ରାଜ୍ୟ

ଗାଧୋଇବା ପାଇଁ ଯାଇଥିଲେ: ଭାଲୁ ଆକ୍ରମଣରେ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ନୂଆପଡ଼ା: ସକାଳେ ବାପା ଓ ପୁଅ ଗାଧୋଇବା ପାଇଁ ଯାଇଥିଲେ। ସେଠି ଭାଲୁ ଆକ୍ରମଣର ଶିକାର ହୋଇ ବାପାଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ବୃଦ୍ଧ ହେଲେ ଘନଶ୍ୟାମ ପଟେଲ(୭୦)। ପୁଅ ଚଏତୁ ପଟେଲ(୪୮) ଗୁରୁତର ଆହତ ହୋଇଛନ୍ତି । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିରୁନପଦର ଛକରେ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଆଜି ସକାଳ ପ୍ରାୟ ସାଢେ଼ ୮ ଟାରେ ବିରୁନପଦର ଗାଁର ଘନଶ୍ୟାମ […]

ରାଜ୍ୟ

ଚଢ଼ିଗଲା ପିକଅପ୍: ଉଡ଼ିଗଲା ୩ ବର୍ଷୀୟା ଶିଶୁକନ୍ୟାର ପ୍ରାଣବାୟୁ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୂଆ ପଞ୍ଚାୟତର ଗାଣ୍ଡାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପିକ୍ଅପ୍ ଗାଡ଼ି ଚାପାରେ ଜଣେ ୩ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗ୍ରାମର ଲୁଷ୍ୟନ ନାୟକ ଗାଁକୁ ଆସିଥିବା କବାଡିବାଲାର ପିକ୍ଅପ୍ ଗାଡିକୁ ଅଟକାଇବା ସମୟରେ ହଠାତ୍ ଗାଡ଼ିଟି ତାଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ଗାଡ଼ିର ପଛ ଚକା ତଳକୁ ଆସି ଯାଇଥିଲେ, ଯାହା ଦ୍ୱାରା ଗାଡ଼ି ଚକା ତଳେ ଚାପି ହୋଇ […]

ଅପରାଧ ରାଜ୍ୟ

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇଜଣଙ୍କ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ତେବେ ଜଣେ ବ୍ୟକ୍ତି ସୋର ଥାନା ମାଣତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ l ମୃତ ଯୁବକ ଦୁଇ ଜଣ ରାତି ୨ଟା ସମୟରେ ଭଦ୍ରକରୁ କାମ ସାରି ଘରକୁ ଫେରୁଥିଲେ l ତେବେ ଏବେ ଜାତୀୟ […]

ଅପରାଧ ରାଜ୍ୟ

ରାସ୍ତାକଡ଼ରେ ଯୁବକର ରକ୍ତାକ୍ତ ମୃତଦେହ: ହତ୍ୟା ସନ୍ଦେହ

ବରଗଡ଼: ବରଗଡ଼ ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତାରେ ଜଣେ ଯୁବକର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ(୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାର ମୃତ୍ୟୁ ହେଲା ଓ ରାସ୍ତାକଡ଼ରେ ଶବ ପଡ଼ି ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ତାକୁ କେହି ହତ୍ୟା କରିଥିବା ଭଳି ଅନୁମାନ କରାଯାଉଛି।

ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି। ସୂଚନା ଅନୁଯାୟୀ, ଗ୍ରାମର ଅଭୟ ରାଉତ(ବାପୁନୁ) ଓ ତାଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଗତକାଲି ରାତିରୁ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ଅଭୟ ଏକ ପନିକିରେ ସ୍ତ୍ରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ଲକ୍ଷ୍ମୀଙ୍କ ନାମରେ ଶ୍ରୀୟା ହଲ୍‌: ହଲ୍‌ ପରେ ଛକର ନାମ ‘ଶ୍ରୀୟା’

ଭୁବନେଶ୍ବର: ସୁଖସମୃଦ୍ଧି, ସୌଭାଗ୍ୟ ଓ ବୈଭବର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ମା’ଙ୍କ ଆଶୀର୍ବାଦ ଥିଲେ ସଂସାରର ସବୁ ଦୁଃଖ ଓ ଦାରିଦ୍ର୍ୟରୁ ମଣିଷ ଦୂରେଇ ରୁହେ। ଖାସ୍‌ ସେଥିପାଇଁ କେ.ସି ମହାନ୍ତି ଯେତେବେଳେ ଏକ ସିନେମା ହଲ୍‌ ତିଆରି କରିବାର ସ୍ବପ୍ନ ଦେଖୁଥିଲେ ଓ ହଲ୍‌ର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ପତ୍ନୀ ଚନ୍ଦନପ୍ରଭା ମହାନ୍ତି ହଲ୍‌ର ନାମ ‘ଶ୍ରୀୟା’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ମା’ ଲକ୍ଷ୍ମୀଙ୍କର ଅନ୍ୟ ଏକ ନାମ ‘ଶ୍ରୀୟା’ ହୋଇଥିବାରୁ ଶ୍ରୀମତୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦ ରହିବ ମାର୍କେଟ୍‌ ବିଲ୍ଡିଂ,କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ

ଭୁବନେଶ୍ବର: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍‌ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ […]

ରାଜ୍ୟ

‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ? ଦଶନ୍ଧି ପରେ ବି ଶିଶୁକନ୍ୟା ହାର ସ୍ଥିତି ସୁଧୁରିନି

ନୟାଗଡ଼: ଦଶନ୍ଧିଟିଏ ତଳେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାଙ୍କ ପ୍ରତି ଯେଭଳି ଘୃଣା ମାନସିକତା ଥିଲା, ଏବେବି ସେଭଳି ରହିଛି। ଜିଲ୍ଲା ମଧ୍ୟରେ ହେଉ ବା ବାହାରେ ନୟାଗଡ଼ର ଦମ୍ପତି କନ୍ୟା ଭ୍ରୂଣହତ୍ୟା କରୁଛନ୍ତି। ଭ୍ରୂଣ ଚିହ୍ନଟରେ ଡାକ୍ତର, କ୍ବାକ୍‌ ସେମାନଙ୍କୁ କେଉଁଠି ନା କେଉଁଠି ସମର୍ଥନ ଯୋଗାଇ ଦେଉଛନ୍ତି। ଫଳରେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାହାର ସୁଧୁରୁନାହିଁ। ୨୦୧୧ ଜନଗଣନା ତଥ୍ୟ ଅନୁସା‌ରେ, ନୟାଗଡ଼ ଜିଲ୍ଲାରେ ଏକ ହଜାର ଶିଶୁପୁତ୍ରରେ କନ୍ୟାହ‌ାର ୮୫୫ ଥିଲା। ଏହା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ: ଜୀବନଯାତ୍ରା ବାଧାପ୍ରାପ୍ତ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, […]

ରାଜ୍ୟ

ଏଏସଓ ପରୀକ୍ଷା ଅନିୟମିତତା ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟ। ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା […]