ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଜାତୀୟ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ- ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି:ଏଡିଆର୍

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ସାତୋଟି ଜାତୀୟ ରାଜନୈତିକ ଦଳକୁ ଚାନ୍ଦା ପରିମାଣ ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନିର୍ବାଚନୀ ୱାଚ୍‌ଡଗ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି। ଏହି ସମୟ ମଧ୍ୟରେ ଏହି ଦଳଗୁଡ଼ିକୁ କର୍ପୋରେଟ୍ ଚାନ୍ଦା କେବଳ ୪୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜୁଲାଇ ୧୧ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ପ୍ରାପ୍ତ ମୋଟ ଚାନ୍ଦାରେ ଇଲେକ୍ଟୋରାଲ୍ ବଣ୍ଡ୍‌ ଅଧାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗତ ବନ୍ୟାରୁ କିଛି ଶିଖିଲେନି, ପୁଣି ବୁଡ଼ିବ ଟିକରପଡ଼ା!

ଅନୁଗୁଳ: ମହାନଦୀ ବନ୍ୟାରେ ଗତବର୍ଷ ଭାସିଥିଲା ଟିକରପଡ଼ା। ଅଗଷ୍ଟ ମଝିରେ ଆସିଥିବା ଏହି ବଡ଼ ବନ୍ୟାରେ ଟିକରପଡ଼ା ପାଖାପାଖି ସପ୍ତାହେ ଧରି ଜଳମଗ୍ନ ରହିବା ସହ ଶତାଧିକ ଘର ଭାଙ୍ଗି ଯାଇଥିଲା। ହଜାର ହଜାର ଲୋକ ପ୍ରବାଭିତ ହୋଇଥିଲେ। ବନ୍ୟା ପରେ ଏହାର ସମୀକ୍ଷା ହେଲା। ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ କହାଗଲା। ହେଲେ ପରେ ସବୁ ଭୁଲିଗ​ଲେ। ଆଜି ପର୍ଯ୍ୟନ୍ତ ଟିକରପଡ଼ାରେ ବନ୍ୟା ପ୍ରତିକାର ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନି। ଯାହା କିଛି ଘୋଷଣା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇସ୍କନ ମନ୍ଦିର ସମ୍ମୁଖ ଜଳବନ୍ଦୀ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଭୁବନେଶ୍ବର ଜଳବନ୍ଦୀ ସମସ୍ୟାରୁ ମୁକ୍ତ ହୋଇ ପାରିନାହିଁ। ଏହାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତ‌ାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ଜଳବନ୍ଦୀ ଓ ଆବଶ୍ୟକୀୟ ପଙ୍କୋଦ୍ଧାର ତଥା ଠିକ ସମୟରେ ଡ୍ରେନ ପଙ୍କକୁ ସ୍ଥାନାନ୍ତର କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ଉପରେ ଗୁରୁତ୍ବ ଦିଆଯାଇଛି। ଇସ୍କନ ସାମ୍ନାରେ […]

ଅପରାଧ ରାଜ୍ୟ

ଗୁଳିମାଡ଼ରେ ବାପା ମୃତ, ଝିଅ ଆହତ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଆଜି ସଂଧ୍ୟାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଆହତ ହୋଇଛନ୍ତି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର ବିଜୟ କୁମାର ବେହେରା (୬୨ବର୍ଷ)। ବିଜୟଙ୍କ ଝିଅ ଗାୟତ୍ରୀ ବେହେରା ଆହତ ହୋଇଛନ୍ତି। ପୋଲସରା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୁଲିସ ଆଜି ରାତିରେ ହିଞ୍ଜିଳିକାଟୁରେ କାବୁ କରିଥିବା […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷୟିତ୍ରୀଙ୍କ ମ‌ାଡ଼ରେ ଛାତ୍ର ଗୁରୁତର

କଙ୍କଡାହାଡ଼: ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିବା ବେଳେ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। କଙ୍କାଡ଼ାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳେ ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିଲା। ଅନ୍ୟମାନଙ୍କ ଭଳି କେରଜୁଳି ପଞ୍ଚାୟତ ଗୋପପୁରର ଗଣପତି ମହାନ୍ତ ପ୍ରାର୍ଥନା କରୁଥିଲେ। କୌଣସି କାରଣ ନଥାଇ ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ପୁଅର ଛାତିକୁ ମୁଥ ମାରିଥିବା ଗଣପତିର ମା ଭାରତୀ କହିଛନ୍ତି। ତେବେ ମୁଥ ମାଡ଼ରେ ଛାତ୍ର ଜଣକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୫ରେ ହେବ ଭୟାନକ ସୌର ଝଡ଼! ଇଣ୍ଟରନେଟ୍‌ର ସର୍ବନାଶ ହୋଇପାରେ

