ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ୟୁଏଇ’ରେ ଲଟେରି ଜିଣିଲେ ଉତ୍ତର ପ୍ରଦେଶ ବ୍ୟକ୍ତି: ୨୫ ବର୍ଷ ଯାଏଁ ପାଇବେ ମାସିକ ୫.୫ ଲକ୍ଷ ଟଙ୍କା

ଦୁବାଇ: ‘ସଂଯୁକ୍ତ ଆରବ ଏମିରେଟ୍‌ସ୍‌’ରେ ଏକ ନୂଆ ‘ମେଗା ଲଟେରି’ ଜିଣିଥିବା ଜଣେ ଭାରତୀୟ ସ୍ଥପତି (ଆର୍କିଟେକ୍ଟ୍‌) ୨୫ ବର୍ଷ ଯାଏଁ ମାସିକ ୫.୫ ଲକ୍ଷ ଟଙ୍କା ପାଇବେ ‘ଗଲ୍‌ଫ୍‌ ନିଉଜ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗୁରୁବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଫାଷ୍ଟ୍‌ ଭାଇଭ୍‌ ଡ୍ର’ ରେ ଉତ୍ତର ପ୍ରଦେଶର ମହମ୍ମଦ ଆଦିଲ ଖାଁଙ୍କୁ ‘ମେଗା ପ୍ରାଇଜ୍‌ ୱିନର୍‌’ ଭାବେ ଘୋଷଣା କରାଯାଇଛି। ଦୁବାଇସ୍ଥିତ ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନିରେ ମହମ୍ମଦ ଆଦିଲ୍‌ ଖାଁ […]

ଅପରାଧ ରାଜ୍ୟ

ଜମିଜମା ବିବାଦରୁ ଭାଇକୁ ଶାବଳରେ ପିଟି ହତ୍ୟା

ଦିଗପହଣ୍ଡି: ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହତ୍ୟା କଲା ଭାଇ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ବଡ଼ବାପା ପୁଅ ଭାଇ ମାଡ଼ରେ ଦାଦାପୁଅ ଭାଇର ମୃତ୍ୟୁ। ମୃତକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଗଣ୍ଡଗୋଳ ହୋଇଥିଲା। ପରେ ବଡ଼ବାପା ପୁଅ ଭାଇ କୁଲୁ ପ୍ରଧାନକୁ ଶାବଳରେ ଆକ୍ରମଣ କରିଥିଲା। ଏହାଫଳରେ କୁଲୁର ମୁଣ୍ଡ ପଛ […]

ଦେଶ ବିଦେଶ ରାଜନୀତି

ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା: ପୁଣି ଜେ ପି ନଡ୍ଡାଙ୍କ ନୂଆ ଟିମରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ପୁଣି ସ୍ଥାନ ପାଇଲେ ବୈଜୟନ୍ତ। ସେ ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ ହୋଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ୩୮ଜଣିଆ ଟିମରେ ଥିବା ନେତାଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। […]

ରାଜ୍ୟ

ରାଜଧାନୀରେ ଚାହିଦାନୁସାରେ ବଢ଼ୁନି ଇ-ରାଇଡ୍‌ ସେବା

ଭୁବନେଶ୍ୱର: ରାଜଧାନୀରେ ପରିବେଶ ଅନୁକୂଳ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଇ-ରାଇଡ୍‌ ବା ଇ-ଅଟୋ ବ୍ୟବସ୍ଥା ଚାଲିଛି। ମୋ’ ବସ୍ ଯାତାୟାତ କରୁନଥିବା ଗଳିକନ୍ଦିରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଇ-ରାଇଡ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ମାତ୍ର ଏବେ ବି ବହୁ ଗଳିକନ୍ଦିରେ ଏହି ସେବା ପହଞ୍ଚିପାରିନାହିଁ। ଲୋକଙ୍କ ଚାହିଦା ବଢ଼ୁଥିଲେ ବି ପ୍ରଶାସନ ଇ-ରାଇଡ୍‌ ସେବା ବଢ଼ାଇପାରୁନାହିଁ। ତେବେ ଏହି ସେବାକୁ କିନ୍ନର ସାରଥୀମାନେ ଛାଡ଼ି ଦେଇଥିବା ବେଳେ ମହିଳା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଏମ୍‌ସି ମାସିକ ବୈଠକ: ଡେଙ୍ଗୁ ପାଇଁ ଉଠିଲା ପଡ଼ିଲା

