ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି, ସତର୍କ କଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନକଲି ଦସ୍ତଖିତ ସମ୍ବଳିତ ଏକ ସ୍ଥାୟୀ ନିଯୁକ୍ତି ଚିଠି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏଥିରେ ଓଡ଼ିଶା ମେଡିକାଲ ସେବା କମିସନ(ଓଏମ୍ଏସ୍ସି) ପକ୍ଷରୁ ବିଭାଗରେ ଗ୍ରୁପ୍ ସି ଓ ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିବା କୁହାଯାଇଛି। ମାତ୍ର ଏହା ନକଲି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ନକଲି ଚିଠିରେ ୫ଜଣଙ୍କ ନାଁ ଉଲ୍ଲେଖ ରହିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲର ୪ଜଣ […]









