ଓଜେଇଇ କାଉନସେଲିଂ ଆଜିଠୁ: ୪ଟି ପର୍ଯ୍ୟାୟରେ ହେବ ସିଟ୍ ଆଲଟ୍ମେଣ୍ଟ
ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍, ବିଆର୍କିଟେକ୍, ବିପ୍ଲାନ୍, ବିକାଟ୍, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ପୂର୍ବାହ୍ନ ୧୧ଟାରୁ ରୢାଙ୍କକାର୍ଡଧାରୀ ପ୍ରାର୍ଥୀମାନେ ନାମ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଚଏସ୍ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ଣରେ ମକ୍ […]









