ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରୁଷ୍‌ ତେଲ ରିହାତିରୁ ୫୭,୫୮୪ କୋଟି ସଞ୍ଚୟ

ନୂଆଦିଲ୍ଲୀ: ରିହାତି ଦାମ୍‌ରେ ରୁଷ୍ ବିକ୍ରି କରୁଥିବା ତେଲ କିଣି ଭାରତୀୟ କଂପାନିଗୁଡ଼ିକ ବେଶ ମୋଟା ଅଙ୍କର ସଞ୍ଚୟ କରିପାରିଛନ୍ତି। ରୁଷ୍‌ ତେଲ କିଣୁଥିବାରୁ ୧୪ ମାସ ଭିତରେ ତୈଳ କଂପାନିଗୁଡ଼ିକର ୫୭,୫୮୪ କୋଟି ଟଙ୍କା (୭ ବିଲିଅନ ଡଲାର) ସଞ୍ଚୟ ହୋଇଛି। ଗତବର୍ଷ ୟୁକ୍ରେନ୍‌ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଭାରତକୁ ରିହାତି ଦାମ୍‌ରେ ତେଲ ବିକ୍ରି କରୁଛି। ସେହି ସୁଯୋଗର ଭରପୁର ଫାଇଦା ଉଠାଇ ଭାରତ ବିପୁଳ ପରିମାଣରେ ତେଲ କିଣୁଛି। ପୂର୍ବରୁ […]

ଦେଶ ବିଦେଶ

ଖାଇ‌ରେ ଖସିପଡ଼ିଲା ଯାତ୍ରୀବାହୀ ବସ୍‌; ୨୭ ମୃତ, ୧୭ ଆହତ

ଉହାକା: ବୁଧବାର ଦିନ ମେକ୍ସିକୋର ଦାକ୍ଷିଣାତ୍ୟ ରାଜ୍ୟ ଉହାକାରେ ପାହାଡ଼ୀ ରାସ୍ତାରେ ଯାଉଥିବା ଗୋଟାଏ ଯାତ୍ରୀବାହୀ ବସ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଖାଇକୁ ଖସି ପଡ଼ିବାରୁ ଅନ୍ୟୂନ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ଉହାକା ରାଜ୍ୟ ପ୍ରୋସ୍ୟୁକୁଟର୍‌ ବର୍ଣ୍ଣାଡୋ ରୋଡ୍ରିଗ୍ବେଜ୍‌ ଆଲାମିଲା ଫୋନ୍‌ ଯୋଗେ ଗଣମାଧ୍ୟମକୁ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁସାରେ, ୨୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଚିକିତ୍ସା ନିମନ୍ତେ ଆହତ ହୋଇଥିବା ଆଉ ୧୭ଜଣ ଯାତ୍ରୀଙ୍କୁ ସେ ଅଞ୍ଚଳର […]

ରାଜ୍ୟ

ପାଣିପାଗ ପରିବର୍ତ୍ତନର ଭୀଷଣ ପ୍ରଭାବ: ଜାଲରେ ପଡ଼ୁନାହାନ୍ତି ମାଛ

ଭୋଗରାଇ: ପାଣିପାଗରେ ଅନିୟମିତତାର ଭୀଷଣ ପ୍ରଭାବ ପରିଲକ୍ଷିତ ହେଲାଣି। ମାଛ ଉତ୍ପାଦନ ଢେର ହ୍ରାସ ପାଇଛି। ଫଳରେ ସମୁଦ୍ର ଉପରେ ନିର୍ଭର କରୁଥିବା ଚାରି ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି। ବର୍ଷର ୧୦ ମାସ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଉଥିବା ଏହି ମତ୍ସ୍ୟଜୀବୀ ପରିବାରଗୁଡ଼ିକ ଆଗାମୀ ଦିନରେ କିପରି ଜୀବିକା ନିର୍ବାହ କରିବେ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଭୋଗରାଇ ବ୍ଲକ୍‌ର ଉଦୟପୁରଠାରୁ କୀର୍ତ୍ତନିଆ ଯାଏ ଦୀର୍ଘ […]

ଅପରାଧ ଦେଶ ବିଦେଶ

ରାସ୍ତାରୁ ମଦ୍ୟପକୁ ଉଠାଇବା ବେଳେ ଧକ୍କା ଦେଲା ଗାଡ଼ି; ଜଣେ ପୁଲିସ ନିହତ, ୩ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଆକବରପୁର ଅନ୍ତର୍ଗତ ରାଜପଥରେ ‌ଶୋଇଥିବା ଜଣେ ମଦ୍ୟପଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବ‌େଳେ ଦ୍ରୁତଗାମୀ ଟେମ୍ପୋଗାଡ଼ି ଧକ୍କା ଦେବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବୁଧବାର ପ୍ରତ୍ୟୁଷରେ ଘଟିଥିବା ଏହି ଦୁର୍ଘଟଣାରେ ସେ ମଦ୍ୟପଙ୍କର ବି ମୃତ୍ୟୁ ଘଟିଛି। କିନ୍ତୁ, ତାଙ୍କର ପରିଚୟ ମିଳିନାହିଁ। ଆହତ ହୋଇଥିବା ୩ଜଣ ପୁଲିସ […]

ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଭାଗ୍ୟ ପୁଣି ଝୁଲିଲା। ପାହାଡ଼ କାଟି ପ୍ରକଳ୍ପ ନିର୍ମାଣ ବିରୋଧରେ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଦାଖଲ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଥିଲା। ଏଥିରେ ବିଭିନ୍ନ ପକ୍ଷ ନିଜ ନିଜର ମତ ରଖିଥିଲେ। ଏନ୍‌ଜିଟି ପକ୍ଷରୁ ଗଠନ ହୋଇଥିବା ତଦନ୍ତ କମିଟି ରିପୋର୍ଟ ହସ୍ତଗତ ହୋଇ ନ ଥିବା ନେଇ ରାଜ୍ୟ ସରକାରଙ୍କ ଓକିଲ କହିଥିବା ବେଳେ କାଉଣ୍ଟର ଆଫିଡେଭିଟ୍‌ ଲାଗି ବିଡିଏ କର୍ତ୍ତୃପକ୍ଷ ଆଉ […]

ରାଜ୍ୟ

ଟ୍ରେଡ୍‌ ଲାଇସେନ୍ସରେ ବର୍ଷକୁ ବିଏମସିର କ୍ଷତି ୭ କୋଟି

ଭୁବନେଶ୍ବର: ଟ୍ରେଡ୍‌ ଲାଇସେନ୍ସ ବାବଦକୁ ମହାସୁଲ୍‌ ଆଦାୟ ପ୍ରକ୍ରିୟା ନିୟମିତ ହୋଇପାରୁନି। ସର୍ଭେ କରାଯାଇ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ସଂଖ୍ୟା ନିରୂପଣ ହେଉଛି। ହେଲେ ଟଙ୍କାଟିଏ ଆଦାୟ ହୋଇ ପାରୁନି। ବରଂ ସର୍ଭେ କରିବାକୁ ବିଏମ୍‌ସି ରାଜକୋଷରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଛି। ୨୦୧୫ ମସିହାରେ ବିଏମ୍‌ସି ଏକ ଠିକା ସଂସ୍ଥା ଜରିଆରେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ସର୍ଭେ କରି ସେମାନଙ୍କର ଠିକଣା ସହ ତାଲିକା ପ୍ରସ୍ତୁତ କରିଥିଲା। ହେଲେ ବିଏମ୍‌ସି ସେମାନଙ୍କ ଠାରୁ ଟଙ୍କାଟିଏ ଆଦାୟ କରିପାରିଲା […]

ରାଜ୍ୟ

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ୍‌ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର […]

ରାଜ୍ୟ

ଅଙ୍ଗନବାଡ଼ି କେନ୍ଦ୍ର ଉପରେ ମହଙ୍ଗା ମାଡ଼: ଅପପୁଷ୍ଟିର ମୁକାବିଲା ହେବ କେମିତି?

ଭୁବନେଶ୍ବର: ରାଜ୍ୟରେ ୬ ମାସରୁ ଊର୍ଧ୍ବ ୬୪% ଶିଶୁ ରକ୍ତହୀନତାର ଶିକାର ଅଛନ୍ତି। ୩୧% ଶିଶୁଙ୍କ ଉଚ୍ଚତା କମିବାରେ ଲାଗିଛି। ୧୮.୧% ଶିଶୁ ଅତି ପୁଷ୍ଟିହୀନତାର ଆକ୍ରାନ୍ତ। ପ୍ରତି ଏକ ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁଙ୍କ ଆୟୁଷ ପାଞ୍ଚ ବର୍ଷ ମଧ୍ୟ ଟପୁ ନାହିଁ। ରାଜ୍ୟରେ ଶିଶୁ ଅପପୁଷ୍ଟିର ଆହୁରି ଦୁଃଖଦ ଚିତ୍ର ରହିଛି। ଏହାର ମୁକାବିଲା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ସବୁଜ ପରିବା, ଡାଲି ଏବଂ ଅଣ୍ଡା ଭଳି ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ। […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ତିସ୍ ହଜାରି କୋର୍ଟରେ ଫୁଟିଲା ଗୁଳି, ବିବାଦ ପ‌ରେ ଦୁଇ ଓକିଲ ଗୋଷ୍ଠୀ ହେଲେ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ କୋର୍ଟରେ ଫୁଟିଲା ଗୁଳି। ଓକିଲମାନଙ୍କ ମଧ୍ୟରେ ପାରସ୍ପରିକ ବିତର୍କ ଏବଂ ଝଗଡା ପରେ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଜଣାପଡ଼ିଛି। ଦିଲ୍ଲୀର ତିସ୍ ହଜାରି କୋର୍ଟରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ଆହତ ହେବାର ଖବର ସାମ୍ନାକୁ ଆସି ନାହିଁ। ଘଟଣାଟି କିଛି ସମୟ ପୂର୍ବରୁ ଘଟିଥିବା ବେଳେ ଏବେ ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ଫାଙ୍କା ଗୁଳି ଚାଳନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଜିତ ପାଓ୍ବାରଙ୍କ ବଡ଼ ଦାବି : ୨୦୧୯ରେ ବିଜେପି ସହ ମିଶି ସରକାର ଗଠନ ପଛରେ ଥିଲେ ଶରଦ ପାଓ୍ବାର

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଚାଲିଥିବା ସଂକଟ ମଧ୍ୟରେ ବୁଧବାର ଦୁଇ ପାଓ୍ବାର ଗୋଷ୍ଠୀ ଶିବିର ଅଲଗା ଅଲଗା ବୈଠକ ଡାକିଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇର ଏମଇଟି ବାନ୍ଦ୍ରାରେ ତାଙ୍କ ଗୋଷ୍ଠୀ ନେତା ଏବଂ କର୍ମୀଙ୍କ ସହ ବୈଠକ କରିବା ପରେ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଶରଦ ପାୱାରଙ୍କୁ ଟାର୍ଗେଟ କରିବା ସହ ଅନେକ ବଡ ବଡ ଦାବି ମଧ୍ୟ କରିଥିଲେ । ଅଜିତ ପାୱାର […]