ଅପରାଧ ରାଜ୍ୟ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ

କଟକ : ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ସିଆଇଡି(କ୍ରାଇମବ୍ରାଞ୍ଚ) ପୁନଃତଦନ୍ତ କରିବ। ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯିବା ସପକ୍ଷରେ ରାୟ ଦେଇ ହାଇକୋର୍ଟ କହିଛନ୍ତି, ଡିଆଇଜି ପାହ୍ୟାରୁ କମର […]

ରାଜନୀତି ରାଜ୍ୟ

ସରଗରମ ଛାତ୍ର ରାଜନୀତି: ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହାନ୍ତି ସରକାର

ଭୁବନେଶ୍ବର : ଏଥର ମଧ୍ୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବ‌ାଚନ କରିବା ସପକ୍ଷରେ ନାହାନ୍ତି ରାଜ୍ୟ ସରକାର। ଦୁଇ ଦିନ ତଳେ ବିଜେବି, ମହର୍ଷି କଲେଜ କ୍ୟାମ୍ପସରେ ଯେଉଁଭଳି ହିଂସା ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକପ୍ରକାର ନିଷ୍ପତ୍ତି ନେଇଛି। ତେବେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିବାରୁ କ୍ୟାମ୍ପସରେ ପତିଆରା ଜାହିର କରିବାକୁ ରାଜ୍ୟର ତିନୋଟି ଯାକ ଛାମୁଆ ଛାତ୍ର ସଙ୍ଗଠନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା ଘଟଣା: ଭୁବନେଶ୍ବର ଏମ୍ସରେ ଚିକିିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ବର/ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା ସମୟରେ ଗୁରୁତର ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ମହାପ୍ରଭୁ ବଳଭଦ୍ରଙ୍କ ଭୋଇ ସେବକଙ୍କର ଆଜି ସକାଳୁ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ନକୁଳ ଭୋଇ (୭୨)। ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଭକ୍ତମାନେ ଟାଣିଥିଲେ। ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ଏହି ରଥ ମାର୍କେଟ ଛକରେ ପହଞ୍ଚିବା ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ପ୍ରକାଶ ପାଇବ +୨ ପ୍ରଥମ କଟ୍ ଅଫ ମାର୍କ, ଜୁଲାଇ ୭ରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଆଜି ପ୍ରକାଶିତ ହେବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲି (ଜୁଲାଇ ୭) ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଗତ ମେ’ ମାସ ୨୯ ତାରିଖ ଠାରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ କୋଲାବ ଜଳଭଣ୍ଡାରରୁ ଉଦ୍ଧାର, ପୂର୍ବରୁ ପୋଲ ଉପରୁ ମିଳିଥିଲା ସ୍କୁଟି

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଗାନ୍ଧୀନଗର ନିବାସୀ ପି. ସନ୍ତୋଷ କୁମାରଙ୍କ ମୃତଦେହ ଗୁରୁବାର ସକାଳୁ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ଆଜି ସକାଳୁ ମତ୍ସ୍ୟଜୀବୀମାନେ ପି ସନ୍ତୋଷଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ। ସେମାନେ ଅଗ୍ନିଶମ କାର୍ଯ୍ୟାଳୟକୁ ଏନେଇ ସଚୂନା ଦେଇଥିଲେ। ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପି. ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିଥ‌ିଲେ। ସୁନାବେଡ଼ା ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କେରାପୁଟ ମେଡିକାଲକୁ ପଠାଇଛି। ଧାର ଟଙ୍କା ଆଣି ସୁଝିପାରି ନଥିବାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସେବା ଏକ୍ସପ୍ରେସ୍‌’ର ଯାନ୍ତ୍ରିକ ତ୍ରୁଟି; ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ, ଯାତ୍ରୀ ହନ୍ତସନ୍ତ

ନୟାଗଡ଼: ‘ସେବା ଏକ୍ସପ୍ରେସ୍‌’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍‌ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭି‌ତରେ ଏହି ଟ୍ରେନ୍‌ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା। ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍‌ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଏନ୍ ଗ୍ରୁପ ଉପରେ ଚଢ଼ଉ; ମାଲିକ ଓ ସହଯୋଗୀଙ୍କ ସହିତ ଅନ୍ୟ କର୍ମଚାରୀଙ୍କୁ ୨ୟ ଦିନରେ ପଚରାଉଚରା ଜାରି

