ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁପିରେ ମୌସୁମୀ ତାଣ୍ଡବ : ବର୍ଷା, ବଜ୍ରପାତରେ ୩୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କର ପାଣିରେ ବୁଡ଼ି ଏବଂ ଅନ୍ୟ ୫ ଜଣଙ୍କର ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଯୋଗୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। […]

ରାଜ୍ୟ

ସୁବର୍ଣ୍ଣପୁରର ଗାଁ, ଗାଁରେ ଆନ୍ଧ୍ରପଡ଼ା; ଆନ୍ଧ୍ର ଚାଷୀଙ୍କ କବ୍‌ଜାରେ ହଜାର ହଜାର ଏକର ଚାଷ ଜମି

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ‌ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ କବ୍‌ଜାରେ ରହିଛି। ପ୍ରାୟ ୨୫ ବର୍ଷ ମଧ୍ୟରେ ଆନ୍ଧ୍ରଚାଷୀଙ୍କ ସଂଖ୍ୟା ଜିଲ୍ଲାରେ ଢେର ବଢ଼ିଛି। ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ରେ ଆନ୍ଧ୍ରଚାଷୀମାନେ ଧାନଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ୍‌ରେ ଧାନ, କପା ଓ ମାଛଚାଷ କରୁଥିବା ଜଣାଯାଇଛି। ଆନ୍ଧ୍ରଚାଷୀମାନେ ଏଠାକୁ ଆସି ତାଙ୍କର କାୟା ବିସ୍ତାର କରିଚାଲିଛନ୍ତି। ଜିଲ୍ଲାର ଚାଷୀମାନଙ୍କ ଆବଶ୍ୟକ ଜ୍ଞାନକୌଶଳ ଅଭାବରୁ ଚାଷରେ […]

ରାଜ୍ୟ

ଅଟେଇକୁ ଜଗିଛି ମହାବଳ! ଭୟରେ ପଶୁନାହାନ୍ତି କାଠଚୋର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଥିଲା କାଠ ମାଫିଆଙ୍କ ଚରାଭୂଇଁ। ଏଠାରୁ ଶାଳକାଠ କଟାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଅଟେଇ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜାହିର କରିବା ପରେ ଲୋକଙ୍କ ମଧ୍ୟରେ ଡର ପଶିଛି। ତେଣୁ କାଠ ମାଫିଆ ତ ଦୂରର କଥା ଗାଈ ଚରାଇବାକୁ ବି ଲୋକେ ଜଙ୍ଗଲକୁ ଯିବାପାଇଁ ଡରୁଛନ୍ତି। ଗତ ଫେବ୍ରୁଆରି ମାସରେ ମହାବଳ ବାଘ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦ ହୋଇଯିବ କି ବିଏମ୍‌ସି ରକ୍ତଭଣ୍ଡାର!

ପୁରୁଣା ଭୁବନେଶ୍ବର, ୧୦/୭ (ଇମିସ): ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲ ପରିସରରେ ଥିବା ‘ଓଡ଼ିଶା ବ୍ଲଡ୍‌ ସେଣ୍ଟର୍‌’ ବା ପୂର୍ବର ବିଏମ୍‌ସି ରକ୍ତଭଣ୍ଡାର ଏବେ ଏକପ୍ରକାର ବନ୍ଦ ହୋଇଯିବା ଭଳି ସ୍ଥିତିରେ। ବର୍ଷ ବର୍ଷ ଧରି ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଟେକ୍ନିସିଆନ୍‌ ପଦ ପୂରଣ ନ ହେବା ଓ ଅଧାରୁ ଅଧିକ ମେସିନ୍‌ ଅଚଳ ପଡ଼ିବା ଘଟଣାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀରେ ଏବେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ଡେଙ୍ଗୁରୋଗୀଙ୍କ ଚିକିତ୍ସା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ: ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ କରି ସେ କହିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି। ଆମ ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି। କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ । ୨୦୨୪ ନିର୍ବାଚନ ପରେ ଏମିତି ଚାଲିବନି। ଖାଲି ସେତିକି ନୁହେଁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ […]

