ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୁଷୁରି ଚାଷ କରି ସ୍ବାବଲମ୍ବୀ ପ୍ରେମଶୀଳା

ଘୁ.ଉଦୟଗିରି,  (ସମୀର ପାଢ଼ୀ): ସେ ପ୍ରାୟତଃ ଗାଁ ନିକଟ ସହରକୁ ସଉଦା ପାଇଁ ଆସୁଥିଲେ। ଆଉ ବେଳେବେଳେ ହୋଟେଲରେ ଖାଉଥିଲେ। ଦିନେ ଦେଖିଲେ ହୋଟେଲର ବହୁ ଖାଦ୍ୟ ନଷ୍ଟ ହେଉଛି। ହୋଟେଲ ମାଲିକ ସକାଳୁ ପଚାସଢ଼ା ଖାଦ୍ୟକୁ ବାହାରେ ଏଣେତେଣେ ଫିଙ୍ଗୁଛନ୍ତି। ଏହା ଦେଖି ବିଚଳିତ ହୋଇଥିଲେ ଜଣେ ଆଦିବାସୀ ମହିଳା। ମନକୁ ତାଙ୍କର ଅନେକ ପ୍ରଶ୍ନ ଆସିଥିଲା। ଗୋଟିଏ ପଟେ ପଚାସଢ଼ା ଖାଦ୍ୟ ଏଣେତେଣେ ଫିଙ୍ଗିବା ଦ୍ବାରା ପରିବେଶ ଦୂଷିତ ହେଉଛି। ଅନ୍ୟପଟେ ଖାଦ୍ୟ ମଧ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଘୁବନଜାତ ଦ୍ରବ୍ୟ ଓଡ଼ିଶା ଫଳାଉଛି, ଲାଭ ପାଉଛି ଆନ୍ଧ୍ର

ପଟାଙ୍ଗି : କୋରାପୁଟ ଜିଲ୍ଲାର ଆଦିବାସୀ ଲଘୁବନଜାତ ଦ୍ରବ୍ୟର ଫାଇଦା ପାଉନାହାନ୍ତି। ଏଥିରୁ ଲାଭ ଉଠାଉଛନ୍ତି ଆନ୍ଧ୍ର ବ୍ୟବସାୟୀ। ଏମାନେ ଏହି ସବୁ ସାମଗ୍ରୀକୁ ଅତି ଶସ୍ତାରେ କିଣି ଲକ୍ଷଲକ୍ଷ ଟଙ୍କାର ମୁନାଫା ପାଉଛନ୍ତି। ଆନ୍ଧ୍ର ବ୍ୟବସାୟୀ ବେଧଡ଼କ ଓଡ଼ିଶାରେ ପଶି ଓଡ଼ିଶାର ଲଘୁ ବନଜାତ ସାମଗ୍ରୀକୁ ନିଜ ରାଜ୍ୟକୁ ନେଇ ଚାଲିଛନ୍ତି। କୋଟିଆରୁ ବିପୁଳ ପରିମାଣର ଝାଡ଼ୁ, ତେନ୍ତୁଳି ଓ ନିଦା ବାଉଁଶ ଏମାନେ ସଂଗ୍ରହ କରୁଛନ୍ତି। ଓଡ଼ିଶା ସରକାର କିଛି ମାସ ତଳେ କୋଟିଆରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା‌ରେ ଆଷାଢ଼ ଶ୍ରାବଣ…: ବଦଳିଲା ପାଗ, ନିଅଣ୍ଟିଆ ସ୍ଥିତିରେ ସୁଧାର ଆଶା

ଭୁବନେଶ୍ବର : ବର୍ଷାରେ ଆଷାଡ଼ ଶ୍ରାବଣ, ମେଘ ବରଷଇ ଘନଘନ…। ଏହି ଉକ୍ତି ଏଥର ଜୁଲାଇରେ ସତ ହୋଇଛି। ଜୁଲାଇ ୪ରୁ ଆରମ୍ଭ ହୋଇଥିଲା ଶ୍ରାବଣ। ଆଉ ଜୁଲାଇ ୫ରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣିଥରେ ସକ୍ରିୟ ହୋଇଯାଇଥିଲା। ପରିଣାମ ହେଲା- ସାରା ଜୁଲାଇ ମାସ ଅର୍ଥାତ ଧାରା ଶ୍ରାବଣ ଅନୁଭବ କଲେ। ବର୍ଷା ପାଇଲେ ରାଜ୍ୟବାସୀ। ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରବେଶ କରିଥିଲା। ଜୁନ୍‌ରେ ରାଜ୍ୟରେ ବିଶେଷ ବର୍ଷା ହେଲାନାହିଁ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନିଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ଚାଲିଛି ସୁରକ୍ଷାର ପ୍ରସ୍ତୁତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଆଜି ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜଧାନୀର ବିମାନ ବନ୍ଦରରେ ସନ୍ଧ୍ୟାରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । ଆସନ୍ତାକାଲି କଟକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଚଣ୍ଡୀ ମନ୍ଦିର, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିବେ । ଓଡ଼ିଶା ହାଇକୋର୍ଟଙ୍କ ୭୫ତମ ପ୍ରତିଷ୍ଠା ପୂର୍ତ୍ତି ପାଳନ ଅବସରରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏସସିବି ମେଡିକାଲ କଲେଜର […]

ରାଜ୍ୟ

ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ପିକଅପ ଭ୍ୟାନ, ୨୫ ଜଣ ଗୁରୁତର

ବସ୍ତା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବା ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ପରିବହନ ଆଇନ ଉଲ୍ଲଂଘନ କରାଯାଇ ମାଲବୁହା ଗାଡ଼ିରେ ଲୋକଙ୍କୁ ଅଣାଯାଉଥିବାରୁ ଏତେ ସଂଖ୍ୟାରେ ଲୋକେ ଦୁର୍ଘଟଣାର ଶିକାର ହେଲେ ବୋଲି କୁହାଯାଇଛି।ବିବରଣୀରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି | ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି | ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍, ସେପ୍ଟେମ୍ବର ୩ରେ ପୁଣିଥରେ ହେବ

ଭୁବନେଶ୍ବର : ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଜେଇ(ସିଭିଲ୍‌) ମୁ୍ଖ୍ୟ ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି)। ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ୍‌ କରାଯିବା ନେଇ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ଅଭୟ ପ୍ରଥମେ ଟ୍ୱିଟ୍ କରି ସୂଚନା ଦେଇଥିଲା। ଏହାପରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହ ସେପ୍ଟେମ୍ବର ୩ରେ ପୁଣିଥରେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କମିସନଙ୍କ ପକ୍ଷରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଦାବି: ସଂଗୃହୀତ ହେଲାଣି ୨୦ହଜାରରୁ ଅଧିକ ଦସ୍ତଖତ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଅନୁମତି ନେଇ ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସମଗ୍ର ଶ୍ରୀକ୍ଷେତ୍ରବାସୀ ନିତ୍ୟ ଦର୍ଶନରେ ଭୋଗୁଥିବା ସମସ୍ୟା ନେଇ କ୍ଷୋଭ ଝାଡ଼ିଥିବା ବେଳେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଦସ୍ତଖତ ଅଭିଯାନ ପୁରୀ ସହରର ସାହି ଗଳିକନ୍ଦିଠାରୁ ନେଇ ପଞ୍ଚାୟତରେ ମଧ୍ୟ ଚାଲୁ ରହିଛି। କେବଳ ପୁରୀବାସୀ ନୁହନ୍ତି, ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଜଗନ୍ନାଥପ୍ରେମୀ ଭକ୍ତମାନେ ଡିଜିଟାଲ ଅଭିଯାନରେ ସ୍ବାକ୍ଷର କରି ଏହି ମତକୁ ସମର୍ଥନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର ଅସୁସ୍ଥ

କଟକ : ପ୍ରଖ୍ୟାତ ସାହିତ୍ୟିକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଗତ ୩ ଦିନ ହେଲା ଅସୁସ୍ଥ ଅଛନ୍ତି। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଛି। ଘରେ ରହି ସେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମେୟର୍‌ ସୁବାସ ସିଂହ ଆଜି ରାତି ୧୦ଟା ବେଳେ ଏସ୍‌ସିବିରୁ ଡାକ୍ତରୀ ଟିମ୍‌ ନେଇ ଡ. ମହାପାତ୍ରଙ୍କ ଘରେ ପହଞ୍ଚିଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍‌ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିଆରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା: ଆନ୍ଧ୍ର ସ୍କୁଲରେ ୩ଦିନ, ଓଡ଼ିଶାରେ ୩ଦିନ

ପଟାଙ୍ଗି : ବିବାଦୀୟ କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା ଅଧିକ ଦିନ ଉପସ୍ଥାନ ରହୁଛି। ଏହା ପଛର କାରଣ ଆନ୍ଧ୍ରର ଆମ୍ମାବାଡ଼ି ଯୋଜନା। ଓଡ଼ିଶା ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନଲେ ପିଲା ଓଡ଼ିଆ […]