ଭୁବନେଶ୍ବର: ଯେତେ ଯାହା କଲେ ବି ଡେଙ୍ଗୁ ବୋଲ ମାନୁନି। ଜଣେ ଶିଶୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ସମର୍ପିତ ଦଳ କାମ କରୁଥିବା ବେଳେ ବିଏମ୍‌ସି ବି ସଚେତନତା ଠାରୁ ଆରମ୍ଭ କରି ମଶା ଉତ୍ସ ନଷ୍ଟ ଭଳି ଯାବତୀୟ କାର୍ଯ୍ୟକ୍ରମ ଜାରି ରଖିଛି। କିନ୍ତୁ ଡେଙ୍ଗୁର ଚିନ୍ତାଜନକ ସ୍ଥିତିକୁ ନେଇ ଆଜି ବିଏମ୍‌ସିରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି : ମଧ୍ୟାହ୍ନ ଭୋଜନରେ ପରଶା ହେବ ଓଡ଼ିଆ ଖାଦ୍ୟ

ଭୁବନେଶ୍ବର: ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ। ବ୍ରହ୍ମକୁମାରୀ ସଦସ୍ୟଙ୍କ ହାତରନ୍ଧା ଖାଦ୍ୟ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଖାଦ୍ୟ । ଭାତ, ଡାଲି, ପାମ୍ପଡ଼, ସଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ସଂପୂର୍ଣ୍ଣ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ଛେନାପୋଡ଼ ଏବଂ କ୍ଷୀରି ମଧ୍ୟ ତାଙ୍କ ଖାଇବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶିଷ୍ଟ ବାନ୍ଧଶିଳ୍ପୀ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତ ସମୟରେ ଗତକାଲି କେତେକ ଶାଢ଼ି କିଣିଛନ୍ତି। ରାଜଧାନୀର ମେହେର୍ସ ଶାଢ଼ି ସୋ ରୁମର ମ୍ୟାନେଜର କିଶୋର ମେହେର କାରିଗର ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି ନେଇ ଗତକାଲି ରାତିରେ ରାଜଭବନ ଯାଇଥିଲେ। ସେ କୋଟପାଡ଼, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଓ ପଟ୍ଟଚିତ୍ର ଆଦି ବିଭିନ୍ନ ପ୍ରକାରର ୩୫ ଖଣ୍ଡ ଶାଢ଼ି ନେଇ ଯାଇଥିଲେ। ରାଷ୍ଟ୍ରପତି ସେଥିମଧ୍ୟରୁ ନିଜ ମନପସନ୍ଦର ୬ ଖଣ୍ଡ ଶାଢ଼ି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତମାଣ୍ଡୋରେ ‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’ ଶିଳାନ୍ୟାସ କଲେ ରାଷ୍ଟ୍ରପତି: ‘ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳେ ମାନସିକ ଶାନ୍ତି’

