ଅପରାଧ ରାଜ୍ୟ

ଓଏସ୍‌ଏସ୍‌ସି ମାମଲା: ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍

ବାଲେଶ୍ବର : ପୂରା ଯୋଜନାବଦ୍ଧ ଭାବେ ଚାଲିଥିଲା ପ୍ରଶ୍ନପତ୍ର ଦଲାଲି ରାକେଟ୍‌। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲେଶ୍ବର ପୁଲିସ ଆଜି ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୫ଜଣ ଓଡ଼ିଶାର ଓ ଅନ୍ୟ ୩ଜଣ ବିହାର ଓ ପଶ୍ଚିମବଙ୍ଗର। ସବୁଠାରୁ ବଡ଼ କଥା ହେଲା, ଏହି ଘଟଣାରେ ସଂପୃକ୍ତ ଓଡ଼ିଶାର ୫ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ସରକାରୀ କର୍ମଚାରୀ। […]

ରାଜ୍ୟ

ମଣିପୁର ପିଲାଙ୍କ ତଥ୍ୟ ମାଗିଥିଲେ ସରକାର, ଦେଢ଼ ମାସ ପରେ ନିଦ ଭାଙ୍ଗିଲା

ଭୁବନେଶ୍ବର : ମଣିପୁର ଜାତିଆଣ ହିଂସା ପ୍ରସଙ୍ଗକୁ ନେଇ ଅଢ଼େଇ ମାସ ହେଲା ସାରା ଦେଶ ଉଠୁଛି ପଡ଼ୁଛି। ସଂସଦରେ ହଟ୍ଟଗୋଳ ଲାଗି ରହିଥିବାବେଳେ ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଓଡ଼ିଶାରେ ପଢ଼ିବାକୁ ଇଚ୍ଛୁକ ଥିବା ପିଲାଙ୍କ ନିମନ୍ତେ ନାମଲେଖା ତାରିଖକୁ କୋହଳ କରିବାକୁ ମଣିପୁର ରାଜ୍ୟପାଳ ଓ ମୁଖ୍ୟସଚିବ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦେଢ଼ ମାସ ତଳେ ମଣିପୁର ରାଜ୍ୟପାଳ ହସ୍ତକ୍ଷେପ ଲୋଡ଼ିଥିବା ବେଳେ ଏବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ଛାଟ: କୁକୁର ବନ୍ଧ୍ୟାକରଣ ବନ୍ଦ; ପ୍ରଜନନ ଋତୁରେ କୁକୁର ହାଉଯାଉ

ଭୁବନେଶ୍ବର : ଭୁବନେଶ୍ବରର ରାସ୍ତାଘାଟରେ ଏବେ ବୁଲା କୁକୁରଙ୍କର ରାଜ୍‌ ଚାଲିଛି। ସହରରେ ଏମିତି ଅସଂଖ୍ୟ ଗଳି ଓ ଛକ ରହିଛି, ଯେଉଁବାଟେ ଯିବା ଆସିବା କଷ୍ଟକର ହୋଇ ପଡ଼ିଛି। ଏହି ସମସ୍ୟା ଆଗକୁ ସଙ୍ଗିନ ହେବାକୁ ଯାଉଛି। କାରଣ ଭୁବନେଶ୍ବରରେ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଛି। କାରଣ ରାଜ୍ୟରେ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କାର୍ଯ୍ୟକ୍ରମରେ ବାଜିଛି ହାଇକୋର୍ଟଙ୍କ ଛାଟ। ଆସନ୍ତା ଶୁଣାଣି (ଅଗଷ୍ଟ ୩୧) ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ବର : ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍ନ ୫ଟା ୧୫ରେ ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି। ଅପରାହ୍ନ ୪ଟା ୪୭ରେ ରାଷ୍ଟ୍ରପତି ରାଜଭବନରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଆସିଥିଲେ। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‌ବିଏମ୍‌ସି ମେୟର ସୁଲୋଚନା ଦାସ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ଡିଜି ସୁନିଲ ବଂଶଲ ତା‌ଙ୍କୁ ସୌଜନ୍ୟମୂଳକ ବିଦା‌ୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ପିଲାଙ୍କୁ ସାପ ବିପଦ: ପରିତ୍ୟକ୍ତ ଇଟା, ପଥର ହଟାଅ

ଭୁବନେଶ୍ବର : ସାପ କାମୁଡ଼ାରେ କେନ୍ଦୁଝର ଜିଲ୍ଲାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ଗଣଶିକ୍ଷା ବିଭାଗ ମଧ୍ୟ ସଜାଗ ହୋଇପଡ଼ିଛି।  ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୃଣମୂଳସ୍ତରର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିକ୍ରି ହୋଇ ପାରିନି ୭୦ ହଜାର କ୍ବିଣ୍ଟାଲ ଧାନ ବିହନ

