ରାଜ୍ୟ

ଓପିଜିସି ଅଫିସର୍‌ ଆସୋସିଏସନର ନୂଆ କର୍ମକର୍ତ୍ତା

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଓପିଜିସିର ଇବ୍‌ତାପଜ ବିଦ୍ୟୁତ କେନ୍ଦ୍ରସ୍ଥିତ ଅଫିସର୍‌ କ୍ଲବ୍‌ ପରିସରରେ ଅଫିସର୍‌ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧନଞ୍ଜୟ ପ୍ରଧାନ-ସଭାପତି, ଅଜୟ ମାଝୀ ଓ କୃଷ୍ଣଚନ୍ଦ୍ର ସାମନ୍ତରାୟ- ଉପସଭାପତି, ଧରଣୀଧର ବେହେରା-ସାଧାରଣ ସଂପାଦକ, ଧୀରେନ୍ଦ୍ର ନାୟକ ଓ ସୁଶାନ୍ତ ମିଶ୍ର- ସହସଂପାଦକ, ଚନ୍ଦନ ପରିଡ଼ା-କୋଷାଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ବାଉରୀବନ୍ଧୁ ବେହେରା, ପିକେ ମହାନ୍ତି, ଅମଳେନ୍ଦୁ ନନ୍ଦ, ସନ୍ତୋଷ ପଟ୍ଟନାୟକ ଓ ସୀତାରାମ ସାହୁ ନିର୍ଦ୍ବନ୍ଦ୍ବରେ […]

ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସହାୟତା ରାଶିକୁ ନେଇ ଶ୍ବଶୁର-ବୋହୂ ଟଣାଓଟରା

ବାସୁଦେବପୁର : ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୩୭ ଦିନ ପୂରିଲାଣି। ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇ ବାପାମାଆଙ୍କ ଆଖିରୁ ଲୁହ ଶୁଖିନି କି ସ୍ବାମୀକୁ ହରାଇ ପତ୍ନୀର ଦୁଃଖ ଯାଇନି। ହେଲେ ମୃତକ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଏବେ ଶ୍ବଶୁର-ବୋହୂଙ୍କ ଭିତରେ ତିକ୍ତତା ପରିବାରରେ ଅଶାନ୍ତିର ବହ୍ନି ଜାଳିଛି। ଜୁନ୍ ୨ ତାରିଖ ସନ୍ଧ୍ୟାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସୁଗୋ ଗ୍ରାମର ଗୋବିନ୍ଦ ସାହୁ। ଔପଚାରିକତା ପୂରଣ […]

ରାଜ୍ୟ

ଏକାବେଳକେ ୧୧୭୦୯ ଆବାସ କାର୍ଯ୍ୟାଦେଶ, ବର୍ଷାଦିନ ଯୋଗୁ ହରଡ଼ଘଣାରେ ହିତାଧିକାରୀ

ଝାରସୁଗୁଡ଼ା/ଇବ୍‌ଥର୍ମାଲ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଝାରସୁଗୁଡ଼ା ଜିଲ୍ଲାରେ ଏକାବେଳକେ ୧୧୭୦୯ କାର୍ଯ୍ୟାଦେଶ ମିଳିବା ପରେ ହରଡ଼ଘଟଣାରେ ପଡ଼ିଛନ୍ତି ହିତାଧିକାରୀ। ବର୍ଷା ଦିନେ ପୁରୁଣା ଘର ଭାଙ୍ଗି ଅନ୍ୟତ୍ର ରହିବା ପାଇଁ ଘର ମିଳୁନାହିଁ। ନଦୀରେ ପାଣି ଯୋଗୁ ବାଲିଘାଟରୁ ଆଉ ବାଲି ଉଠୁନି। ଇଟା ବି ମିଳିପାରୁ ନାହିଁ। ଚାଷ କାମ ଆରମ୍ଭ ହୋଇସାରିଥିବାରୁ ଶ୍ରମିକ ମିଳୁନାହାନ୍ତି। ମିସ୍ତ୍ରି, ଶ୍ରମିକଙ୍କ ଚାହିଦା ବି ଢେର୍‌ ବଢ଼ିଯାଇଛି। ଏଭଳି ସମସ୍ୟା ପାଇଁ କାର୍ଯ୍ୟାଦେଶ ପାଇଥିଲେ ହେଁ ପ୍ରୋତ୍ସାହନ […]

