ରାଜ୍ୟ

ଦୋଛକିରେ ଖୋର୍ଦ୍ଧା ପୌର ପରିଷଦ, ଆଦାୟ ହେଉ ନାହିଁ ଲାଇସେନ୍ସ ଫିସ୍‌ କି ହଟୁ ନାହିଁ ଜବରଦଖଲ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ପୌର ପରିଷଦର ଉନ୍ନୟନ ପାଇଁ ଆସୁଥିବା ଖର୍ଚ୍ଚ ଠିକଣା ସମୟରେ ଖର୍ଚ୍ଚ ହୋଇ ପାରୁ ନାହିଁ। ଜବରଦଖଲ ଉଚ୍ଛେଦ, ଉଠାଦୋକାନୀଙ୍କୁ ଥଇଥାନ, ନର୍ଦ୍ଦମା ନିଷ୍କାସନ ପାଇଁ ନାଳ ନିର୍ମାଣ କେବଳ ବୈଠକର ଆଲୋଚନାରେ ସୀମିତ ରହି ଯାଉଛି। ଗୋଟିଏ ପଟେ ସହରର ଉନ୍ନତି ପାଇଁ ପୌର ପରିଷଦର ଅପରାଗତାକୁ ଜନସାଧାରଣ ଦାୟି କରୁଥିବା ବେଳେ ପୌର ପରିଷଦ ରାଜସ୍ବ ଅଭାବ ଓ ଆଦାୟରେ ଲୋକଙ୍କ ଅସହଯୋଗ ଆଡ଼କୁ ଅଙ୍ଗୁଳି […]

ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲା: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଗିରଫ ୩ ଅଭିଯୁକ୍ତ ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍ ଓ ପପୁ କୁମାରଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇର ସ୍ବତନ୍ତ୍ର ତଦନ୍ତକାରୀ ଦଳ। ରିମାଣ୍ଡ ଅବଧି ଶେଷ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ପକ୍ଷରୁ ୫ଦିନ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୪ଦିନ ମଞ୍ଜୁର କରିଥିଲେ। ଅଧିକ ତଥ୍ୟ କାଢ଼ିବା ସହ ଆଉ କାହାର ସମ୍ପୃକ୍ତି […]

ଦେଶ ବିଦେଶ

କ୍ୟାପିଟାଲ କ୍ରାଇମ: ବଟି ନ ଦେବାରୁ କଣ୍ଡକ୍ଟରଙ୍କୁ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ବର: ବଟି ନ ଦେବାରୁ ଜଣେ ବସ୍‌ କଣ୍ଡକ୍ଟରଙ୍କୁ ଲୁହା ଛଡ଼ରେ ଆକ୍ରମଣ କରିବା ସହ ଟଙ୍କା ଛଡ଼ାଇନେବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ବରମୁଣ୍ଡା ଢିପସାହିର ପ୍ରସନ୍ନ ସେନାପତି(୩୧)। ସୂଚନାନୁସାରେ, ଶ୍ରୀହରି ପ୍ରଧାନ ସାଇଶଙ୍କର ବସ୍‌ର କଣ୍ଡକ୍ଟର୍‌। ବସ୍‌ଟିକୁ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଇଥା’ନ୍ତି। ପ୍ରସନ୍ନ ଓ ତାଙ୍କ ସହଯୋଗୀମାନେ ପ୍ରତିଦିନ ବସ୍‌ଷ୍ଟାଣ୍ଡକୁ ଆସି ତାଙ୍କୁ ହଜାରେ ଟଙ୍କା ବଟି […]

ଅପରାଧ ରାଜ୍ୟ

ଅନ୍ୟ ଧର୍ମର ଝିଅକୁ ପ୍ରେମ କରୁଥିଲେ ୨୦ ବର୍ଷିୟ ଯୁବକ; ଛୁରାମାଡ଼ରେ ହରାଇଲେ ଜୀବନ

ନୂଆଦିଲ୍ଲୀ: ଅନ୍ୟ ଧର୍ମର ଝିଅକୁ ପ୍ରେମ କରୁଥିବା ଜଣେ ୨୦ ବର୍ଷିୟ ଯୁବକଙ୍କୁ ସେ ଝିଅଘର ଲୋକେ ଛୁରି ଭୁସି ଅତି ନୃଶଂସ ଭାବେ ହତ୍ୟା କରିଥିବା କଥା ଦିଲ୍ଲୀ ପୁଲିସ କହିଛି। ରାଜ କୁମାର ନାମକ ସେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କିନ୍ତୁ, ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରି ଉତ୍ତର ଦିଲ୍ଲୀର କାଖିରାରୁ ଅଶ୍‌ଫକ୍‌ ଓ ମେରାଜ୍‌ଙ୍କୁ ନ ଧରିବା ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ପୁଲିସ ପାଇଁ ରହସ୍ୟମୟ ଥିଲା। ତଦନ୍ତ କରି […]

ଅପରାଧ ରାଜ୍ୟ

ବିନ୍ଦି ଲଗାଇଥିବାରୁ ଶିକ୍ଷୟିତ୍ରୀଙ୍କଠାରୁ ଚାପୁଡ଼ା ଖାଇ ଜୀବନ ହାରିଲା ୧୦ମ ଶ୍ରେଣୀ ଛାତ୍ରୀ; ଗିରଫ‌ ହେଲେ ପ୍ରିନ୍‌ସିପାଲ୍‌ ଓ ଶିକ୍ଷୟିତ୍ରୀ