ଭୁବନେଶ୍ବର : ଚାଷୀଙ୍କ ଆବଶ୍ୟକତା ଅନୁସାରେ ବିହନ ଉତ୍ପାଦିତ ହୋଇନଥିଲା। ଯେତିକି ଉତ୍ପାଦନ ହୋାଇଥିଲା, ସେଥିରୁ ବିକ୍ରି ନ ହୋଇ ରହିଗଲା ୭୦ ହଜାର କ୍ବିଣ୍ଟାଲ ଧାନ ବିହନ। ଏଥିଯୋଗୁଁ ବିହନ ନିଗମ ପ୍ରାୟ ୧୪ କୋଟି ଟଙ୍କା ହରାଇବା ନେଇ ଆକଳନ କରାଯାଉଛି। ଓଟିପି ସମସ୍ୟା ସହିତ ସରକାରୀ ବିହନ ପ୍ରତି ଚାଷୀଙ୍କ ଅନାଗ୍ରହ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବିହନ ବିଶେଷଜ୍ଞମାନେ ମତ ଦେଉଛନ୍ତି। ADVERTISEMENT ସୂଚନା ଅନୁସାରେ, ଓଡ଼ିଶାକୁ ୧୪ ଲକ୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୁଲାଇ ୨୯ରେ ମହରମ୍ ଛୁଟି

ଭୁବନେଶ୍ବର : ଜୁଲାଇ ୨୯ରେ (ଶନିବାର) ମହରମ୍ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର) ଦିନଟିକୁ ମହରମ୍ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୮ ତାରିଖ ପରିବର୍ତ୍ତେ ଜୁଲାଇ ୨୯ତାରିଖକୁ ଛୁଟି ଘୋଷଣା କରାଯାଇଛି। ଏହି ଘେ‌ାଷଣା ଅନୁଯାୟୀ, ଜୁଲାଇ ୨୯ରେ ରାଜ୍ୟ ସରକାରଙ୍କ ସମସ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାକୁ ବୁଡ଼ାଇବ ଗୋଦାବରୀ ବନ୍ୟାଜଳ, ଭଦ୍ରାଞ୍ଚଲମ୍ ନିକଟରେ ୫୦ଫୁଟ୍‌ ପାଣି

କାଲିମେଳା : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ ହେଉଥିଲା ବେଳେ ବଡ଼ ବିପଦର ସଂକେତ ଦେଉଛି ଗୋଦାବରୀ ବନ୍ୟାଜଳ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଦ୍ରୁତଗତିରେ ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଲିମେଳା ବ୍ଲକ୍‌ ମୋଟୁ ଅଞ୍ଚଳରେ ସିଲେରୁ ଓ ସାବେରୀ ନଦୀରୁ ଜଳ ନିଷ୍କାସନ ନହୋଇ ଏବେ ଟଳମଳ ହେଉଛି। କିଛି ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା କରାଯାଉଛି। କାଲିମେଳା ଠାରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଏଭଳି ସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ୬୦% ଶିକ୍ଷକ

ଭୁବନେଶ୍ବର : ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସଂଖ୍ୟା ବଢ଼ୁଛି। ଗୋଟିଏ ଗୋଟିଏ ଜିଲ୍ଲାରେ ଏକାଧିକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ମାତ୍ର ସୁଦୃଢ଼ ହୋଇପାରୁନି ଭିତ୍ତିଭୂମି। କେଉଁଠି ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ତ ଆଉ କେଉଁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକରେ ପରିଚାଳିତ ହେଉଛି ବିଦ୍ୟାଳୟ। କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଠିକା ଶିକ୍ଷକରେ ପାଠପଢ଼ା ଚାଲିଛି। ସ୍ଥିତି ଏମିତି ଯେ ୯ମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷକ ପଢ଼ାଉଛନ୍ତି, ଦଶମ ଶ୍ରେଣୀ ବେଳକୁ ଆଉ ଜଣେ ନୂଆ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସବୁ କଲେଜ କ୍ୟାମ୍ପସ୍‌ରେ ହେବ ପାଚେରି

ଭୁବନେଶ୍ବର : ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସରେ ପାଚେରି ବାଧ୍ୟତାମୂଳକ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗତ ୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମୟରେ ଯେଉଁ ଅଞ୍ଚଳରେ ସରକାରୀ, ବେସରକାରୀ ଓ ଘରୋଇ କଲେଜ ନାହିଁ ସେଠାରେ କିଭଳି ଘରୋଇ କିମ୍ବା ସରକାରୀ ଡିଗ୍ରି କଲେଜ ଖୋଲିପାରିବ ସେଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ସହ […]