ରାଜ୍ୟ

ଜାତୀୟ ତୁଳନାରେ ଓଡ଼ିଶାର ବିଦ୍ୟୁତ୍‌ କ୍ଷତି ଦୁଇଗୁଣା: ପିଏଫ୍‌ସି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଭାରତର ହାରାହାରି ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଏଟି ଆଣ୍ଡ ସି କ୍ଷତି) ୧୬.୪୨%। ଏହି ସମୟରେ ଓଡିଶାର ଏଟି ଆଣ୍ଡ ସି କ୍ଷତି ପ୍ରାୟ ଦୁଇଗୁଣା ଅଧିକ, ଅର୍ଥାତ୍‌ ୩୧.୨୬%। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ପାଵାର ଫାଇନାନ୍ସ କର୍ପୋରେସନ୍, ୨୦୨୧-୨୨ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି। ଏହି ରିପୋର୍ଟ ଅନୁସାରେ, ଓଡିଶା ଉପରକୁ କେବଳ ବିହାରର ଏଟି ଆଣ୍ଡ ସି କ୍ଷତି ୩୨.୪୨% ଓ ଝାଡ଼ଖଣ୍ଡର ୩୩.୭୯% […]

ରାଜ୍ୟ

୧୫ ଯାଏ ଜାରି ରହିବ ବର୍ଷା: ଜୁଲାଇ ଶେଷ ଦୁଇ ସପ୍ତାହରେ ୨ ଲଘୁଚାପ

ଭୁବନେଶ୍ବର: ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଯଶେଲମେର୍‌ରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟଣା ଓ ପଶ୍ଚିମବଙ୍ଗର ମାଲ୍‌ଦାରୁ ପୂର୍ବ ଦିଗରେ ଅରୁଣାଞ୍ଚଳ ପ୍ରଦେଶ ଯାଏ ଲମ୍ବିଛି। ଏହା ବାୟୁମଣ୍ଡଳରେ ୦.୯ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ […]

ରାଜ୍ୟ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ସରିଲା ରିମାଣ୍ଡ, ଜେଲ୍‌ ଗଲା ଜାମ୍ବୁରେ

ଭୁବନେଶ୍ବର: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାର ଅନ୍ୟତମ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଶେଷ ଦିନରେ ଏନ୍‌ଆଇଏ, ଏଟିଏସ୍‌ ଓ ଏସ୍‌ଟିଏଫ୍‌ ତାକୁ ମାରାଥନ୍‌ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛନ୍ତି। ଆତଙ୍କୀଙ୍କ ସହ ସମ୍ପର୍କରେ ଆସିବା ବା ସେମାନଙ୍କୁ ସହଯୋଗ କରିବା ପଛରେ ଜାମ୍ବୁରେର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା, ପ୍ରଚୁର ଟଙ୍କା ରୋଜଗାର କରିବା। ଆତଙ୍କୀମାନେ ତାକୁ ରାତାରାତି କୋଟିପତି ବନାଇବାର ସ୍ବପ୍ନ ଦେଖାଇଥିଲେ। ମୋଟାରକମର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆବୁଧାବିରେ ପ୍ରତିଷ୍ଠା ହେବ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆବୁଧାବିରେ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ। ସୋମବାର ଆଇଆଇଟି ଦିଲ୍ଲୀଠାରେ ୟୁଏଇର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଉତ୍ତମ ବନ୍ଧୁ। ଆବୁଧାବିରେ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନିଶ୍ଚିତ ଭାବେ […]

ରାଜ୍ୟ

କୁଆଡ଼େ ଗଲା ୪୭ଲକ୍ଷର ଆୟୁର୍ବେଦିକ ଔଷଧ? ଦାୟିତ୍ବ ହସ୍ତାନ୍ତର ନ କରି ପଦୋନ୍ନତିରେ ପଳାଇଲେ ଡାକ୍ତର

ଭୁବନେଶ୍ବର: ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସମେତ ଏକାଧିକ ଜିଲ୍ଲାରେ ଆୟୁର୍ବେଦିକ ଔଷଧ ମିଳୁନାହିଁ। ଭୁବନେଶ୍ବରସ୍ଥିତ ଆୟୁର୍ବେଦିକ ଚିକିତ୍ସାଳୟ ଫାର୍ମାସିକୁ ଏହି ଔଷଧ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଏହା ଭିତରେ ଫାର୍ମାସି ଦାୟିତ୍ବରେ ଥିବା ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ତାଙ୍କ ବଦଳରେ ଅନ୍ୟ ଜଣେ ଡାକ୍ତର ଯୋଗ ଦେଇଥିଲେ ହେଁ ତାଙ୍କୁ ଫାର୍ମାସି ଦାୟିତ୍ବ ଦିଆଯାଇନାହିଁ। କେବେ ଦାୟିତ୍ବ ହସ୍ତାନ୍ତର ହେବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେଣୁ ଔଷଧର ସ୍ଥିତିକୁ ନେଇ ଆଶଙ୍କା […]

ରାଜ୍ୟ

ଜଙ୍ଗଲ ଅଧିକାର ଆଇନ ପାଇଁ ସ୍ବତନ୍ତ୍ର ବଜେଟ୍‌ ଆବଣ୍ଟନ: ୫ ବର୍ଷ ପରେ ବସିଲା ଜନଜାତି ଉପଦେଷ୍ଟା ପରିଷଦ ବୈଠକ

