ଚିନ୍ତା ବଢ଼ାଇଲାଣି ଜଳବାୟୁ ପରିବର୍ତ୍ତନ: ସୁବର୍ଣ୍ଣରେଖା ଶୁଖିଲା, ଦାଉ ସାଧୁଛନ୍ତି ବାଲି ମାଫିଆ
ଜଳେଶ୍ୱର : ଗୋଟିଏପଟେ ମଣିଷ ପ୍ରକୃତି ସହ ଖେଳୁଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ମଧ୍ୟ ପ୍ରଭାବ ପଡ଼ୁଛି। ଏପରି ସମୟରେ ପ୍ରାକୃତିକ ଉତ୍ସଗୁଡ଼ିକ ସତ୍ତା ହରାଇବାରେ ଲାଗିଛନ୍ତି। ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଏନେଇ ଉଦାହରଣ ପାଲଟିଲାଣି। ଚିରସ୍ରୋତା ନଦୀଟି ଏବେ ଏକପ୍ରକାର ଶୁଖିଲା ପଡ଼ିଛି। ଫଳରେ ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମଣିଷମାନେ ଚିନ୍ତାରେ ପଡ଼ିଲେଣି। ସୁବର୍ଣ୍ଣରେଖା ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ବାହାରିଛି। ଏହା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ […]









