ଦେଶ ବିଦେଶ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ବୈଠକ: ଭାବାବେଗକୁ ବେଖାତିର୍‌, ନିଷ୍ପତ୍ତି ନେଇପାରିଲେନି

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ କି ଖୋଲିବନି, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଶୁକ୍ରବାର ଦିନ ଛତିଶାନିଯୋଗ ନେଇପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭକ୍ତଙ୍କ ଏହି ଆଶା ଆଶାରେ ରହିଯାଇଛି। ଚାରିଦ୍ବାର ଖୋଲିବା ନିଷ୍ପତ୍ତି ପୁଣିଥରେ ଝୁଲିଛି। କମିଟି ଗଠନ କରି ଦାୟିତ୍ବ ସାରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ କମିଟି ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ଆଉ ଗୋଟିଏ ଦ୍ବାର ପୁରୀବାସୀଙ୍କ ପାଇଁ ଉନ୍ମୁକ୍ତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଦାବି […]

ରାଜ୍ୟ

ଉନ୍ନତ କର୍କଟ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହେବ ୧୦୦୦ କୋଟି

ଭୁବନେଶ୍ବର : ରାଜ୍ୟରେ ସାମୂହିକ କର୍କଟ ସେବାର ଅଭିବୃଦ୍ଧି ପାଇଁ ୧୦୦୧.୧୪ କୋଟି ଟଙ୍କାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଉନ୍ନତ କର୍କଟ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏହା କର୍କଟ ରୋଗରେ ପୀଡ଼ିତ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିଜସ୍ବ ଖର୍ଚ୍ଚକୁ ହ୍ରାସ କରିବ। ୨ବର୍ଷ ଭିତରେ ୧୧ଟି ସାମୂହିକ କର୍କଟ ଚିକିତ୍ସା ୟୁନିଟ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭିମସାର ବୁର୍ଲା, ଏସ୍‌ଏଲଏନ୍‌ ମେଡିକାଲ କଲେଜ କୋରାପୁଟ, […]

ରାଜ୍ୟ

୧୭ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ଏସ୍‌ଏଚ୍‌ଜିଙ୍କ ପାଇଁ ସ୍କୁଟି

ଭୁବନେଶ୍ବର : ରାଜ୍ୟରେ ‘ମିସନ୍ ଶକ୍ତି ସ୍କୁଟର୍‌ ଯୋଜନା’ ଆରମ୍ଭ ହୋଇଛି। ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌(ସିଏସ୍‌ଏସ୍‌) ଓ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟାମାନେ ଏହି ଯୋଜନାର ହିତାଧିକାରୀ। ସେମାନେ ନିଜ ପସନ୍ଦ ମୁତାବକ ସ୍କୁଟର୍‌ କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ। ଏହି ନୂଆ ଯୋଜନାରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୫ […]

ରାଜ୍ୟ

ଅରାଜକତା: ବନ୍ଦ କରିଦେଲେ ମହାପ୍ରଭୁଙ୍କ ବନକଲାଗି

ପୁରୀ : ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ବିବାଦ ଉଗ୍ରରୂପ ନେଇଛି। ଏହି ବିବାଦ କାରଣରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଛି। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦତ୍ତ ମହାପାତ୍ର ସେବକମାନେ ଏହାକୁ ବିରୋଧ କରିଥିଲେ। ଏହି ଅସହଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଦୁଇ ଦିନ ଭିତରେ ଚିଠିର ଜବାବ ରଖିବାକୁ […]

ଅପରାଧ ରାଜ୍ୟ

ମାଲଗୋଦାମରେ ଚଢ଼ଉ: ଅପମିଶ୍ରଣକାରୀ ଗିରଫ

କଟକ: ମାଲଗୋଦାମରୁ ପୁଣି ଧରାପଡ଼ିଛି ଭେଜାଲ ମସଲା କାରବାର ରୢାକେଟ୍‌। ମାଲଗୋଦାମ ଥାନା ପୁଲିସ ଚଢ଼ଉ କରି ମଧୁପାଟଣା ଥାନା ବେଲେଶ୍ୱର ଅଞ୍ଚଳର ଅରୁଣ କୁମାର ଗନ୍ତାୟତକୁ ଗିରଫ କରିଛି। ଏହି କାରଖାନାରୁ ୨୦ କ୍ୱିଣ୍ଟାଲରୁ ଅଧିକ ଲଙ୍କା, ହଳଦୀ, ଜିରା ଓ ଧନିଆ ଗୁଣ୍ଡ ସହିତ ମୁଣ୍ଡଫଟା ରଙ୍ଗ, ରାଗ, ସୁଗନ୍ଧ କେମିକାଲ୍, ଯନ୍ତ୍ରପାତି ଇତ୍ୟାଦି ଜବତ ହୋଇଛି। ସୂଚନା ଅନୁଯାୟୀ, ମାଲଗୋଦାମରେ ଏଭଳି ଭେଜାଲ ସାମଗ୍ରୀ ପ୍ରସ୍ତୁତ ହେଉଥିବା ସଂପର୍କରେ କମିସନରେଟ୍ ପୁଲିସ ଖବର […]

ରାଜ୍ୟ

୨୬ରୁ ପୁଣି ଲଘୁଚାପ: ଛତିଶଗଡ଼ରେ ବର୍ଷିବ, ମହାନଦୀ ଫୁଲିବ; ଦକ୍ଷିଣ ଓଡ଼ିଶାକୁ ବନ୍ୟା ଭୟ

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ ‌କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ମଧ୍ୟ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। କିନ୍ତୁ ବର୍ଷା ଅତିପ୍ରବଳ ନ ହୋଇ ମଧ୍ୟମ ଧରଣର ବର୍ଷିବ। ୨୪ ତାରିଖ ଆଡ଼କୁ ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହାର […]

ରାଜ୍ୟ

ଭିଜିଲାନ୍ସ ରେଡ୍‌: ୪୩ ମାସରେ ୫୭ ଖାକି ବାବୁ

ଭୁବନେଶ୍ବର : ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଧମକ ଦେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ଜୁଲାଇ ୧୩ରେ ଗିରଫ କଲା ଭିଜିଲାନ୍ସ। ମାତ୍ର ୬ ଦିନ ବ୍ୟବଧାନରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ମଦ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ମାସିକିଆ ବଟି ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ […]

ରାଜ୍ୟ

ଆଜି କଂଗ୍ରେସର କାର୍ଯ୍ୟକାରିଣୀ; କଂଗ୍ରେସ ଭବନ ନୁହେଁ, ତାରକା ହୋଟେଲରେ ବସିବ ବୈଠକ

ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ କଂଗ୍ରେସ ଭବନ ନୁହେଁ ଏକ ତାରକା ହୋଟେଲ‌ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଗତ କିଛିଦିନ ଧରି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସମର୍ଥକମାନେ ଦୁହିଁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ପ୍ରତିବାଦ କରୁଥିବାରୁ ତାରକା ହୋଟେଲକୁ ବୈଠକକୁ […]

ରାଜ୍ୟ

ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା ଘଟଣା: ନିଲମ୍ବିତ ହେଲେ ଦୁଇ ୱାର୍ଡର୍‌

ତାଳଚେର : ଡ୍ୟୁଟି ସମୟରେ ଶୋଇବା ଘଟଣାରେ ତାଳଚେର ସହର ଉପଖଣ୍ଡ କାରାଗାର କର୍ତ୍ତୃପକ୍ଷ ଆଜି ଦୁଇ ୱାର୍ଡର୍‌ଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ମୁତାବକ, ତାଳଚେର ଉପକାରାଗାରରେ ୱାର୍ଡର୍‌ ରୂପେ କାର୍ଯ୍ୟରତ ସୁନୀଲ ମଲ୍ଲିକ ଏବଂ ତ୍ରିଲୋଚନ ଭୋଇ ଜେଲ୍‌ର ମୁଖ୍ୟଦ୍ବାର ପାଖରେ ଶୋଇଥିଲେ। ଜଣେ ଗୋଟିଏ ଚୌକିରେ ବସି ଆଉ ଏକ ଚୌକିକୁ ଗୋଡ଼ ଲମ୍ବାଇ ଶୋଇଥିବା ବେଳେ ଅନ୍ୟ ଜଣେ ପିନ୍ଧିଥିବା ବିଭାଗୀୟ ସାର୍ଟ ଖୋଲି ଫାଟକ ପାଖରେ ଥିବା ଟେବୁଲ ତଳେ ଶୋଇଥିଲେ। […]

ରାଜ୍ୟ

ଆଗ୍ରହ ବଢ଼ୁଛି: ୫ ବର୍ଷରେ ୨୫୫ ଅନ୍ତଃଜାତି ବିବାହ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନ୍ତଃଜାତି ବିବାହ ପ୍ରତି ଆଗ୍ରହ ବଢ଼ୁଛି। ଜିଲ୍ଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୯, ୨୦୧୯-୨୦ରେ ୫୮, ୨୦୨୦-୨୧ରେ ୪୫, ୨୦୨୧-୨୨ରେ ୬୫ ଓ ୨୦୨୨-୨୩ରେ ୫୮ଟି ବିବାହ ପଞ୍ଜୀକୃତ ହୋଇଛି। ଏହି ଯୋଜନାରେ ମିଳୁଥିବା ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ନବଦମ୍ପତିଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି। ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୫୫ ଦମ୍ପତି ପଞ୍ଜୀକରଣ କରି ସାରିଛନ୍ତି। ସେମାନଙ୍କୁ ସରକାରଙ୍କ […]