ରାଇପାହାଡ଼ ସୀମା ବିବାଦ ପ୍ରସଙ୍ଗ: ସମାଧାନ ଚାହୁନି ଆନ୍ଧ୍ର
କୋରାପୁଟ : ରାଇପାହାଡ଼ରେ ଅନୁପ୍ରବେଶ କରି ବିବାଦକୁ ବଢ଼ାଇବା ପରେ ସମାଧାନ ଚାହୁନି ଆନ୍ଧ୍ର। ବରଂ ପେଞ୍ଚ ପୂରାଇ ଓ ତାରିଖ ଗଡ଼ାଇ ବିବାଦକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟାଣି ନେବାକୁ ଚେଷ୍ଟା କରୁଛି। ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନର କୌଣସି କଥାକୁ ମଧ୍ୟ ଆଦୌ ଗୁରୁତ୍ବ ଦେଉନି। ନିଜ ମର୍ଜିରେ ସବୁ କିଛି ନିର୍ଦ୍ଧାରିତ କରୁଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଟୁଆ ବନ ବିଭାଗ ଡାକବଙ୍ଗଳାରେ ଆଜି ହୋଇଥିବା ଦ୍ବିତୀୟ ସମାଧାନ ବୈଠକରୁ ଏମିତି […]









