ଅପରାଧ ରାଜ୍ୟ

ପାରିବାରିକ କଳହରୁ ଚରମ ନିଷ୍ପତ୍ତି: ୩ ସନ୍ତାନଙ୍କୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼ : ପାରିବାରିକ କଳହର ଭୟଙ୍କର ପରିଣତି। ଜନ୍ମକଲା ତିନି ସନ୍ତାନଙ୍କୁ କୂଅରେ ଫୋପାଡ଼ି ମାଆର ଆତ୍ମହତ୍ୟା ଉଦ୍ୟମ। ସେମାନଙ୍କ ମଧ୍ୟରୁ ୧୦ ମାସର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବଡ଼ଝିଅ ଓ ମାଆ ଏଥିରୁ ବର୍ତ୍ତିଯାଇଛନ୍ତି। ତେବେ ଡାକ୍ତରଖାନାରୁ ଘରକୁ ଆସି ନିଜ ଜିଭ କାଟିଦେଲା ମାଆ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ଏଭଳି ଏକ ହୃଦୟବିଦାରକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। […]

ରାଜ୍ୟ

ଜୁନ୍‌ରେ ସ୍ବଳ୍ପ ବୃଷ୍ଟି, ଶୁଖିଲା ଜଳଭଣ୍ଡାର

କୋରାପୁଟ : ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ବିଳମ୍ବରେ କୋରାପୁଟ ଜିଲ୍ଲାରେ ପ୍ରବେଶ କରିଥିଲା ମୌସୁମୀ। କିଛି ଦିନ ଲଗାଣ ବର୍ଷା ଗରମରୁ ମୁକ୍ତି ଦେଇଥିଲା ବେଳେ ଚାଷୀ ବେଶ୍‌ ଉତ୍ସାହିତ ହୋଇଥିଲେ। କିନ୍ତୁ ହଠାତ୍‌ ମୌସୁମୀ ଗାଏବ ହୋଇଯିବା ଅନେକ ଆଶଙ୍କାକୁ ଘନିଭୂତ କରିଛି। ଯଦି ସପ୍ତାହକ ମଧ୍ୟରେ ଲଗାଣ ବର୍ଷା ନହୁଏ, ଜଳ ଯୋଗାଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି କୁହାଯାଉଛି। ଜୁନ୍‌ ପ୍ରଥମ ସପ୍ତାହରେ ସାଧାରଣତଃ […]

ରାଜ୍ୟ

ଗୋବର୍ଦ୍ଧନ ମଠରେ ଗୁରୁପୂର୍ଣ୍ଣିମା; ଗଜପତି ନେଲେ ଆଶୀର୍ବାଦ

ପୁରୀ : ପୁରୀ ଗୋବର୍ଦ୍ଧନ ମଠ ପରିସରରେ ସୋମବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମା ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଗୁରୁପୂର୍ଣ୍ଣିମା ମହୋତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ, ଶିଷ୍ୟମାନେ ବି ଶଙ୍କରାଚାର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଫଳ, ଫୁଲ ଆଦି ଅର୍ପଣ କରିଥିଲେ। ଏଥିପାଇଁ ମଠ ପରିସର ଉତ୍ସବ ମୁଖର ହୋଇଥିଲା। ଗୁରୁପୂର୍ଣ୍ଣିମା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୩ରେ ପ୍ରେରଣ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଜୁଲାଇ ୧୩ ତାରିଖରେ ଚନ୍ଦଯାନ-୩ ଉତ୍‌କ୍ଷେପଣ କରାଯିବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଜୁଲାଇ ୧୩ରେ ଏହା ଉତ୍‌କ୍ଷେପଣ କରାଯିବାକୁ ସ୍ଥିର ହୋଇଛି ଏବଂ ପ୍ରକ୍ରିୟା ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିପାରେ। ସୋମନାଥ କହିଛନ୍ତି, ସେମାନେ ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂରେ ଏଥର ସଫଳ ହେବେ। ଜୁଲାଇ ୧୩ ହେଉଛି ଉତ୍‌କ୍ଷେପଣର ପ୍ରଥମ ସମ୍ଭାବ୍ୟ ତାରିଖ, ଯାହା ଜୁଲାଇ ୧୯ […]

ଅପରାଧ ରାଜ୍ୟ

ଶିମିଳିପାଳରେ ବନ୍ଧୁକ କାରଖାନା, ୨ ବନ୍ଧୁକ ସହ ଜଣକୁ ବାନ୍ଧିଲା ପୁଲିସ

ବାରିପଦା/ଠାକୁରମୁଣ୍ଡା : ଶିମିଳିପାଳରେ ଚୋରା ବନ୍ଧୁକ କାରଖାନା ଠାବ କରିଛି ମୟୂରଭଞ୍ଜ ଜିଲ୍ଲା ପୁଲିସ। ଏହି ମାମଲାରେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏହାବ୍ୟତୀତ ପୁଲିସ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ କରିଛି। ୩ଟି ପୁଲିସ ଟିମ୍ ଓ ସଶସ୍ତ୍ର ଫୋର୍ସ ଗତକାଲି […]

ରାଜ୍ୟ

ଗାଁକୁ ମାଡ଼ିଯିବ ପାଣି, କିନ୍ତୁ କ୍ଷତିପୂରଣ ଅଧୁରା; କାହା ସ୍ବାର୍ଥ ପାଇଁ ୨୫ ଗୁଣ ବଜେଟ୍‌ ବଢ଼ିଲା

