ମଦ ନେଉଛି ମୁଣ୍ଡ: କମ୍ ବୟସରୁ ଗାଁର ୨୦ରୁ ଊର୍ଦ୍ଧ୍ବ ବିଧବା
କେନ୍ଦୁଝର: ସାବି ମୁଣ୍ଡା, ବୟସ ୫୫। ସ୍ବାମୀ, ପୁଅବୋହୂଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଥିଲା। ହେଲେ ସେହି ସୁଖର ସଂସାରକୁ ଉଜାଡ଼ି ଦେଲା ମଦ। ସ୍ବାମୀଙ୍କଠାରୁ ଆରମ୍ଭ କରି ପୁଅବୋହୂ ସମସ୍ତେ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ଆଉ ଏହି ଅକାଳ ମୃତ୍ୟୁ ପଛର ମୂଳ କାରଣ ହେଉଛି ମଦ। ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇ ଏବେ ସାବି ନିଃସଙ୍ଗ ଜୀବନ ବିତାଉଛନ୍ତି। ମାନସିକ ଭାରସାମ୍ୟ ହରାଇ ପର ହାତଟେକାରେ ବଞ୍ଚିଛନ୍ତି। କେନ୍ଦୁଝର ଜିଲ୍ଲା ଶଙ୍କରପୁର […]