ରାଜ୍ୟ

କ୍ରମାଗତ ତୃତୀୟ ଦିନ ବିମାନ ବାତିଲ

ରାଉରକେଲା: ରାଉରକେଲାରେ ପୂର୍ଣ୍ଣକାଳୀନ ବିମାନ ସେବା ଏବେ ଅସମ୍ଭବ ପାଲଟିଲାଣି। ନିୟମିତ ବ୍ୟବଧାନରେ ବିମାନ ବାତିଲ ହେଉଛି। ଗତ ତିନିଦିନ ହେଲା ଭୁବନେଶ୍ବର-ରାଉରକେଲା ବିମାନ ସେବା ବନ୍ଦ ରହିଛି। ଲଗାତାର ତିନି ଦିନ ହେଲା ବିମାନସେବା ବନ୍ଦ ରହିଥିବାରୁ ସୋମବାର ବିମାନ ଉଡ଼ିବ ନା ନାହିଁ; ତାହା ଏବେବି ସନ୍ଦେହରେ। ଆଜି(ରବିବାର) ମୋଟ୍‌ ୩୨ ଜଣ ଯାତ୍ରୀ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକେଟ୍‌ କାଟିଥିଲେ। କିନ୍ତୁ ବିମାନ ସେବାକୁ ବାତିଲ କରିଦିଆଯିବାରୁ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ […]

ରାଜ୍ୟ

ଓଡ଼ିଶାକୁ ସୁହାଉନି, ଜାତୀୟ ହକିରେ ନିର୍ଣ୍ଣାୟକ ସାଜିଲା ସୁଟ୍‌ଆଉଟ୍‌

ରାଉରକେଲା: ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ‌ରେ ପ୍ରଥମଥର ପାଇଁ ୪ଟି ଜାତୀୟ ହକି ପ୍ରତିଯୋଗିତା ଖେଳାଯାଇଥିଲା। ମେ’ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା ଖେଳାଯାଇଥିବାବେଳେ ମେ’ ୧୮ରୁ ୨୮ ଯାଏ ଜାତୀୟ ଉପକନିଷ୍ଠ ବାଳକ ହକି, ଜୁନ୍‌ ୧୨ରୁ ୨୨ ଯାଏ ଜାତୀୟ କନିଷ୍ଠ ବାଳକ ଏବଂ ଜୁନ ୨୭ରୁ ଜୁଲାଇ ୭ ତାରିଖ ଯାଏ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କେବଳ ଉପକନିଷ୍ଠ […]

ରାଜ୍ୟ

ପୁଲିସ କବ୍‌ଜାର ୬ ଦୁର୍ଦ୍ଦାନ୍ତ ଅପରାଧୀ; ୮ ବନ୍ଧୁକ, ୨୨ ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର : ସମ୍ବଲପୁର ପୁଲିସ କବ୍‌ଜାରେ ପଡ଼ିଛନ୍ତି ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ। ଏମାନେ ବନ୍ଧୁକ କାରବାର କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସମ୍ବଲପୁରର ୪ଟି ଥାନାର ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ରବିବାର ଗିରଫ କରିଛି। ସେମାନଙ୍କଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌, ଗୋଟିଏ ବୁଲେଟ […]

ରାଜ୍ୟ

ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ମାମଲା: ମାଜି‌ଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ମହିଳା ଜଣଙ୍କ ରାତିରେ ବେଶ ହସଖୁସିରେ ରହିଥିବା ନେଇ ମାଥିଲି ଅବକାରୀ ଥାନା ଅଧିକାରୀ କହିଥିବା ବେଳେ ପୁଣି ସେ ଆତ୍ମହତ୍ୟା କରିଥିବା ମଧ୍ୟ କହିଛନ୍ତି। ଗୋଟିଏ ରାତି ଭିତରେ ଏଭଳି କଣ ଘଟିଲା ଯେ ଜଣେ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ଅବକାରୀ ଥାନାରେ କେଉଁଠି ବି ସିସି କ୍ୟାମେରା ଲାଗିନଥିବା ବେଳେ କିଏ ସତ […]

ରାଜ୍ୟ

ଭୁରୁଷିଖମାରେ ଲାଗିଲା ବ୍ୟାନର ଓ ପୋଷ୍ଟର: ମାଓ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ

ମୁନିଗୁଡା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ୯ଦିନ ମଧ୍ୟରେ ଦ୍ବିତୀୟ ଥର ଉପସ୍ଥିତ ଜାହିର କରିବା ସହ ଭୁରୁଷିଖମା ଛକରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ମାଓ ବିରୋଧୀ ତଥା ଦଲାଲଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ ବାଶଧରା-ଘୁମୁସର-ନାଗାବଳୀ ଡିଭିଜିନାଲ କମିଟି ଏହି ପୋଷ୍ଟର ଲଗାଇଛି। ଶେରକାପାଡିରୁ ନିୟମଗିରିକୁ ସଂଯୋଗ ପାଇଁ ନିର୍ମାଣ ଚାଲିଥିବା ରାସ୍ତା କାମକୁ ତୁରନ୍ତ ବନ୍ଦ କରାଯାଉ। ଆଦିବାସୀଙ୍କ ଜଙ୍ଗଲ […]