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳର ଏକ ସ୍କୁଲ୍‌କୁ ବିନ୍ଦି (ଟିକିଲି) ଲଗାଇ ଯାଇଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଚାପୁଡ଼ା ମାରିବାରୁ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି। ଧାନବାଦ ପୁଲିସ କହିବା ଅନୁସାରେ, କପାଳରେ ବିନ୍ଦି ନାଇଥିବାରୁ ସୋମାବାର ଦିନ ସ୍କୁଲ୍‌ରେ ପ୍ରାର୍ଥନା ସମୟରେ ୧୬ ବର୍ଷୀୟ ଉଷା କୁମାରୀଙ୍କୁ ଜଣେ ଶକ୍ଷୟିତ୍ରୀ ଅପମାନିତ କରି ଚାପୁଡ଼ା ମାରିଥିଲେ। ହନୁମାନଗଢ଼ି  କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍‌ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା […]

ରାଜ୍ୟ

୧୭ ବର୍ଷର ନ୍ୟାୟିକ ଲଢ଼େଇର ଅନ୍ତ

କଟକ: ଦୀର୍ଘ ବର୍ଷ ଧରି କଟକର ନେତାଜୀ ସଂଘର କର୍ମକର୍ତ୍ତା ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦର ଅବସାନ ଘଟିଛି। କଟକ ଅତିରିକ୍ତ ଜିଲ୍ଲାଜଜ୍ ଅଦାଲତଙ୍କ ୨୦୧୨, ଅଗଷ୍ଟ ୧୩ର ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ କଟକ ପ୍ରଥମ ସିଭିଲ ଜଜ୍ (ସିନିୟର ଡିଭିଜନ) ଅଦାଲତଙ୍କ ୨୦୧୦, ଅକ୍ଟୋବର ୨୮ର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ବିଶ୍ବନାଥ ମୁଖାର୍ଜୀ ନେତାଜୀ ସଂଘର ନିର୍ବାଚିତ ସଂପାଦକ ବୋଲି ଦର୍ଶାଇ ସିଭିଲ ଜଜ୍ ଅଦାଲତ ପ୍ରଦାନ କରିଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ଶୁଣାଣି: ପଶ୍ଚିମାଞ୍ଚଳ କ୍ୟାଚ୍‌ମେଣ୍ଟ ଏରିଆକୁ ନେଇ ବିବାଦ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆର ସୀମା ନିର୍ଦ୍ଧାରଣକୁ ନେଇ ନୂଆ ବିବାଦ ଉପୁଜିଛି। ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଅବସରରେ ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୋହନ କାଟର୍କି ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆ ମହାନଦୀ ଅବବାହିକାର ଅଂଶ ନୁହେଁ ବୋଲି କହିବା ସହ ଏହାର ସୀମା ନିର୍ଦ୍ଧାରଣକୁ ନେଇ ପୂର୍ବରୁ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ। ସେ କହିଥିଲେ, ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆର ଜଳ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡ୍ରାଇଭରଙ୍କୁ ଡ୍ୟୁଟିରେ ଯିବା ପାଇଁ ଏସି କୋଚ୍‌ରେ ବର୍ଥ ମିଳିବ

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଜୋନାଲ ରେଲୱେ ଡ୍ୟୁଟିରେ ଥିବା ଟ୍ରେନ ଚାଳକମାନଙ୍କୁ ଏସି ୨, ୩ ଓ ସ୍ଲିପର କ୍ଲାସ୍‌ର ଖାଲି ବର୍ଥ ଆବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳ ସୁରକ୍ଷା ସହ ଜଡିତ ଡ୍ରାଇଭର ଓ ସହାୟକ ଡ୍ରାଇଭରଙ୍କ ଯାତ୍ରାର ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଟ୍ରେନ ଚଳାଇବା ପାଇଁ ଅନ୍ୟ ଟ୍ରେନରୁ ଡ୍ରାଇଭରଙ୍କୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶରେ ଜଣେ ଲୋକକୁ ଅଟକ ରଖି ପରିସ୍ରା ପିଆଯାଇଥିବା ଅଭିଯୋଗ

ଭୋପାଳ,: ମଧ୍ୟପ୍ରଦେଶର ସାଗରରେ ରଣଜିତ ଲୋଧି ନାମକ ଜଣେ ଲୋକ ଅଭିଯୋଗ କରିଛନ୍ତି ଯେ ଏକ ଡାଲି କାରଖାନାର ମାଲିକ ତାଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ ଉପରେ କର୍ଣ୍ଣପାତ ନ କରିବାରୁ ସେ କଂଗ୍ରେସ ନେତାମାନଙ୍କ ଦ୍ବାରସ୍ଥ ହୋଇଥିଲେ। କଂଗ୍ରେସ ଲୋଧିଙ୍କ ସପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ସ୍ଥିର କରିଥିଲା। କିନ୍ତୁ ଏକ ଚୋରି ଅଭିଯୋଗରେ ଲୋଧି ଜଣେ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେବା ପରେ କଂଗ୍ରେସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦ୍ବିଦିବସୀୟ ଭିଜିଟର କନଫରେନ୍ସକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଆଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଦ୍ବିଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ର ଉଦ୍‌ଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ଏହି ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶିକ୍ଷାବିତ୍‌ଙ୍କୁ ମାର୍ଗଦର୍ଶନ ନିମନ୍ତେ […]