‘ଥ୍ରେଡ୍ସ୍ ଆପ୍’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍’
ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍ସ୍ ଆପ୍’ ଲାଗି ‘ମେଟା ପ୍ଲାଟ୍ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍ ମସ୍କ୍ଙ୍କ ‘ଟୁଇଟର୍’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍ବୁକ୍ ପ୍ୟାରେଣ୍ଟ୍ସ୍’ ‘ସିଇଓ’ ମାର୍କ ଜୁକର୍ବର୍ଗଙ୍କ ନିକଟକୁ ‘ଟୁଇଟର୍’ର ଓକିଲ ଆଲେକ୍ସ ସ୍ପାଇରୋଙ୍କ ଜରିଆରେ ଏକ ଚିଠି ପଠାଯାଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ‘ମେଟା’ ଶୁଭାରମ୍ଭ କରିଥିବା ‘ଥ୍ରେଡ୍ସ୍’ ୩୦ ନିୟୁତରୁ ଅଧିକ ‘ସାଇନ୍ ଅପ୍’ ହାସଲ କରିସାରିଲାଣି। […]









