ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହମଧ୍ୟକୁ ବିରୋଧୀ ବିଜେଡି ସଦସ୍ୟମାନେ ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କୁଅାଡ଼େ ଗଲା ଓଡ଼ିଆ ଅସ୍ମିତା ବୋଲି କହି ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଏହାପରେ ବିରୋଧୀ ବିଜେଡି ଓ ଶାସକ ବିଜେପି ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା […]