ଭୁବନେଶ୍ବର: ଦୀର୍ଘ ୫ ବର୍ଷ ବ୍ୟବଧାନରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଜନଜାତିମାନଙ୍କ ବିକାଶ ପାଇଁ ବିଭିନ୍ନ ସୁପାରିସ୍‌ କରାଯାଇଛି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଦେବା ପାଇଁ ସୁପାରିସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କିଏ ‘ପ୍ରକୃତ’ ଏନ୍‌ସିପି? ସୁପ୍ରିମ୍‌କୋର୍ଟଙ୍କ ତ୍ରି-ସୂତ୍ର ଅନୁସାରେ ନିଷ୍ପତ୍ତି ନେବ ନିର୍ବାଚନ କମିସନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ଭାଗଭାଗ ହେବା ପରେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଦ୍ରୋହ କରି ତାଙ୍କ ପୁତୁରା ଅଜିତ ପାୱାର ଆଉ ଗୋଟିଏ ଗୋଷ୍ଠୀ ସୃଷ୍ଟି କରିଛନ୍ତି। ଅଜିତ ପାୱାରଙ୍କ ସମେତ କେତେଜଣ ଏନ୍‌ସିପି ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଜେପି-ଶିବସେନା ସରକାରରେ ମନ୍ତ୍ରୀ ବି ହୋଇଛନ୍ତି। ଜୁନିୟର ପାୱାର ନିଜ ପାଖରେ ଅଧିକ ବିଧାୟକ ଅଛନ୍ତି ଏବଂ ମୂଳ ଦଳର ନାମ ଓ ଚିହ୍ନ ତାଙ୍କୁ ଦିଆଯିବାକୁ ଦାବି କରୁଛନ୍ତି। ତେବେ […]

ରାଜ୍ୟ

ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଶାରୀରିକ ସଂପର୍କ ପାଇଁ ସମ୍ମତି ନଥିଲା ବୋଲି ପୀଡ଼ିତା କେବଳ କହିଦେଲେ ହେବ ନାହିଁ

କଟକ: ଶାରୀରିକ ସଂପର୍କ ଲାଗି ସମ୍ମତି ନଥିଲା ବୋଲି ଦୁଷ୍କର୍ମ ପୀଡ଼ିତା କେବଳ କହିଦେଲେ ଯଥେଷ୍ଟ ନୁହେଁ। ଏଥିପାଇଁ ଅଦାଲତରେ ଶୁଣାଣି ସମୟରେ ସଂପୂର୍ଣ୍ଣ ସାକ୍ଷ୍ୟପ୍ରମାଣ ରଖିବାକୁ ପଡିବ। ସବୁ ତଥ୍ୟ ପ୍ରମାଣକୁ ବିଚାର କରି ନିମ୍ନ ଅଦାଲତ ରାୟ ଦେଇ ପାରିବେ। ଏଭଳି ରାୟ ସହିତ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।ଆବେଦନକାରୀଙ୍କ ବିରୋଧରେ ଆଇପିସିର […]

ରାଜ୍ୟ

ହାତୀଙ୍କ ପାଇଁ ଘାତକ ଟ୍ରେନ୍‌: ୧୩ ମାସରେ ମଲେଣି ୬

ଭୁବନେଶ୍ବର: ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଲମ୍ବା ଚଉଡ଼ା ନକ୍ସା ପ୍ରସ୍ତୁତ କରୁଛନ୍ତି। ଗତିବିଧି ଉପରେ ନଜର ରଖିବାକୁ ଜଙ୍ଗଲରେ ଡ୍ରୋନ୍‌ ଉଡ଼ାଯାଉଛି। ହାତୀ ଯେପରି ‌ରେଳ ଧାରଣା ଉପରକୁ ନ ଆସିବେ, ସେଥିପାଇଁ ମହୁମାଛି ବାକ୍ସ ଲଗାଯାଉଛି। ୱାଇଲ୍ଡ ଲାଇଫ୍‌ କଣ୍ଟ୍ରୋଲ ସେଲ୍‌ ଖୋଲାଯାଇଛି। ତା’ ସତ୍ତ୍ବେ ହାତୀ ମୃତ୍ୟୁରେ ରୋକ୍‌ ଲାଗିପାରୁନି। କେତେବେଳେ ବିଦ୍ୟୁତ୍‌ ତାର ତ ଆଉ କେବେ ଟ୍ରେନ୍‌ ଧକ୍କାରେ ଯାଉଛି ଜୀବନ। ଗୋଟିଏ ପଟେ ଶିକାରୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବେଙ୍ଗାଲୁରୁ: ୱେବ୍ ଫାର୍ମ ସିଇଓ ଓ ଏମ୍‌ଡିଙ୍କୁ ହତ୍ୟା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ନୂଆ ଇଣ୍ଟରନେଟ କମ୍ପାନିର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ହତ୍ୟା କରାଯାଇଛି। ମଙ୍ଗଳବାର ଅପରାହ୍ଣରେ ସହରର ଉତ୍ତରପୂର୍ବ ଅଞ୍ଚଳର ଅମୃତାହାଲିଠାରେ ଘଟିଥିବା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସେମାନଙ୍କର ପୂର୍ବତନ ସହକର୍ମୀ ଓ ଅନ୍ୟ ଦୁଇଜଣ ତାଙ୍କର କର୍ମଚାରୀ। ଉତ୍ତରପୂର୍ବାଞ୍ଚଳ ଡିସିପି ଲକ୍ଷ୍ମୀପ୍ରସାଦ କହିଛନ୍ତି, ଏରୋନିକ୍ସ ଇଣ୍ଟରନେଟ କମ୍ପାନିର ସିଇଓ ବିନୁ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ଫଣୀନ୍ଦ୍ର ସୁବ୍ରମଣ୍ୟମଙ୍କୁ ତାଙ୍କର ପୂର୍ବତନ […]