ଭୁବନେଶ୍ବର : ମାନବ ସମାଜ ପାଇଁ ଉଭୟ ବସ୍ତୁବାଦ ଓ ଆଧ୍ୟାତ୍ମବାଦର ବିକାଶ ଜରୁରି। ବୈଷୟିକ ଜ୍ଞାନକୌଶଳର ବିକାଶ ମଣିଷର ଆବଶ୍ୟକତା, ଅଭାବ ପୂରଣ କରିଥାଏ। ଏହାର ବିକାଶ ଅନିବାର୍ଯ୍ୟ। ଏହାକୁ ଏଡ଼ାଇଦେଇ ହେବନାହିଁ। ବସ୍ତୁବାଦୀ ଚିନ୍ତାଧାରା ମଣିଷର ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ନିହାତି ଆବଶ୍ୟକ। କିନ୍ତୁ ପ୍ରକୃତ ଶାନ୍ତି ଥାଏ ଆଧ୍ୟାତ୍ମିକ ମାର୍ଗରେ। ମାନସିକ ଶାନ୍ତି ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳିଥାଏ। ଆତ୍ମଚିନ୍ତନ ବଳରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରତିହତ କରାଯାଇପାରେ। ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଦଶବାଟିଆଠାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବାଦ ବ୍ୟାଙ୍କିଙ୍ଗ୍‌ ଆଣ୍ଡ୍‌ ଫାଇନାନ୍ସ ସେମିନାର: ବ୍ୟାଙ୍କ ସେବାକୁ ସହଜ କରିଛି ପ୍ରଯୁକ୍ତି

ଭୁବନେଶ୍ବର : ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରେ ପୂର୍ବରୁ ସବୁ ପ୍ରକାର କାର୍ଯ୍ୟ କାଗଜ କଲମରେ ହେଉଥିଲା। ଆୟବ୍ୟୟ ହିସାବଫର୍ଦ୍ଦ ମିଳେଇବା ଠାରୁ ଆରମ୍ଭ କରି ସୁଧ ହିସାବକୁ ଅଧିକାରୀମାନେ ହାତରେ କରୁଥିଲେ। ଏହା ସମୟସାକ୍ଷେପ ଥିଲା। କିନ୍ତୁ ଏବେ ପ୍ରାୟ ସବୁ କାର୍ଯ୍ୟ କମ୍ପ୍ୟୁଟରରେ ହେଉଛି। ପ୍ରଯୁକ୍ତି ଆସିବା ପରେ ଗ୍ରାହକମାନେ ୨୪ ଘଣ୍ଟା ବ୍ୟାଙ୍କିଂ ସେବା ପାଇ ପାରୁଛନ୍ତି। ଏପରିକି ଲୋକଙ୍କୁ ଆଉ ବ୍ୟାଙ୍କକୁ ଯିବାପାଇଁ ପଡ଼ୁନାହିଁ। ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଘରୋଇ କଳହରୁ ପ୍ରାଣାନ୍ତକ ଆକ୍ରମଣ: ମହିଳାଙ୍କ ୩ ମାସର ଗର୍ଭ ନଷ୍ଟ ଅଭିଯୋଗରେ ଦୁଇ ମହିଳା ଅଟକ

ଚନ୍ଦ୍ରଶେଖରପୁର: ପାରିବାରିକ ଝଗଡ଼ାକୁ କେନ୍ଦ୍ରକରି ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିର ଜଣେ ମହିଳାଙ୍କୁ ତାଙ୍କ ପରିବାରଲୋକ ପ୍ରାଣାନ୍ତକ ଆକ୍ରମଣକରିବାରୁ ଗର୍ଭବତୀ ମହିଳା ଜଣଙ୍କ ୩ ମାସର ଗର୍ଭ ନଷ୍ଟହୋଇଛି। ଏନେଇ ବସ୍ତି ମୁରବିମାନଙ୍କ ନିକଟରେ ଅଭିଯୋଗକରି ସୁଫଳ ନପାଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗର୍ଭନଷ୍ଟ ହୋଇଥିବା ମହିଳା ପୂଜା ନାୟକ (୨୭)। ପୁଲିସ ଘଟଣାର ତଦନ୍ତକରି ଆଜି ସନ୍ଧ୍ୟାରେ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କୁ ବସ୍ତିରୁ କାବୁକରି ଥାନାରେ ଅଟକରଖି ଘଟଣା ବିଷୟରେ ପଚରାଉଚରା କରୁଥିବା ଜଣାପଡ଼ିଛି। […]