ଦେଶ ବିଦେଶ ରାଜନୀତି

ଆଜି ଏନ୍‌ଡିଏର ଶକ୍ତି ପ୍ରଦର୍ଶନ; ଯୋଗ ଦେବେ ୩୮ ଦଳ

ନୂଆଦିଲ୍ଲୀ: ୨୬ଟି ଅଣ ବିଜେପି ଦଳଙ୍କ ବୈଠକ ସୋମବାରଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଗୋଟିଏ ପଟେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଏନ୍‌ଡିଏ ନେତାମାନଙ୍କ ବୈଠକ ହେବ। ବିରୋଧୀ ବୈଠକକୁ ଚ୍ୟାଲେଂଜ କରି ଆଜି ନୂଆଦିଲ୍ଲୀରେ ଏନ୍‌ଡିଏ ଶକ୍ତି ପ୍ରଦର୍ଶନ କରିବ। ବିଜେପି ଆଜି ସ୍ପଷ୍ଟ କରି କହିଛି ଯେ ଏନ୍‌ଡିଏ ବୈଠକରେ ୩୮ଟି ବିରୋଧୀ ଦଳ ଯୋଗ ଦେବେ। ବିଜେପି ମୁଖ୍ୟ ଜେପି ନଡ୍ଡା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବୀର ସାବରକର ବିମାନବନ୍ଦରର ନୂତନ ଟର୍ମିନାଲ୍ ବିଲ୍ଡିଂ ଉଦ୍‌ଘାଟନ ଆଜି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୧୦ଟା ୩୦ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର, ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦ୍‌ଘାଟନ କରିବେ। ପ୍ରାୟ ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦ୍‌ଘାଟନ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱୀପର ଯୋଗାଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାୟ ୪୦,୮୦୦ ବର୍ଗମିଟରରେ ନିର୍ମିତ ନୂତନ ଟର୍ମିନାଲ୍ ବିଲ୍ଡିଂ ବାର୍ଷିକ ପ୍ରାୟ ୫୦ […]

ଦେଶ ବିଦେଶ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ; ସୂଚନା ଦେଲେ ପୁଅ

ତିରୁଅନନ୍ତପୁରମ୍‌: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କେ ସୁଧାକରନ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ପ୍ରେମର ଶକ୍ତିରେ ସାରା ବିଶ୍ବକୁ ଜୟ କରିଥିବା ଜଣେ ରାଜାଙ୍କ କାହାଣୀର ଦୁଃଖଦ ଅନ୍ତଃ ଘଟିଛି। ସେଭଳି ଜଣେ କିମ୍ବଦନ୍ତୀଙ୍କୁ ହରାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶରୁ ଆସି ହିନ୍ଦୁ ପୁଅକୁ ବାହା ହୋଇ ସାଥୀରେ ନେଇଗଲେ: ଏବେ ଯୁବକଙ୍କ ପରିବାର ଲୋକଙ୍କୁ ପଠାଉଛନ୍ତି ରକ୍ତ ଭିଜା ଫଟୋ

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ସୀମା ହାଇଦରଙ୍କ ପରି ଏକ ମାମଲା ଦେଖିବାକୁ ମିଳିିଛି। ପବ୍‌ଜୀ ଖେଳୁ ଖେଳୁ ପ୍ରେମରେ ପଡ଼ି ସୀମା ଯେପରି ପାକିସ୍ତାନ ସୀମା ପାର୍‌ କରି ନିଜ ପ୍ରେମିକ ସଚିନଙ୍କୁ ଭେଟିବାକୁ ଭାରତ ଆସିଥିଲେ, ସେହିପରି ଫେସ୍‌ବୁକ୍‌ରୁ ପ୍ରେମରେ ପଡ଼ି ନିଜ ଦେଶ ବାଂଲାଦେଶ ଛାଡ଼ି ଆମ ଦେଶକୁ ତାଙ୍କ ପ୍ରେମୀ ଅଜୟଙ୍କୁ ଭେଟିବାକୁ ଆସିିଥିଲେ ଜୁଲି। ହେଲେ ଏବେ ଅଜୟଙ୍କୁ ତାଙ୍କ ସାଥୀରେ ନେଇ ଅତ୍ୟାଚାର କରୁଥିବା ଅଭିଯୋଗ ଆଣିଛନ୍ତି ଅଜୟଙ୍କ ପରିବାର ଲୋକ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହସ୍ପିଟାଲରେ କେବେ ସୁନିଶ୍ଚିତ ହେବ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ?

ଭୁବନେଶ୍ବର : ଗତ ମାର୍ଚ୍ଚ ମାସରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ(ପିଆରଏମ୍‌ସିଏଚ୍‌)ରେ ଡାକ୍ତର ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ଆରମ୍ଭ କରିଥିଲେ। ଏହା ଭିତରେ ୩ମାସରୁ ଅଧିକ ସମୟ ବିତିଲାଣି। ଏହି ବ୍ୟବସ୍ଥା କେବଳ କିଛି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟାନୁଷ୍ଠାନରେ ସୀମିତ ରହିଯାଇଛି। ତେଣୁ ରାଜ୍ୟ ସରକାର କେବେ ସୁଦ୍ଧା ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥାନକୁ ସୁନିଶ୍ଚିତ କରିବେ ତାହାକୁ ଅପେକ୍ଷା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜମ୍ମୁ କଶ୍ମୀର: ପୁଞ୍ଚ ଜିଲ୍ଲା‌ରେ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ

ଜାମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ  ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ପ୍ରଥମେ ସୋମବାର ରାତି ୧୧.୩୦ ବେ‌ଳେ ହୋଇଥିଲା। ଯାହା ପରେ ସେଠାରେ ଡ୍ରୋନ୍ ସହିତ  ଅତ୍ୟ ରାତ୍ର ନୀରିକ୍ଷଣ ଉପକରଣ ମଧ୍ୟ ନିୟୋଜିତ କରାଯାଇଥିଲା। ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ବିବାହ ପ୍ରଚଳନ କରିବାକୁ ଦାବି

ଭୁବନେଶ୍ବର : ପରମ୍ପରା ଅନୁଯାୟୀ ପ୍ରତିବର୍ଷ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବଡ଼ଭାଇ ଶ୍ରୀ ବଳଦେବଙ୍କ ବିବାହ ଅନୁଷ୍ଠିତ ହୋଇଆସୁଛି। ଗରୁଡ଼ ଦ୍ବାଦଶୀ ଦିନ ଦେବୀ ତୁଳସୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ବହୁ ପ୍ରାଚୀନ ଏହି ପରମ୍ପରାକୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳନ କରିବା ପାଇଁ ଦାବି ହୋଇଛି। ଯେପରି ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀ ବିବାହ, ରୁକ୍ମଣୀ ବିବାହ ପାଳନ କରାଯାଉଛି, ସେହିପରି ତୁଳସୀ ବିବାହ ପ୍ରଚଳନ କରିବାକୁ ନିଖିଳ ଓଡ଼ିଶା ଶ୍ରୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜେରାରୁ ବାହାରିଲା ବଡ଼ ସତ: ସଚିନଙ୍କ ପୂର୍ବରୁ ଦିଲ୍ଳୀର ଯୁବକଙ୍କ ସହ ସଂପର୍କରେ ଥିଲେ ସୀମା ହାଇଦର୍‌

ମୁମ୍ବାଇ: ବେନିୟମ୍‌ ଭାବେ ସୀମା ପାର୍‌ କରି ପାକିସ୍ତାନରୁ ନିଜ ପ୍ରେମୀ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ରହିଥିବା ସନ୍ଦେହକୁ ନେଇ ଉତ୍ତରପ୍ରଦେଶ ପୁଲିସ୍‌ର ଆଣ୍ଟି-ଟେରୋରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌) ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନେଇଥିଲା। ଏଟିଏସ୍‌ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ସଚିନ ପ୍ରଥମ ଭାରତୀୟ ଯୁବକ ନୁହଁନ୍ତି, ଯାହାଙ୍କ ସହ ସଂପର୍କରେ ଆସିଛନ୍ତି […]

ଅପରାଧ ରାଜ୍ୟ

ହାତୀ-ମଣିଷ ଲଢ଼େଇ ରୋକିବାକୁ ବହୁସୂତ୍ରୀ କାର୍ଯ୍ୟକ୍ରମ: ଦୁଇ ହଜାର ଗାଁକୁ ସମ୍ପ୍ରସାରିତ ହେବ ‘ଗଜ ସାଥୀ’

ଭୁବନେଶ୍ବର : ହାତୀଙ୍କ ଦେହରେ ଲାଗିବ ରେଡିଓ କଲାର। ଏହାଦ୍ବାରା ହାତୀର ଚଳପ୍ରଚଳ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରାଯାଇପାରିବ। ହାତୀପଲ କରିଡର୍‌ ବାହାରକୁ ଗଲେ, ସେମାନଙ୍କୁ ଟ୍ରାକ୍‌ କରି ବାଟକୁ ଅଣାଯାଇପାରିବ। ହାତୀଙ୍କ ଗତିବିଧି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଯାଇପାରିବ। କିଛି ମାସର ନିରବତା ପରେ ଦ୍ବିତୀୟଥର ଲାଗି ବନ ବିଭାଗ ‌ରେଡିଓ କଲାର ଲଗାଇବାକୁ ରୂପରେଖ ପ୍ରସ୍ତୁତ କରିଛି। ହାତୀ ବେକରେ ଲାଗିବାକୁ ଥିବା ରେଡିଓ କଲାର୍‌ ପାଇଁ ବେଙ୍ଗାଲୁରୁର ଇନଷ୍ଟିଚ୍ୟୁଟ୍‌ […]

ଅପରାଧ ରାଜ୍ୟ

୧୮ ମାସର ଛୁଆକୁ କେନାଲ୍‌କୁ ଫୋପାଡ଼ି ପଳାଉଥିଲା ବାପା: ଉଦ୍ଧାର କରି ଜୀବନ ଦେଲେ କାଉଡ଼ିଆ

କୁରୁକ୍ଷେତ୍ର: ହରିଆଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଭାନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ୧୮ ମାସର ପିଲାକୁ କେନାଲ୍‌କୁ ଫିଙ୍ଗିବା ସହ ଏ ସଂପର୍କରେ ଲୁଧିୟାନାରେ ଥିବା ତା’ ସ୍ତ୍ରୀକୁ ଫୋନ୍‌ କରି ଖବର ଦେଇଥିଲା। ଈଶ୍ବରଙ୍କ କୃପାରୁ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି କେନାଲ୍‌ ଭିତରକୁ ଡେଇଁ କୁନି ଝିଅଟିକୁ ଉଠାଇ ଆଣିବାରୁ ତା’ର ଜୀବନ ବଞ୍ଚିଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପିହୋବାର ବାସିନ୍ଦା ବଲାକର ସିଂହ ଜୁଲାଇ ୧୨ ତାରିଖରେ […]