ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିବ। କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ ସୁଯୋଗ ପାଇପାରିବେ। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍‌ ପ୍ୟାଭିଲିୟନରେ ଜୋତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସର ୩ କୋଟିରୁ ଅଧିକ ଟଙ୍କା ହେରଫେର୍!

କଟକ : କଟକ ତଳ ତେଲେଙ୍ଗାବଜାରରେ ଥିବା ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ (ୟୁସିସିସି) ନାମରେ ଥିବା ପାଣ୍ଠିର ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୁରୀଘାଟ ଥାନାରେ ଆଜି ଏତଲା ଦିଆଯାଇଛି। ପାଣ୍ଠି ହେରଫେର ପରିମାଣ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କିଛି ସଦସ୍ୟ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି। ADVERTISEMENT ଅଭିଯୋଗ ଅନୁଯାୟୀ, ୟୁସିସିସିର ଏକ ଶାଖା ଭାବେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଙ୍ଗା କୁଡ଼ିଆରେ ୧୫ ଆଦିବାସୀ ପରିବାରଙ୍କ ଜୀବନ

ନିରାକାରପୁର : ନିଜର ଘରବାଡ଼ି କିଛି ନାହିଁ। ବର୍ଷବର୍ଷ ଧରି ସେମାନେ ସରକାରୀ ଜମିରେ ପଡ଼ିରହିଛନ୍ତି। ହେଲେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନର ଅଣଦେଖା ସହ ବ୍ଲକ୍‌ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହା ନିମ୍ନସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ଆଉ ଜଣେ ଗୁରୁତର, କଟକ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିନ୍ତପୁର ଗ୍ରାମରେ ଏକ ଆବାସିକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ, ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ଗ୍ରାମର ପଞ୍ଚମ ଶ୍ରେଣୀ ଛାତ୍ର ରାଜା ନାଏକ (୧୨), ଘଟଗାଁ ବ୍ଲକ୍‌ ବଡ଼ବରବେଡ଼ା ଗ୍ରାମର ତୃତୀୟ ଶ୍ରେଣୀ ଛାତ୍ରୀ ଏଲିନା ନାଏକ (୭) ଓ ବାରିଆ ଥାନା ଅଧୀନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦଶ ବର୍ଷ ବିତିଲା, ଅଧାଗଢ଼ା ପିଲାର୍‌ରେ ଅଟକିଛି ତିନିକୁଦି ବିଜୁ ସେତୁ

ବ୍ରହ୍ମଗିରି : ଗାଁକୁ ସବୁଦିନିଆ ରାସ୍ତା ହେବା ସହିତ ନଦୀ ପାରିହୋଇ ଯାଉଥିବା ଲୋକଙ୍କ ସମସ୍ୟା ରହିବ ନାହିଁ, ନଦୀ ଉପରେ ବିଜୁ ସେତୁ ନିର୍ମାଣ ହେବ। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ବାସ୍ତବରେ ଏହା ସ୍ବପ୍ନ ହୋଇ ଲୋକଙ୍କ ପାଖରେ ରହିଛି। ରାଜ୍ୟ ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଓ ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୧୭ କିଲୋମିଟର ଦୂରରେ ରହିଛି ବ୍ରହ୍ମଗିରି ବ୍ଲକ୍‌ କଡ଼ାଜିତ ପଞ୍ଚାୟତର ତିନିକୁଦି ଗାଁ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା। ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକାର ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ ଏବଂ ସମ୍ବଲପୁର ଜିଲ୍ଲାପାଳ ମିଳିତ ଭାବେ ଗେଟ୍‌ ଖୋଲିଥିଲେ। ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୮୭ ଫୁଟ୍ ରହିଥିଲା ବେଳେ ସେହି ସମୟରେ ଜଳଭଣ୍ଡାରକୁ ୯୩,୦୫୧ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରତିଶ୍ରୁତି ଦେଇ ପାଳନ ନକରିବା‌ରେ ବି ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ବର : ଦେଶର ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି ନବୀନ ପଟ୍ଟନାୟକ। ଏହାକୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଟାକ୍ଷ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ସମୀର: ବିଜେଡି

ଭୁବନେଶ୍ୱର : ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଟୁଇଟ୍ କରି ଏହାର ଜବାବ୍ ଦେଇଛନ୍ତି। ଶ୍ରୀ ମହାନ୍ତି ଟୁଇଟ୍ କରିଛନ୍ତି ଯେ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବାପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀ, ସାଂସଦ, ଅଧିକାରୀଙ୍କ ବିଦେଶ ଗସ୍ତର ଶ୍ବେତପତ୍ର ଜାରି ହେଉ: ବିଜେପି

ଭୁବନେଶ୍ୱର : ଶାସକ ବିଜେଡିର ମନ୍ତ୍ରୀ, ସାଂସଦମାନେ ପୁଞ୍ଜିନିବେଶ ଆଳରେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି। ଓଡ଼ିଶାର ଗରିବଙ୍କ ଟିକସ ଟଙ୍କାରେ ବିଜେଡିର ନେତାମାନେ ଇଟାଲୀ, ଜାପାନ, ଇଜ୍ରାଇଲ୍, ୟୁକେ, ୟୁଏସ୍‌ଏ ଯାଉଛନ୍ତି। ଗତକାଲି ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆଇଟି ଟିମ୍‌ରେ କ୍ରୀଡା ସଚିବ, ୫-ଟି ସଚିବ ପୁଞ୍ଜି ଆଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ଯାଇଛନ୍ତି। ଏପରିକି ଗତ ଦୁଇରୁ ତିନି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟିମ୍ କୃଷି ଓ ଶିଳ୍ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୌଜନ୍ୟ ଭୁଲିଗଲା ଓଡ଼ିଶା ସାହିତ୍ୟ ଏକାଡେମି

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦର ୩ ବର୍ଷର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏକାଡେମି ପକ୍ଷରୁ ସାଧାରଣ ପରିଷଦକୁ ଭାଙ୍ଗି ଦିଆଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏକାଡେମିର ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରୁ ପରିଷଦର ସମସ୍ୟମାନଙ୍କର ମତାମତ ରଖିବା ଅଧିକାରକୁ ପ୍ରତ୍ୟାହୃତ କରି ନିଆଯାଇଛି। ଆଜି ରବିବାର ସତ୍ତ୍ବେ ଏକାଡେମିର ହ୍ବାଟ୍ସ୍‌ ଆପ୍‌ ଗ୍ରୁପ୍‌କୁ ଏକାଡେମିର କର୍ମଚାରୀମାନେ ବନ୍ଦ କରି ଦେବାକୁ ନେଇ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ […]