ରାଜ୍ୟ

ଅସ୍ଥାୟୀ ବନ୍ଧରୁ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

ବଲାଙ୍ଗୀର: ବଲାଙ୍ଗୀର ଠାରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। କଂକ୍ରିଟ ଡ୍ୟାମର କିଛି ଦୂରରେ ଥିବା ଏହି ମାଟି ବନ୍ଧରେ ୯ ମିଟର ପାଣି ରହିବାର କ୍ଷମତା ଥିବା ବେଳେ ଏଥିରେ ୬ ମିଟରରୁ ଅଧିକ ବନ୍ୟା ଜଳ ଭର୍ତ୍ତି କରାଯାଇଥିଲା। ଆଗାମୀ ଦିନରେ ପୁଣି ବର୍ଷା ହେବ ନେଇ ପାଣିପାଗ ବିଭାଗ ପୂର୍ବସୂଚନା ଦେବା ପରେ ଆଜି ସକାଳେ କେନାଲ ଦ୍ୱାର ଦେଇ ମୁଖ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏନ୍‌ସିପିର ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ଅଜିତ ପାୱାର, ତାଲା ଭାଙ୍ଗି ଭିତରେ ପଶିଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ଦିନ ପରେ ଅଜିତ ପାୱାର ଆଜି ରାଜ୍ୟ ସଚିବାଳୟ ନିକଟରେ ଏନ୍‌ସିପିର ଏକ ନୂଆ ପାର୍ଟି ଅଫିସ ଉଦ୍‌ଘାଟନ କରିଛନ୍ତି। କିନ୍ତୁ ଅଜିତ ପାୱାରଙ୍କ ଗୋଷ୍ଠୀର ନେତାମାନେ ଆଜି ନୂଆ ‘ରାଷ୍ଟ୍ରବାଦୀ ଭବନ’ରେ ପହଞ୍ଚିବା ବେଳକୁ ସେମାନେ ବଙ୍ଗଳାର ମୁଖ୍ୟ ଦ୍ବାରରେ ତାଲା ପଡ଼ିଥିବା ଦେଖିଥିଲେ। ଚାବି ପାଇଁ ଅପେକ୍ଷା କରି ନେତାମାନେ ବଙ୍ଗଳା ବାହାରେ ପଡ଼ିଥିବା ଚେୟାରରେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥିଲେ। ପରେ […]

ଅପରାଧ ରାଜ୍ୟ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଦୁଇମାସ ଭିତରେ ୩ ସଦସ୍ୟ ପୁରଣ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଖାଲି ପଡିଥିବା ତିନି ସଦସ୍ୟ ପଦ ଦୁଇମାସ ଭିତରେ ପୁରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୬ଟି ସଦସ୍ୟ ପଦରୁ ତିନୋଟି ପୂରଣ କରାଯାଇଥିବା ବେଳେ ଅବଶିଷ୍ଟ ପଦ ପୂରଣ ପାଇଁ ଅଧିକ ସମୟ […]

ଦେଶ ବିଦେଶ ରାଜ୍ୟ

ଆଣ୍ଡାମାନରେ ଓଡ଼ିଆ ନୌସେନା କର୍ମଚାରୀ ମୃତ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର

ଛତ୍ରପୁର: ଆଣ୍ତାମାନରେ ନୌସେନାରେ ମେଡିକାଲ ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟରତ ଛତ୍ରପୁର ନିକଟ ବାସନାପଲ୍ଲୀ (ଶାନ୍ତିନଗର)ର କେ.ସଂଗ୍ରାମ କୁମାରଙ୍କ ଅକାଳ ବିୟୋଗ ଘଟିଛି। ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସଂଗ୍ରାମଙ୍କ ଶବକୁ ଗ୍ରାମକୁ ଅଣାଯିବା ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ପ୍ରଥମେ ଭୁବନେଶ୍ବର ଓ ପରେ ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ବାସନାପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଥିଲା। କଲେଜ ଛକରୁ ଛତ୍ରପୁର […]

ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

ଲାଙ୍ଗୀର: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବଲାଙ୍ଗୀର ପୋକ୍ସ କୋର୍ଟ ବିଚାରପତି ଗୋପବନ୍ଧୁ ଗଡନାୟକ ୨୦  ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଗତ ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ବେଲପଡା ଥାନା ଅଧିନ ଜଣେ ୯ ବର୍ଷୀୟ ନାବାଳିକାକୁ ଅଭିଯୁକ୍ତ ପୂର୍ବ ସେନାବାହିନୀ କର୍ମଚାରୀ ସରୋଜ ବେହେରା(୫୫) […]