ୱାସିଂଟନ: ସକଳ ଶକ୍ତିର ଆଧାର ସୂର୍ଯ୍ୟ ନିଜ ସୌର ଚକ୍ରର ଚରମ ସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଛି । ଏଥିପାଇଁ ୨୦୨୫ରେ ଭୟାନକ ସୌର ଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍‌ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗ‌ବେଷଣା ସଂସ୍ଥା ନାସା ଏ ନେଇ କୌଣସି ଟିପ୍ପଣୀ ରଖିନାହିଁ। ୱାସିଂଟନ ପୋଷ୍ଟ୍‌ର ଏକ ରିପୋର୍ଟ ମୁତାବକ ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ବର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆଜି: ୩୨ କେନ୍ଦ୍ରରେ ହଜ‌ାରେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ୧୩ ତାରିଖ(ଗୁରୁବାର) ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ। ମାତ୍ର ଜୀବ ବିଜ୍ଞାନ-୧(ଉଦ୍ଭିଦ ବିଜ୍ଞାନ) ବିଷୟ ପରୀକ୍ଷା ସେହିଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେମିତି ଚାଲିବ ନୂଆ ବିଶ୍ବବିଦ୍ୟାଳୟ: ମୁରବି ନାହାନ୍ତି କି ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟରେ ୩ଟି ନୂତନ ବିଶ୍ବବିଦ୍ୟାଳୟରେ ଚଳିତବର୍ଷଠାରୁ ପାଠପଢ଼ା ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ କୋରାପୁଟର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଇତିମଧ୍ୟରେ ବିଶ୍ବବିଦ୍ୟାଳୟରେ ପରିଣତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ପୁରୀ ସତ୍ୟବାଦୀଠାରେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟର ୩ଟି ‌ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅସ୍ଥାୟୀ ଭାବେ ଏହି ବିଶ୍ବବିଦ୍ୟାଳୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଚାଲିବାକୁ ଥିଲେ ମଧ୍ୟ ଏପର୍ଯ୍ୟନ୍ତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉତ୍କଳ ବିଶ୍ବବିଦ୍ୟାଳୟ: ସିଣ୍ଡିକେଟ୍‌ ବୈଠକକୁ ନେଇ କେଁ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ ଗତ ୭ ତାରିଖ ଅପରାହ୍ଣ ୩ଟାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯୋଗଦେଇଥିବା ସଦସ୍ୟଙ୍କ ଅନୁମୋଦନକ୍ରମେ ବିଶ୍ବବିଦ୍ୟାଳୟ ଉନ୍ନତୀକରଣ ନେଇ ରୂପରେଖ ପ୍ରସ୍ତୁତ ସହ ନୂତନ ନିଷ୍ପତ୍ତି ନିଆଯାଇଛି। ତେବେ ବୈଠକ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ନିକଟରେ କୌଣସି ଖବର ନାହିଁ। ବିଭାଗୀୟ ସଚିବ କିମ୍ବା ତାଙ୍କ ପ୍ରତିନିଧି ସିଣ୍ଡିକେଟ୍‌ର ସଦସ୍ୟ ହୋଇଥିଲେ ମଧ୍ୟ ବୈଠକ ହେବା ନେଇ କୌଣସି ଆଗୁଆ ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ ଜଣାପଡ଼ିବା ପରେ […]

ଅପରାଧ ରାଜ୍ୟ

ବାଞ୍ଜିପଦରରେ ଅନର କିଲିଂ: ପ୍ରେମିକାର ବାପା, କାକା ଓ ଭିଣୋଇ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ପ୍ରେମୀଯୁଗଳଙ୍କୁ ହତ୍ୟା ଘଟଣାରେ ଆଜି ପୁଲିସ୍‌ ପ୍ରେମିକାର ବାପା, କାକା ଓ ଭିଣୋଇଙ୍କୁ ଗିରଫ କରିଥିବା ଏସ୍‌ପି ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ସମ୍ପର୍କରେ କକା ଓ ଝିଆରୀ ହୋଇଥିବାରୁ ଝିଅ ଘର ପକ୍ଷରୁ […]