ଅପରାଧ ରାଜ୍ୟ

ଥାନା ଅଧିକାରୀ ହଟ୍ଟହଟ୍ଟା: ଥାନା ଅଧିକାରୀଙ୍କ ହାତ ବାନ୍ଧିଦେଲା ଅଭିଯୁକ୍ତ

ଦଶପଲ୍ଲା : ଜଣେ ଅଭିଯୁକ୍ତକୁ କାବୁ କରିବାକୁ ଯାଇ ହଟ୍ଟହଟ୍ଟା ହୋଇଛନ୍ତି ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ। ଅଭିଯୁକ୍ତକୁ କାବୁ କରିବା ପରିବର୍ତ୍ତେ ପାଲଟା ଅଭିଯୁକ୍ତ ଥାନା ଅଧିକାରୀଙ୍କୁ କାବୁ କରୁଛି। ଯାହାକୁ ନେଇ ଗାଁ ଦାଣ୍ତରେ ଆରମ୍ଭ ହୋଇଛି ହାଇଡ୍ରାମା। ଶେଷରେ ଥାନା ଅଧିକାରୀ ପକେଟ‌୍‌ରୁ ମୋବାଇଲ ବାହାର କରି ପ୍ରମାଣ ଦେଖାଇବା ପରେ ଅଭିଯୁକ୍ତ ଖସି ଯିବାକୁ ଉଦ୍ୟମ କରି ଏକ ଠେଙ୍ଗା ଧରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ […]

ରାଜ୍ୟ

ଆତ୍ମହତ୍ୟା ଖବର ପରିବେଷଣ ନେଇ ଗଣମାଧ୍ୟମ କର୍ମଶାଳା: ଜୀବନ ସୁନ୍ଦର, ଏହାକୁ ଉପଭୋଗ କରନ୍ତୁ

ଭୁବନେଶ୍ବର : ଏ ଜୀବନ ଓ ପୃଥିବୀ ଖୁବ ସୁନ୍ଦର। ମଣିଷ ପ୍ରତିଦିନ ଜିଏଁ, ଗୋଟିଏ ଦିନ ମରିଯାଏ। ତା’ପରେ ସବୁ ସରିଯାଏ। ତେଣୁ ଏ ସୁନ୍ଦର ଜୀବନକୁ ସମସ୍ତେ ଉପଭୋଗ କରନ୍ତୁ। ଆତ୍ମହତ୍ୟାର ଖବର ଦିଅନ୍ତୁ କିନ୍ତୁ ଆତ୍ମହତ୍ୟା ପ୍ରବଣତାରୁ ଲୋକଙ୍କୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ସହିତ ସକାରାତ୍ମକ ଖବର ପ୍ରସାରଣ କରନ୍ତୁ। ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଥିବା ଟୋଲ ଫ୍ରି ନମ୍ବର ୧୪୪୧୬ର ମଧ୍ୟ ସର୍ବାଧିକ ପ୍ରଚାର ପ୍ରସାର କରନ୍ତୁ। ଆତ୍ମହତ୍ୟା […]

ରାଜ୍ୟ

ପାଇକ ବିଦ୍ରୋହ ପ୍ରସଙ୍ଗରେ ରାଜନୀତି ଥମୁନି

ଭୁବନେଶ୍ୱର : ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ଆରମ୍ଭ ‌ହୋଇଥିବା ରାଜନୈତିକ ବୟାନବାଜି ଥମୁନି। ଆଜି ଏହି ପ୍ରସଙ୍ଗ‌ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି। ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ପାଇକ ସ୍ମାରକୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୁଦ୍ଧର ୫୦୦ତମ ଦିନରେ ତୁର୍କୀରୁ ୫ କମାଣ୍ଡରଙ୍କୁ ଫେରାଇ ଆଣିଲେ ଜେଲେନ୍‌ସ୍କି

କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର ଉଲ୍ଲଂଘନ’ ବୋଲି ରୁଷ୍ ଅଭିଯୋଗ କରିଛି। ଏହି ବନ୍ଦୀମାନଙ୍କୁ ତୁର୍କୀ ମୁକ୍ତ କରିବା ଘଟଣାକୁ ରୁଷ୍ ନିନ୍ଦା କରିଛି। କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ତୁର୍କୀ ଏହି ବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି […]

ରାଜ୍ୟ

ପରିବେଶ ସୁରକ୍ଷା ପାଇଁ ନାଉଗାଁରେ ନିଆରା ପ୍ରୟାସ: ବର-ଓସ୍ତ ଗଛ ବିବାହ

ନାଉଗାଁ : ନିଜର ସ୍ବାର୍ଥ ପାଇଁ ପ୍ରକୃତି ଉପରେ ଦାଉ ସାଜିଛି ମଣିଷ। ପ୍ରତିଦିନ ବଳି ପଡ଼ୁଛନ୍ତି ଅଗଣିତ ଗଛ। ଏଥିପାଇଁ କେବଳ ପରିବେଶ ନଷ୍ଟ ହେଉନି ବରଂ ଉତ୍ତରପିଢ଼ିଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଟାଣି ହୋଇଯାଉଛି। ହେଲେ ପ୍ରକୃତି ଓ ମଣିଷ ମଧ୍ୟରେ ସୁସଂପର୍କ ଗଢ଼ି ତୋଳିବାକୁ ନିଆରା ପ୍ରୟାସ କରିଛନ୍ତି ଜଗତସିଂହପୁର ଜିଲ୍ଲା, ନାଉଗାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ଦାସ। ବର-ଓସ୍ତ ଗଛ ବିବାହ କରାଇ ସେ ସମାଜକୁ ନିଆରା ବାର୍ତ୍ତା […]

ରାଜ୍ୟ

ପ୍ରକୃତି ମିତ୍ର ହିଁ ବିଶ୍ବମିତ୍ର: ରାଜ୍ୟପାଳ

ଭୁବନେଶ୍ବର : ପ୍ରକୃତି ସହ ମାନବ ଜାତିର ସୁସମ୍ପର୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମହାପୁରୁଷମାନେ ପୃଥିବୀ ପୃଷ୍ଠରେ ଅବତରଣ କରିଥା’ନ୍ତି। ଯିଏ ପ୍ରକୃତି ମିତ୍ର ସେ ହିଁ ବିଶ୍ବାମିତ୍ର ସାବ୍ୟସ୍ତ ହୋଇଥାଏ। ସେହିଭଳି ଜଣେ ମହାପୁରୁଷ ଥିଲେ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସ୍ବପ୍ନେଶ୍ବର ପଣ୍ଡା। ଆୟୁର୍ବେଦ ଚିକିତ୍ସାକୁ ବ୍ୟାପକ କରିବାରେ ତାଙ୍କ ଭୂମିକା ପ୍ରଶଂସନୀୟ। ବର୍ତ୍ତମାନ ସମୟରେ ମନୁଷ୍ୟ ସମାଜ ଏହି ଚିକିତ୍ସା ପଦ୍ଧତିକୁ ଆପଣାଇବା ଜରୁରୀ। କାରଣ ଏଲୋପାଥି ରୋଗକୁ ସାମୟିକ ସମୟ ପାଇଁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲ ଆପ୍ କର୍ମୀଙ୍କୁ ସରକାରୀ ପେ-ରୋଲ୍‌ରେ ରଖିଛନ୍ତି: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ଉପରେ ତଦନ୍ତ ଚାଲିଥିବା ବେଳେ ଶନିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ୍ ଆଦ୍‌ମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର ଆପ୍ କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଛନ୍ତି ଯେ, ଆପ୍ ସୁପ୍ରିମୋ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳୀୟ କର୍ମୀମାନଙ୍କୁ ସରକାରୀ ଚାକିରି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିବେଦୀ କହିଲେ ଯେ, ଆପ୍ କର୍ମୀମାନେ […]