ଅପରାଧ ରାଜ୍ୟ

ଏଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କୁ ଆଶ୍ବସ୍ତି

କଟକ: ଯୁବ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଏଥି ସହିତ ପୂର୍ବରୁ ବିଚାରାଧୀନ ଥିବା ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ମାମଲା ସହିତ ବିଦ୍ୟାଭାରତୀଙ୍କ ମାମଲାର ଜୁଲାଇ ୨୭ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ […]

ଦେଶ ବିଦେଶ

ଜାପାନରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଜାପାନ: ଉଦିତ ସୂର୍ଯ୍ୟର ଦେଶ ‘ଜାପାନ’ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା, ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଓ ପ୍ରଥମ ରଥଯାତ୍ରା ଗତ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଟୋକିଓ ଓ ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ରଥ ଟାଣିଥିଲେ। ଏହି ଘଟଣାରେ ଖୁସିବ୍ୟକ୍ତ କରି ଜାପାନରେ ଅବସ୍ଥାପିତ […]

ରାଜ୍ୟ

ଶାହଙ୍କ କଥା ନ ମାନିଲେ ଭାଗ ଭାଗ ହୋଇଯିବ ବିଜେଡି: ତାରା

ଭୁବନେଶ୍ବର: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସାରା ଦେଶର ନଜର ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ। କେନ୍ଦ୍ରର ବିଜେପି ଯାହା କହିବ, ବିଜେଡି ତାହା କରିବ। ଅମିତ ଶାହଙ୍କ କଥା ନ ମାନିଲେ ଓଡ଼ିଶାରେ ବିଜେଡିକୁ ଭାଗ ଭାଗ କରିଦେବ […]

ରାଜ୍ୟ

ମନରେଗାରେ ଏମିତି ଚାଲିଛି ହରିଲୁଟ୍‌: ଗଛ ଗୋଟିଏ, ଖର୍ଚ୍ଚ ଲକ୍ଷେ

କେନ୍ଦୁଝର: ଏବେ ବନ ମହୋତ୍ସବ ସପ୍ତାହ ଚାଲିଛି। ସରକାରୀସ୍ତରରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। କିନ୍ତୁ ଗୋଟିଏ ଗଛ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷେ ଟଙ୍କା। ଏହା ଅନେକଙ୍କୁ ବିସ୍ମିତ କରୁଥିଲେ ବି ସତ। ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ୍‌ ଚେମଣା ଗ୍ରାମରେ। ଏହି ଗ୍ରାମରେ ମନରେଗା ଯୋଜନାରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହାର ଗୋଟିଏ ଉଦାହରଣ ମାତ୍ର। ମନରେଗା ଯୋଜନାରେ କେଉଁଠି ମାଟି ‌ମେସିନରେ ଖୋଳି ବିଲ୍‌ ହୋଇଥାଏ ତ କେଉଁଠି ପୁରୁଣା କ୍ଷେତପୋଖରୀକୁ […]

ରାଜ୍ୟ

ତାଳଚେର-ବିମଳାଗଡ଼ ପ୍ରକଳ୍ପରେ କଟିବ ୩୦,୭୩୪ ଗଛ: ବନୀକରଣ ଶୂନ, କାଟିବାକୁ ଆତୁର

ରାଉରକେଲା: ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟାପକ ସଂଖ୍ୟାରେ ଗଛ କଟାଯାଉଛି। ବିଶେଷକରି ଜାତୀୟ ରାଜପଥ/ରାଜ୍ୟ ରାଜପଥ ପାଇଁ ବହୁମାତ୍ରାରେ ଗଛ ବଳିପଡ଼ୁଛି। ସେହି ଅନୁପାତରେ କିନ୍ତୁ ବୃକ୍ଷରୋପଣ ହେଉନି। ଫଳରେ ସବୁଜିମାରେ ପରିପୂର୍ଣ୍ଣ ରାସ୍ତା କଡ଼ ଏବେ ଖାଲି ହେବାରେ ଲାଗିଲାଣି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକାଧିକ ପ୍ରକଳ୍ପ ନିର୍ମାଣବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏବେ ଜରୖକେଲାରୁ ରାଉରକେଲା ପର୍ଯ୍ୟନ୍ତ ନିର୍ମାଣହେବାକୁ ଥିବା ଜାତୀୟ ରାଜପଥ ୩୨୦(ଡି) କ୍ଷେତ୍ରରେ ମଧ୍ୟ ସମାନ ଅବହେଳା ଦେଖାଦେଲାଣି। […]