ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’, ଓଡ଼ିଆ ଭାଷାରେ ପରିବେଷଣ କରିବ ଖବର
ଭୁବନେଶ୍ବର : ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ନ୍ୟୁଜ୍ ଆଙ୍କର ‘ଲିସା’। ଓଟିଭି ପକ୍ଷରୁ ଆଜି ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି। ହୋଟେଲ ପ୍ରେସିଡେନ୍ସିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଓଟିଭି ନେଟୱର୍କର ସହ-ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ସେ କହିଥିଲେ, ଆଜି ପର୍ଯ୍ୟନ୍ତ ନ୍ୟୁଜ୍ ରୁମ୍ରେ ନ୍ୟୁଜ୍ ରିଡର୍ମାନେ ଟେଲି ପ୍ରମ୍ପଟର୍ ଦେଖି […]