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ବୁଧବାର ଠାରୁ ଚଢ଼ଉ ଚାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ୭ଟି ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଗୁରୁବାର ଦ୍ବିତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ଅଧିକାରୀମାନେ ଡିଏନ୍‌ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି। ଡିଏନ୍‌ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି। ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ରେମ୍‌ଲିନକୁ ନିମନ୍ତ୍ରଣ କରି କୁନିଝିଅର ଇଚ୍ଛା ପୂରଣ କଲେ ପୁଟିନ

ମସ୍କୋ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡାଗେସ୍ତାନର ଡରବେଣ୍ଟ ସହରକୁ ଯାଇଥିବା ବେଳେ ତାଙ୍କୁ ଦେଖିବାକୁ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟିକିଝିଅ ରାଇସାତ ଗହଳି ଯୋଗୁ ତାଙ୍କୁ ଦେଖିପାରି ନ ଥିଲା। ଏଥିରେ ଝିଅଟି ବହୁତ ମନଦୁଃଖରେ କାନ୍ଦିଥିଲା। ଝିଅର କାନ୍ଦିବାର ଭିଡ଼ିଓ ଭାଇରାଲ ହେବା ପରେ ରାଷ୍ଟ୍ରପତି ପୁଟିନ ଝିଅଟିକୁ ତା’ର ବାପାମାଆଙ୍କ ସହିତ କ୍ରେମ୍‌ଲିନସ୍ଥିତ ନିଜ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ତା’ର ଇଚ୍ଛା ପୂରଣ କରିଛନ୍ତି। ପୁଟିନ ରାଇସାତ ଆକିବୋଭା ନାମ୍ନୀ ମୁସଲମାନ ଝିଅଟିକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ମାତିଛନ୍ତି ନକଲି ପୁଲିସ: ଲୁଟିନେଲେ ୪ ଲକ୍ଷ ଟଙ୍କାର ମୁଦି, ଚେନ୍‌

କଟକ: କଟକ ସହରରେ ପୁଣି ମାତିଛନ୍ତି ନକଲି ପୁଲିସ। ପୁଲିସ ପରିଚୟ ଦେଇ ଜଣେ ଲୁହା ବ୍ୟବସାୟୀଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ୨୪ ହଜାର ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦିନ ଦ୍ବିପ୍ରହରରେ ବଜ୍ରକବାଟୀ ନିକଟରେ ଏଭଳି ଘଟଣା ଘଟିଛି। ଲୁହା ବ୍ୟବସାୟୀ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କଲେଜ ଛକରେ ଲୁହା ବ୍ୟବସାୟ କରୁଥିବା ଜୁନୁସପାଟଣା ଅଞ୍ଚଳର ୬୬ ବର୍ଷୀୟ ବିଜୟ କୁମାର ସାହୁ ବୁଧବାର ଦିନ […]

ଦେଶ ବିଦେଶ ରାଜନୀତି

ପାୱାରଙ୍କ ବୟସକୁ ନେଇ ଟାର୍ଗେଟ୍‌ କ‌ଲେ ଅଜିତ: ‘ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି’

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ତାଙ୍କ କାକା ଶରଦ ପାୱାରଙ୍କୁ ସବୁଠୁ ବଡ଼ ଆଘାତ ଦେଇଛନ୍ତି। ଖୋଲାଖୋଲି ଭାବେ ଅଜିତ ପାୱାର ତାଙ୍କ କାକାଙ୍କ ବୟସକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅଜିତ ପାୱାର କହିଛନ୍ତି- ‘ଆଇଏଏସ୍‌ ଅଫିସରମାନେ ୬୦ ବର୍ଷରେ ଅବସର ନେଉଛନ୍ତି। ଏପରିକି ରାଜନୀତିରେ ମଧ୍ୟ ବିଜେପି ନେତାମାନେ ୭୫ ବର୍ଷ ବୟସରେ ଅବସର ନେଉଛନ୍ତି। ଏଲ୍‌କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ହେଉଛନ୍ତି ଏହାର […]