ଏମିତି ଚାଲିଛି ଯୌନ ନିର୍ଯାତନା ଅଭିଯୋଗର ଶୁଣାଣି: ୩୨୭ ଶିକ୍ଷାନୁଷ୍ଠାନରେ ନାହିଁ ଆଇସିସି
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ୩୨୭ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ନାହିଁ। ଆଇସିସି ନ ଥିବାରୁ ନିର୍ଯାତିତ ମହିଳା କର୍ମଚାରୀ ଅଭିଯୋଗ କରିପାରୁ ନାହାନ୍ତି। ଅନ୍ଲାଇନ୍ ଅଭିଯୋଗ ସୁବିଧା ନାହିଁ କି କ୍ୟାମ୍ପସର ପ୍ରମୁଖ ସ୍ଥାନ, ନୋଟିସ୍ ବୋର୍ଡ, ଅଫିସ୍, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍ରେ କମିଟି ସଦସ୍ୟଙ୍କ ଫୋନ୍ ନମ୍ବର ଲଗାଯାଇନାହିଁ। ବିଲ୍ଡିଂ ନିକଟରେ ଅଭିଯୋଗ ବାକ୍ସ ନ ଥିବାରୁ କର୍ମଚାରୀମାନେ ନିର୍ଯାତିତ ହେବା ପରେ ସିଧାସଳଖ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ କରୁଛନ୍ତି। […]









