ଡେଙ୍ଗୁରେ ନାବାଳିକା ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ହୋଇଥିବା ଡେଙ୍ଗୁ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସଂପୃକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚି ନାବାଳିକାର ଚିକିତ୍ସା ସଂପର୍କିତ କାଗଜପତ୍ର ଯାଞ୍ଚ କରିଛନ୍ତି। ଚଳିତବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଘୋଷଣା ହୋଇନାହିଁ। ଜାଗମରାସ୍ଥିତ ଉପରସାହିର ଜଣେ ୬ବର୍ଷର ନାବାଳିକାଙ୍କ ଗତ ୨୨ ତାରିଖରେ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ କିଛିଦିନ ହେବ […]









