୧ ପୁଟର କାଦୁଅ ରାସ୍ତା କହୁଛି ଗାଁର ବିକାଶ: ଗାଁକୁ ଗଡୁନି ଆମ୍ବୁଲାନ୍ସ
ଝରିଗାଁ:ଗାଁକୁ ପକ୍କା ରାସ୍ତା ଓ ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରୁନଥିବାରୁ ଜମି ହିଡ଼ ଓ ନାଳ ପାର ହୋଇ ଯାତାୟାତ କରିବାକୁ ପଡ଼ୁଛି। ବର୍ଷାଦିନେ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡ଼ୁଛି। ପକ୍କା ରାସ୍ତା ନଥିବାରୁ ପ୍ରାୟ ୫୦ବର୍ଷ ହେଲା ଏଭଳି ହନ୍ତସନ୍ତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବାଘବେଡ଼ା ଗ୍ରାମବାସୀ। ଝରିଗାଁ ବ୍ଲକ ସଦର […]









