ଗରମ ‘ଚିକେନ୍ ନଗେଟ୍’ ପଡ଼ି ଗୋଡ଼ ପୋଡ଼ିଯାଇଥିବା ଝିଅକୁ ୬.୪କୋଟି ଟଙ୍କା ଦେଲା ‘ମ୍ୟାକ୍ଡୋନାଲ୍ଡ୍’ କମ୍ପାନି
ଫ୍ଲୋରିଡା: ଖଣ୍ଡେ ଗରମ ‘ମ୍ୟାକ୍ଡୋନାଲ୍ଡ୍’ ଚିକେନ୍ ନଗେଟ୍ ପଡ଼ି ଗୋଡ଼ରେ ପୋଡ଼ା ଘା’ ହୋଇଥିବା ଆମେରିକା ଅନ୍ତର୍ଗତ ଫ୍ଲୋରିଡ଼ାର ଜଣେ ୮ ବର୍ଷୀୟ ବାଳିକାକୁ କ୍ଷତିପୂରଣ ବାବଦରେ କମ୍ପାନି ୮୦୦୦୦୦ ଡଲାର୍ ବା ଭାରତୀୟ ମୁଦ୍ରାରେ ୬,୪୯,୭୮,୪୪୧ ଟଙ୍କା ଦେଇଥିବା କଥା ‘ବିବିସି’ ରିପୋର୍ଟ କରିଛି।‘ବିବିସି’ ରିପୋର୍ଟ ଅନୁସାରେ, ଅଲିଭିଆ କାରାବୋଲା ନାମ୍ନୀ ସେ ନାବାଳିକା ଗୋଡ଼ରେ ଅତ୍ୟନ୍ତ ଉତ୍ତପ୍ତ ‘ମ୍ୟାକ୍ନଗେଟ୍’ ପଡ଼ି ଭୀଷଣ ପୋଡ଼ା ଘା’ ସୃଷ୍ଟି ହୋଇଥିଲା। ଏଥିପାଇଁ କ୍ଷତିପୂରଣ ବାବଦକୁ ତା’ ପରିବାର […]









