କର୍ମଚାରୀଙ୍କୁ ବଦଳି କରିଛି ସ୍ବାସ୍ଥ୍ୟ ବିଭାଗ, ସିକ୍ୟୁରିଟି ଗାର୍ଡ଼ ତୁଲାଉଛନ୍ତି ଫାର୍ମାସିଷ୍ଟ୍ ଦାୟିତ୍ବ
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିରେ ଦିନକୁ ଦିନ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ିବାରେ ଲାଗିଛି। ଚିକିଟିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘବର୍ଷ ଧରି ଅଭିଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ରୋଗୀଙ୍କୁ ପ୍ରତିଟି କ୍ଷେତ୍ରରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ନିତିଦିନିଆ ଘଟଣା ହୋଇଛି। ଏତିକିବେଳେ କରବାଲୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲୋକଙ୍କ ଭରସା ରହିଥିଲା। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମେଡିକାଲ ଇନ୍ଚାର୍ଜ ସାଙ୍ଗକୁ ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫ୍ନର୍ସ, ଜଣେ […]









