ ଗ୍ରାମର ମୁସୁ ମୁର୍ମୁ ନିଜ ସ୍ତ୍ରୀ ଓ ନବଜାତ ଶିଶୁକୁ ଘରେ ଛାଡ଼ି ତାମିଲନାଡୁକୁ କାମ କରିବାକୁ ଯାଇଥିଲେ। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଠିକ୍‌ ଭାବେ ହେଉନି ଜଳ ପରିଚାଳନା: ବରବାଦ୍‌ ହେଲା ୫ ଫୁଟ ହୀରାକୁଦ ପାଣି

ସମ୍ବଲପୁର : ଛତିଶଗଡ଼ ସରକାର ନିଜ ଭାଗର ମହାନଦୀ ପାଣି ବରବାଦ କରୁଥିବା ନେଇ ଓଡ଼ିଶା ଉପରେ ସବୁବେଳେ ଦୋଷ ଲଦିଆସୁଛି। ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏବେ ପୁଣି ହୀରାକୁଦ ଜଳଭଣ୍ଡାରର ୫ ଫୁଟ୍‌ରୁ ଅଧିକ ଜଳ ବ୍ୟବହାର ହୋଇନପାରି ବେକାର ଯାଇଛି। ଅନ୍ୟ ପଟେ ଗତ ମେ ଓ ଜୁନ୍ ମାସରେ ବିଦ୍ୟୁତ୍ ଉତ୍ପାଦନ କ୍ଷତି ପ୍ରାୟ ୪୮ ନିୟୁତ ୟୁନିଟ୍ ହେବ ବୋଲି ଜଣେ […]

ଅପରାଧ ରାଜ୍ୟ

ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି

ଭୁବନେଶ୍ବର: ଶକ୍ତି ସଞ୍ଚୟ ନାଁରେ ବିଏମ୍‌ସିରେ ଦୁର୍ନୀତି ଚାଲିଛି। ୮୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚ‌ାଇବା ବା ବିଜୁଳି ବିଲ୍‌ରେ ପୂର୍ବାପେକ୍ଷା ୮୦ ପ୍ରତିଶତ ଟଙ୍କା ବଞ୍ଚାଇବା ଚୁକ୍ତି କରିଥିବା ସଂସ୍ଥାକୁ କେହି ଜଗିବାକୁ ନାହାନ୍ତି। ଅଧିକାରୀ ସଂସ୍ଥା ସହ ହାତ ମିଶାଇଥିବାରୁ ମୋଟା ଅଙ୍କର ଅର୍ଥ ବାଟ ମାରଣା ହେଉଛି। ୧୦ ବର୍ଷ ଧରି ଠିକା ସଂସ୍ଥା ଶକ୍ତି ସଞ୍ଚୟ ନାମରେ ହରିଲୁଟ୍‌ କରୁଥିଲେ ମଧ୍ୟ ଜଗିବା ପାଇଁ ବିଏମ୍‌ସି ଯେଉଁ ‘ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ବଜାରରେ ଅଦା @ ୩୦୦, ବଜାରରେ ନାହିଁ ଓଡ଼ିଶା ଅଦା

ଭୁବନେଶ୍ବର : ରାଜଧାନୀ ବଜାରରେ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି ଅଦା। ଅବସ୍ଥା ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ଏହା ଉପରୁ ମୁହଁ ଫେରାଇ ନେଇଛନ୍ତି। ବର୍ଷ ତମାମ କୋରାପୁଟ ଚାଷୀ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି। ଗତ ମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କ୍ରୟ କରି ନେଇଥିଲେ। ଏଥିଯୋଗୁଁ ଚାଷୀଙ୍କ ଖୁସି କାହିଁରେ କେତେ ବଢ଼ି ଯାଇଥିଲା। କିନ୍ତୁ ସେହି ଅଦା […]

ଅପରାଧ ରାଜ୍ୟ

ବୌଦ୍ଧରେ ଚାଞ୍ଚଲ୍ୟ: ବୋତଲ ଗୋଟାଳିଙ୍କୁ ହତ୍ୟା!

ବୌଦ୍ଧ: ବୌଦ୍ଧ ସହର ସତସଙ୍ଗ ମନ୍ଦିର ପଛପଟ ମହାନଦୀ କୂଳରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ି ରହିଛି। ଶବ ନିକଟରେ ରକ୍ତଲଗା କଂକ୍ରିଟ ଖଣ୍ଡ, ପଥର ଓ କିଛି ଭଙ୍ଗା ମଦ ବୋତଲ ପଡ଼ିଥିବା ଦେଖାଯାଇଛି। ଫଳରେ ପଥର ଓ ମଦ ବୋତଲରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସତସଙ୍ଗ ଗଳି ରାସ୍ତା ପାର୍ଶ୍ୱରେ ଏକ ସାଇକେଲ ପଡ଼ି ରହିଛି। ସାଇକେଲରେ କିଛି କାଗଜ ପେଟି ବନ୍ଧା ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ […]