ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟର ପ୍ଲାଟିନମ ଜୁବୁଲି: ନ୍ୟାୟ ଓ ନିରପେକ୍ଷତାର ୭୫ ବର୍ଷ

୧୯୪୮, ଜୁଲାଇ ୨୬ ତାରିଖ। ରାଜ୍ୟର ନ୍ୟାୟିକ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖି ହୋଇଯାଇଥିଲା ଏକ ଦିନ। ଏହି ଦିନ ଓଡ଼ିଶାରେ ସ୍ଥାପନ ହୋଇଥିଲା ଏକ ସ୍ବତନ୍ତ୍ର ହାଇକୋର୍ଟ। କିନ୍ତୁ ହାଇକୋର୍ଟ ପ୍ରତିଷ୍ଠାର ଭିତ୍ତିଭୂମି ପଡିଥିଲା ଏହାର ପ୍ରାୟ ୩୨ ବର୍ଷ ପୂର୍ବରୁ। ୧୯୧୬, ମେ ୧୮ରେ ଓଡ଼ିଶା ପାଇଁ ପାଟନା ହାଇକୋର୍ଟର ସର୍କିଟ କୋର୍ଟ କଟକ ଠାରେ ଅନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଯାହାକି ଥିଲା ଦେଶର ପ୍ରଥମ ସର୍କିଟ କୋର୍ଟ। ଏହି ସର୍କିଟ କୋର୍ଟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ କଲେ

କଟକ: କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ନିକଟରେ ହୁଳୁହୁଳିରେ କମ୍ପିଉଠିଲା ପରିବେଶ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ଆଜି ମା ସୁନାବେଶରେ ଦର୍ଶନ ଦେଇଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେବଗଡ଼ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ଜଣେ ବିଜେପି କର୍ମୀଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣାକୁ ନେଇ ବିଧାୟକଙ୍କୁ ଭର୍ତ୍ସନା କରିଛି ବିଜେଡି। ବିଧାୟକ ଗୁଣ୍ଡାଗର୍ଦ୍ଦି, ପ୍ରୀୟାପ୍ରୀତି ତୋଷଣରେ ମାତିବା ସହ ବିଧାୟକ ଅନୁଦାନ ପାଣ୍ଠିର ଅପବ୍ୟବହାର କରୁଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦଳ ଦାବି କରିଛି। ADVERTISEMENT javascript:false Ads by recommended by TIPS AND TRICKS Vet Terrified When They […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଲ୍‌କୋକୁ ‘ପାଉଁଶ ଅଡ଼ୁଆ’, ସିପିପି ପ୍ଲାଣ୍ଟ୍‌କୁ ବନ୍ଦ କରିବାକୁ ସୁପାରିସ

ନାଲକୋନଗର : ଗୋଟିଏ ପଟେ କୋଇଲା ସଂକଟ ନବରତ୍ନ କମ୍ପାନି ନାଲ୍‌କୋର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ପ୍ରସଙ୍ଗରେ ଅଡ଼ୁଆରେ ପକାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ, ତେଣୁ ପାଉଁଶ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସିପିପି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ସୁପାରିସ କରିଛି। ପ୍ରଦୂଷଣ ବିଭାଗର ଚିଠି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିକା ବିଧାନସଭା କ୍ଷେତ୍ର: ବିଧାୟିକା ବିରୋଧୀ ମେଳି ଜାରି, ବିଜେଡିରୁ ଡଜନେ ଆଶାୟୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ଗତ ତିନିଟି ନିର୍ବାଚନରେ ବିଜେଡି ହ୍ୟାଟ୍ରିକ୍ ସଫଳତା ପାଇଛି। ଦଳ ଗଠନ ହେବା ପରେ ୨୦୦୦ ମସିହାରେ ବିଜେଡି ଏଠାରେ ପ୍ରଥମେ ଜିତିବା ପରେ ୨୦୦୪ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ହେଲେ ପୁଣି ୨୦୦୯, ୨୦୧୪ ଓ ୨୦୧୯ରେ ଜିତିବାରେ ସଫଳ ‌ହୋଇଛି ବିଜେଡି। ମୋଟାମୋଟି ଭାବେ କହିବାକୁ ଗଲେ, ୨୦୦୪କୁ ଛାଡ଼ିଦେଲେ ବିଜେଡି ଏଠାରେ ଏକତରଫା ବିଜୟ ଲାଭ କରି ଆସୁଛି। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ବାସନ୍ଦ, କଙ୍ଗାରୁ କୋର୍ଟ ଦ୍ବାରା ଦଣ୍ଡ ଘୋଷଣା

ପ୍ରତାପୁର : ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କଙ୍ଗାରୁ କୋର୍ଟ ଚଳାଇଥିବା ସ୍ଥାନୀୟ ନେତା, ଟାଉଟର୍‌ ଓ ତଥାକଥିତ ମୁଖିଆଙ୍କ ରୋଷର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ତାରସିଂ ଥାନା ଅଧୀନ ରାମ୍ପ ଗ୍ରାମର ପ୍ରସନ୍ନ ଜାନି। ଦଣ୍ଡବିଧାନ ସ୍ବରୂପ ମାସେରୁ ଅଧିକ କାଳ ହେଲା ତାଙ୍କ ପରିବାର ବାସନ୍ଦ ଜୀବନ କାଟୁଛନ୍ତି। ଆକ୍ରମଣରେ ତାଙ୍କ ଦୁଇ ହାତ ଭାଙ୍ଗିଯାଇଛି। ଏବେ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘରୁ ବାହାରକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ’

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂକୁ ନେଇ ବିବାଦ ଥମୁ ନାହିଁ। ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ବରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ ସମାଧାନ ପାଇଁ କୌଣସି ଠୋସ୍‌ ପଦକ୍ଷେପ ‘ଯାଗା ଖୋଜା ଚାଲିଛି, ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ’ ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପଟେ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ସମସ୍ୟା ଓ ନେତୃତ୍ବ ବଦଳାଇପାରେ ଭବିଷ୍ୟତ

ଝାରସୁଗୁଡ଼ା : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ସମସ୍ୟାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ତେବେ, ଲୋକଙ୍କୁ ଆଶ୍ବାସନା ଦେବାକୁ ଏଠି ନେତା ନାହାନ୍ତି। ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ଅଳକା ମହାନ୍ତି ଦିବଙ୍ଗତ ସ୍ବାମୀ କିଶୋର ମହାନ୍ତିଙ୍କ ସଂଗଠନ ଭରସାରେ ରହିଥିବା ବେଳେ ବିଜେପି ଓ କଂଗ୍ରେସର ନେତୃତ୍ବ ନେବାକୁ ଏଠାରେ କେହି ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ସମାଧାନ ହୋଇପାରୁ ନଥିବା ସମସ୍ୟା ଓ ନେତୃତ୍ବ ସଙ୍କଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଇଟିଆଇରେ ପିଲା ହେଉନାହାନ୍ତି, ପ୍ରଥମ ପର୍ଯ୍ୟାୟ ପରେ ୮୦.୬୮% ସିଟ୍‌ ଖାଲି

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଫୋକସ୍‌ରେ ଦକ୍ଷତା ବିକାଶ ପାଠ୍ୟକ୍ରମ। ଆଇଟିଆଇ, ଡିପ୍ଲୋମାରେ ଶିକ୍ଷା ଗ୍ରହଣ କରି ଅଳ୍ପ ସମୟ ମଧ୍ୟରେ ପିଲାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଦିଗରେ ପଦକ୍ଷେପ ନିଆଯାଉଛି। ଛାତ୍ରଙ୍କ ପରେ ଛାତ୍ରୀଙ୍କୁ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମକୁ ଆକୃଷ୍ଟ କରିବା ପାଇଁ ‘ସୁଦକ୍ଷା’ ଯୋଜନା କାର୍ଯ୍ୟକାରୀ ହେଉଛି। ତା’ସତ୍ତ୍ବେ ବି ପିଲାମାନଙ୍କର ଆଗ୍ରହ ଦେଖିବାକୁ ମିଳୁନି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ପରେ ମଧ୍ୟ ୮୦.୬୮% ସିଟ୍‌ ଖାଲି ପଡ଼ିଛି। କେଉଁଠି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତ୍ରପୁର ନିର୍ବାଚନମଣ୍ଡଳୀ: ଦୁଇ ଏନ୍‌ଏସି ବିଜେପି କବ୍‌ଜାରେ, ବିଜେଡି ପାଇଁ ଅଗ୍ନିପରୀକ୍ଷା ବେଳ

ବ୍ରହ୍ମପୁର : ଦିନ ଥିଲା, ଛତ୍ରପୁର ନିର୍ବାଚନମଣ୍ଡଳୀ ସିପିଆଇର ଗଡ଼ ଭାବେ ପରଚିତ ଥିଲା। କିନ୍ତୁ ଗତ ୨୦୧୪ରୁ ଛତ୍ରପୁର ଆସନରୁ ବିଜେଡି ବାନା ଉଡ଼ୁଛି। କିନ୍ତୁ ଗଲା ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଠାରୁ ତୀବ୍ର ଅନ୍ତଃକନ୍ଦଳ ଯୋଗୁଁ ଶାସକ ଦଳ ସଂଗଠନ ଭଲ ଅବସ୍ଥାରେ ନାହିଁ। ଛତ୍ରପୁର ବିଧାୟକଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ସେପଟେ ଗତ ପୌର ନିର୍ବାଚନ‌ରେ ଅଧ୍ୟକ୍ଷ ପଦ ଲାଗି ହୋଇଥିବା ପ୍ରତ୍ୟକ୍ଷ ଭୋଟ୍‌ରେ […]