କନ୍ୟା
କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ। ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ। ଘରୋଇ ଦାୟିତ୍ବ ନେଇ ପରିବାର ଲୋକଙ୍କ ସହ କଥା ହେବେ।
ଭୁବନେଶ୍ବର : ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଥିବାରୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କେତେକ […]
ବଲାଙ୍ଗୀର,(ପ୍ରଶାନ୍ତ କୁମାର ମିଶ୍ର): ସାଙ୍ଗସାଥୀ ଯାହାକୁ ଭେଟିଲେ କହନ୍ତି ‘ଘରେ ଯେଉଁ ଫଳମୂଳ ଖାଉଛନ୍ତି ତାର ବିହନକୁ ସଂଗ୍ରହ କରି ରଖିଥିବେ, ନଷ୍ଟ କରିବେ ନାହିଁ। ବର୍ଷା ଋତୁ ଆସିଲେ ସେହି ବିହନକୁ ସାଙ୍ଗସାଥୀଙ୍କ ଘରୁ ସଂଗ୍ରହ କରିଥାନ୍ତି ସହଦେବ ପ୍ରଧାନ। ବିଭିନ୍ନ ଉପାୟରେ ବିହନରୁ ଗଛ ସୃଷ୍ଟି କରିବା ସହଦେବଙ୍କ ନିଶା ହୋଇଯାଇଛି। ଏଥିରେ ସେ କେବଳ ନୁହନ୍ତି, ତାଙ୍କ ସ୍ତ୍ରୀ ରୋଜି ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ସୀମମ୍ ମଧ୍ୟ ସହଯୋଗ କରିଥାନ୍ତି। […]
ରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ବିଶେଷକରି ପୁରୀବାସୀଙ୍କୁ ଦର୍ଶନ ପାଇଁ ଚାରିଦ୍ବାରରୁ ପ୍ରବେଶ ଅନୁମତି ଦେବାକୁ ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି। ୭ ଦିନ ଭିତରେ ଦାବି ପୂରଣ ନ ହେଲେ, ସେ ଓ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ। ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ଭାରତୀୟ ଜନତା ପାର୍ଟିର ବହୁ […]
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ସମଲେଇପଦର ପଞ୍ଚାୟତ ମନୋହରପାଲି ଗ୍ରାମରେ ଗଢ଼ି ଉଠିଥିବା ଘରୋଇ ଇଥାନଲ୍ କାରଖାନାକୁ ବିରୋଧ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ହୋଇଛି। ଏହି କାରଖାନକୁ ବନ୍ଦ କରିବା ପାଇଁ ଲୋକେ ବିକ୍ଷୋଭ କରିବା ସହିତ କୀଟନାଶକ ପିଇ ସମୂହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହାର ସମାଧାନ ଉଦ୍ୟମ ହେବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ […]
ରାଜନଗର : ଦୀର୍ଘ ୨୮ଦିନ ପରେ ବନବିଭାଗ ହାତରେ ଧରାପଡ଼ିଛି ମଣିଷଖିଆ ବଉଳା କୁମ୍ଭୀର। ସ୍ଥାନୀୟ ଲୋକଙ୍କ ସହଯୋଗରେ ବନବିଭାଗ ଗତ ୨୧ ତାରିଖଠାରୁ କସରତ କରୁଥିଲେ ମଧ୍ୟ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇପାରୁ ନ ଥିଲେ। ଯେଉଁ ପୋଖରୀରୁ ଏହି କୁମ୍ଭୀର ହାତିଆଗଡ଼ି ଗାଁର ସୀତାରାଣୀ ଦାସଙ୍କୁ ଝାମ୍ପି ନେଇଥିଲା ସେଥିରେ ଦଳ ବୋଝେଇ ହୋଇ ରହିଥିଲା। ପୋଖରୀ ସହିତ ସଂଯୋଗ କରୁଥିବା ନାଳ ଦଳରେ ଭର୍ତ୍ତି ଥିଲା। ଫଳରେ ବନବିଭାଗ ଏହି କୁମ୍ଭୀରକୁ ଧରିବାରେ […]
ଭୁବନେଶ୍ବର : ଏକ ବର୍ଷ ମଧ୍ୟରେ ଏମ୍ସରେ ଚିକିତ୍ସିତ କର୍କଟ ରୋଗୀଙ୍କ ସଂଖ୍ୟା ୫୪ ହଜାର ୭୯୩କୁ ବୃଦ୍ଧି ପାଇଛି। ୨୦୧୯ ମସିହା ଏପ୍ରିଲ ମାସରୁ ୨୦୨୦ ମସିହା ମାର୍ଚ୍ଚରେ ଏହି ଡାକ୍ତରଖାନାରେ ସମୁଦାୟ ୪୦ ହଜାର ୨୯୬ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ରୋଗୀ ମଧ୍ୟ ସର୍ବାଧିକ ରହୁଛନ୍ତି। କର୍କଟ ରୋଗର ଉନ୍ନତ ରେଡିଏସନ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷମତା ବିଶିଷ୍ଟ ଡୁଆଲ ଏନର୍ଜି ଲିନିୟର ଆକ୍ସିଲେଟର […]