ଭୁବନେଶ୍ବର : ଚାଷ ଜମିକୁ ମାଡ଼ି ଆସିଲାଣି ପାଣି, ଯେକୌଣସି ମୁହୂର୍ତ୍ତରେ ଘରେ ପଶିଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଢ଼େ ୧୦ ଏକର ଜମି ଏବଂ ମୂଲ୍ୟବାନ ଗଛର ଟଙ୍କା ଦେଇନାହିଁ ପ୍ରଶାସନ। ଜମି କ୍ଷତିପୂରଣ ଟଙ୍କା ଦେବାକୁ ଯଦି ପ୍ରଶାସନ ଏତେ ବିଳମ୍ବ କରୁଛି, କେଉଁ ଭରସାରେ ଘର ଛାଡ଼ି ଯିବୁ। କେବଳ ଆମ କଥା ନୁହେଁ ଆମ ଗାଁର ପ୍ରାୟ ୫୦ ପ୍ରତିଶତରୁ ଅଧିକ ପରିବାରଙ୍କୁ କ୍ଷତିପୂରଣ ଟଙ୍କା ନ ଦେଇ ଜୋରଜବରଦସ୍ତି ପ୍ରଶାସନ […]

ରାଜ୍ୟ

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

ବେତନଟୀ ସଦର/ଶାଳଚୁଆ : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନି ପୁଲିସ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ ସମନ୍‌ ପରେ ପୁଲିସ ଟିମ୍‌ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ହେଲେ ତାଙ୍କର ପତ୍ତା ମିଳିନଥିଲା। ତାଙ୍କ […]

ଦେଶ ବିଦେଶ ରାଜନୀତି

ମହାରାଷ୍ଟ୍ର ରାଜନୀତି: ଏନ୍‌ସିପି ପାଇଁ ଲଢ଼େଇ; ଦଳରୁ ବିଦା ହେଲେ ସାଂସଦ ସୁନୀଲ ତଟକରେ, ପ୍ରଫୁଲ୍ଲ ପଟେଲ

ମୁମ୍ବାଇ: ମହାରାଷ୍ଟ୍ରର ସରକାରରେ ଏନସିପି ନେତା ଅଜିତ ପାୱାରଙ୍କ ଗୋଷ୍ଠୀ ଗତକାଲି ସାମିଲ ହେବାପରେ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଶକ୍ତ ଧକ୍କା ଲାଗିଛି। ଗତକାଲି ଠାରୁ ପାୱାରଙ୍କ ପରିବାରରେ ରାଜନୈତିକ ଝଡ଼ ଓ ବଳ କଷା ଆରମ୍ଭ ହୋଇଯାଇଛି। ଦଳ କାହା କବ୍‌ଜାରେ ରହିବ ତାହାକୁ ନେଇ ଉଭୟ ଦାଦା ଶରଦ ଏବଂ ପୁତୁରା ଅଜିତଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ଗତକାଲି ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ଜଣ […]

ରାଜ୍ୟ

୧୨ବର୍ଷରେ ବୋହୂ ସାଜୁଛି ମହ୍ଲାର ଝିଅ, ବାଲ୍ୟବିବାହ ଏଠି ପରମ୍ପରା

କେନ୍ଦୁଝର : ଯେଉଁ ବୟସରେ ଖେଳିବା, ପଢ଼ିବା କଥା; ସେଇ ବୟସରେ ଏମାନେ ବାହା ହୁଅନ୍ତି। ଜଣେ, ଦୁଇ ଜଣ ନୁହଁନ୍ତି, ବରଂ ଗାଁ ସାରା ଝିଅଙ୍କର ସେଇ ସମାନ ଅବସ୍ଥା। କିଏ ୧୨ ବର୍ଷରେ ତ କିଏ ୧୩ ବର୍ଷରେ ବାହା ହୋଇଯାଆନ୍ତି। ୧୫ ବର୍ଷ ହେଲାବେଳକୁ ଆଉକେହି ପ୍ରାୟତଃ ବାହାହେବାକୁ ନଥାନ୍ତି। ବାଲ୍ୟବିବାହ କରିଥିବା ଝିଅମାନଙ୍କ ମଧ୍ୟରୁ କେତେକ ଅଳ୍ପ ବୟସରୁ ବିଧବା ହୋଇ ଦୟନୀୟ ଜୀବନ ବିତାଉଛନ୍ତି। ବାଲ୍ୟ ବିବାହ ଏଠାକାର ପରମ୍ପରା। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୯୭୮ରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ପାୱାର

ମୁମ୍ବାଇ : ଅଜିତ ପାୱାର ଏନସିପିରେ ବିଦ୍ରୋହ କରି ଗତକାଲି ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା କେବଳ ଗତବର୍ଷ ଶିବ ସେନାରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଘଟଣାର ସ୍ମୃତିକୁ ତାଜା କରିନାହିଁ ବରଂ ୪୫ ବର୍ଷ ପୂର୍ବେ ନିଜେ ଶରଦ ପାୱାର କରିଥିବା ବିଦ୍ରୋହର ସ୍ମୃତିକୁ ଉଜ୍ଜୀବିତ କରିଛି। ୧୯୭୮ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ (ଏସ୍‌)କୁ ୬୯ଟି ଆସନ, କଂଗ୍ରେସ (ଆଇ)କୁ ୬୫ଟି ଆସନ ମିଳିଥିଲା। ଜନତା ପାର୍ଟିକୁ ସର୍ବାଧିକ ୯୯ ଆସନ […]