ମକର
ମକର: ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ। ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ।
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଏକାଦଶ ଶ୍ରେଣୀରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୭୦ହଜାର ୧୦୫ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ସର୍ବାଧିକ ୪୯ହଜାର ୭୦, ବାଣିଜ୍ୟରେ ୩,୧୮୨, ବିଜ୍ଞାନରେ ୧୬ହଜାର ୯୨୭, ସଂସ୍କୃତରେ ୩୫୩, ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଇଣ୍ଟିମେସନ ପଠାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ […]
ଜଗତସିଂହପୁର : ବିଜେଡି ଜିଲ୍ଲା ଉପସଭାପତି ଭାବେ ଜ୍ୟୋତିକାନ୍ତ ପରିଡ଼ା (ବାପୁ)ଙ୍କ ମନୋନୟନକୁ ନେଇ ଜଗତସିଂହପୁର ଜିଲ୍ଳା ରାଜନୀତି ସରଗରମ ହୋଇଛି। ବାପୁଙ୍କ ମନୋନୟନକୁ ନେଇ ଶାସକ ଦଳର ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବାପୁଙ୍କୁ ଉପସଭାପତି କରାଯିବା ଘଟଣାକୁ ବିରୋଧ କରିବା ସହ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ବାପୁଙ୍କ ନାମ ପ୍ରସ୍ତାବ ଦେଇଥିବା ଅଭିଯୋଗ କରିଛନ୍ତି। ପ୍ରଶାନ୍ତ କିନ୍ତୁ ସମ୍ବିତ୍ଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ […]
କଟକ : ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ୧୦ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କରୁଣାକର ଜେନାଙ୍କୁ କଟକ ସର୍କଲ ଆଇଜି ଅଫିସ, ସତ୍ୟବାନ ମହାନନ୍ଦଙ୍କୁ ବରଗଡ ଆଇୟୁସିଏଡବ୍ଲୁକୁ ବଦଳି ସହ ଭିଜିଲାନ୍ସକୁ ଡେପୁଟେସନ, ଜଳନ୍ଧର ଜାଲିଙ୍କୁ କେନ୍ଦ୍ରାପଡା, କମଳାକାନ୍ତ ପଣ୍ଡାଙ୍କୁ ଗୁଇନ୍ଦା ବିଭାଗ, ସନାତନ କଲୋଙ୍କୁ ନୟାଗଡ଼, ରବିକାନ୍ତ ସୁନାଙ୍କୁ ରାଉରକେଲାର ବଣାଇ, ହରେକୃଷ୍ଣ ମାଝିଙ୍କୁ ଭିଜିଲାନ୍ସ, ଦିଲ୍ଲୀପ କୁମାର […]
ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତିଛନ୍ତି ଜମି ମାଫିଆ। ଦାନଗଦୀ ତହସିଲ ଅଞ୍ଚଳର ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରୁଛନ୍ତି। ଜଙ୍ଗଲ ଓ ରାଜସ୍ବ ବିଭାଗ ଅଧୀନସ୍ଥ ଜମି ଜବରଦଖଲ କରି ଘର ନିର୍ମାଣ ସହିତ ଅଣଓଡ଼ିଆଙ୍କୁ ବିକ୍ରି କରି ଚାଲିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳରେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସନ୍ଧାନ ସହ ସାବକ ଓ ହାଲ୍ ଖାତା ନିରୀକ୍ଷଣରୁ ସରକାରୀ ଜମି ହଡ଼ପର ସାଂଘାତିକ ଚିତ୍ର ପଦାକୁ ଆସିଛି। […]
ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ବିଭିନ୍ନ ସ୍ଥାନରେ ତହସିଲ୍ଦାର, ବିଡିଓ, ସବ୍ ରେଜିଷ୍ଟ୍ରାର୍ ଓ ଡେପୁଟି କଲେକ୍ଟର ଥିବା ୨୫ ଜଣ ଅଧିକାରୀଙ୍କର ବଦଳି ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଏହା ବାଦ୍ ଓଡ଼ିଶା ରାଜସ୍ବ ସେବାର ୮ ଜଣ ଅଧିକାରୀ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପାଇଛନ୍ତି।
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର, ରଘୁବୀର ଦାଶ କମିସନଙ୍କ ରିପୋର୍ଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରୁନଥିବା ଅଭିଯୋଗରେ ଦାୟର ମାମଲାର ଆଜି ଶୁଣାଣି କରିଛନ୍ତି ରାଜ୍ୟ ସୂଚନା ଆୟୁକ୍ତ। ରଘୁବୀର ଦାଶ କମିସନ ତଦନ୍ତ ବେଳେ ଶ୍ରୀମନ୍ଦିର ପ୍ରଶାସନ କେଉଁ କେଉଁ କାଗଜପତ୍ର, ଚିଠି ପ୍ରଦାନ କରିଛନ୍ତି, ତାର ଠିକ୍ ଜବାବ ଶ୍ରୀମନ୍ଦିର ପ୍ରଶାସନ ରଖି ନପାରିବାରୁ ସୂଚନା ଆୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ବରିଷ୍ଠ ଅଧିକାରୀଙ୍କ ଜରିଆରେ ଏହି ଘଟଣାର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଯାତ୍ରା କରିବ | ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଏହାର ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ […]