ଦୁଃସହ ହେଲାଣି ମହାପ୍ରଭୁଙ୍କ ଦର୍ଶନ, ତାତିଯାଉଛି ଭକ୍ତଙ୍କ ପାଦ
ପୁରୀ : ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖରେ ଧାଡ଼ି ବାନ୍ଧି ଭକ୍ତିର ପରୀକ୍ଷା ଦେବାକୁ ପଡ଼ୁଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପରେ ସାତ ପାହାଚଠୁ ନେଇ ବାହାରକାଠ ଦର୍ଶନ ପର୍ଯ୍ୟନ୍ତ ଠେଲାପେଲାରେ ଅସହ୍ୟ ହେଉଛି। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ବାହାରକାଠ ନିକଟରେ ପହଞ୍ଚିବା ବେଳକୁ ଅଣନିଃଶ୍ବାସୀ ହୋଇଯାଉଛନ୍ତି। ଛୋଟ ପିଲା ଗହଳିରେ ଫସି ରହି ରୁନ୍ଧି ହେବାରୁ ରାହା ଧରି କାନ୍ଦୁଛନ୍ତି। ବାହାରେ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି, କିନ୍ତୁ ଭିତରୁ ଦର୍ଶନ କରି ବାହାରିବା ବେଳକୁ […]









