ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାରଙ୍କୁ ଝଟ୍କା: ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍କା ଲାଗିଛି। ସୁପ୍ରିମ୍କୋର୍ଟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ବୋଲି କହିଛନ୍ତି ଏବଂ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟାଳୟ ଛାଡ଼ିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ଅଦାଲତ କହିଛନ୍ତି, ତୃତୀୟ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବଢ଼ାଇବା ଆଇନ ଦୃଷ୍ଟିରୁ ବୈଧ ନୁହେଁ। ତେବେ ଅଦାଲତ ଡିଏସ୍ପିଇ(ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ) ଏବଂ ସିଭିସି (କେନ୍ଦ୍ରୀୟ ସତର୍କତା ଆୟୋଗ) […]









