ରାଜ୍ୟ

ସମସ୍ତ ଆର୍‌ଟିଓଙ୍କୁ ଚିଠି ଲେଖି‌ଲେ ପରିବହନ କମିସନର: ବସ୍ ଭିତରକୁ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ ଦଣ୍ଡ

କଟକ : ଜଣେ ସଚେତନ ନାଗରିକଙ୍କ ପିଟିସନ୍ ବା ଅଭିଯୋଗ ଆଜି ସମଗ୍ର ରାଜ୍ୟରେ ମହିଳା ଯାତ୍ରୀମାନଙ୍କ ସମ୍ମାନ କ୍ଷେତ୍ର‌ରେ ଏକ ବଡ ସଂସ୍କାର ଆଣିଛି। ପିଟିସନକୁ ଆଧାର କରି ମହିଳା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଫଳରେ ପୂର୍ବରୁ ମହିଳାଯାତ୍ରୀଙ୍କୁ ପ୍ରଥମେ ବସ୍ ଭିତରକୁ ନ ଯିବା ପାଇଁ ‌ଯେଉଁ ଅନ୍ଧ ବିଶ୍ବାସ ବା ଭ୍ରାନ୍ତଧାରଣା ଥିଲା ‌ସେଥିରେ ସଂସ୍କାର ଆସିଛି। ଏଣିକି ରାଜ୍ୟରେ ପ୍ରତିଟି ଯାତ୍ରୀ […]

ଦେଶ ବିଦେଶ

ଡିନାମାଇଟ୍‌ ଲଗାଇ ଘଡ଼ିଆଳ ହତ୍ୟା!

ଅନୁଗୁଳ : ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର ଏକ ମାଈ କୁମ୍ଭୀରକୁ ସାତକୋଶିଆ ମହାନଦୀ ଗଣ୍ଡରେ ହତ୍ୟା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ମଝିପଡ଼ା ନାଳରେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଡିନାମାଇଟ୍‌ ବିସ୍ଫୋରଣରୁ ଘଡ଼ିଆଳଟି ମରିଥିବା ଆଶଙ୍କା କରାଯାଉଛି। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ଗତ ବର୍ଷ ଛୁଆ ଫୁଟେଇଥିବା କୁହାଯାଉଛି। ତେବେ ଏ ନେଇ ବନବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନର ଭୀଷଣ ରୂପ ‘ଗ୍ଲୋବାଲ ବଏଲିଂ’: ଜୀବାଶ୍ମ ଇନ୍ଧନ ବଢ଼ାଉଛି ଗ୍ରୀଷ୍ମଲହରି ପ୍ରକୋପ

ପ୍ୟାରିସ୍‌: ବିଶ୍ବରେ ପାରଦ ଉପରକୁ ଚଢ଼ିବାରେ ଲାଗିଛି। ପ୍ରତିଦିନ ଏବଂ ପ୍ରତିମାସରେ ବିଶ୍ବ ତାପମାତ୍ରା ନୂଆ ନୂଆ ରେକର୍ଡ କରୁଛି। ବିଶ୍ବ ତାପନ ବା ଗ୍ଲୋବାଲ ୱାର୍ମିଂର ଯୁଗ ଚାଲିଯାଇଛି। ଏବେ ଗ୍ଲୋବାଲ ବଏଲିଂର ଯୁଗ ଆସିଯାଇଛି। ଜୁଲାଇ ମାସ ବିଶ୍ବରେ ସବୁଠୁ ଉତ୍ତପ୍ତ ମାସ ହେବା ନେଇ ବୈଜ୍ଞାନିକମାନେ ଆକଳନ କରିବା ପରେ ବିଶ୍ବବ୍ୟାପୀ ପରିବେଶପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୁଲାଇ ମାସର ତାପମାତ୍ରା ଏତେ ଅଧିକ ରହୁଛି ଯେ ମାସ ଶେଷ ନହେବା ପୂର୍ବରୁ […]

ରାଜ୍ୟ

ଟିଭି, ଫ୍ରିଜ୍‌ ପ‌ରେ କମ୍ପ୍ୟୁଟର, ପ୍ରିଣ୍ଟର କିଣାରେ ଦୁର୍ନୀତି: ନାମୀ କମ୍ପାନିର ମନିଟର; ଭିତର ସାମଗ୍ରୀ ଚାଲୁ!

କଟକ : ସରକାରୀ ଅଫିସ୍‌ ଆସବାବପତ୍ର କିଣା ପାଇଁ ବ୍ୟବହୃତ ଜିଇଏମ୍‌ ପୋର୍ଟାଲକୁ ଆଳ କରି କିଛି ଅଧିକାରୀ ଆଖିବୁଜା ଦୁର୍ନୀତି କରୁଛନ୍ତି। ସମାନ ଦ୍ରବ୍ୟକୁ ବଜାର ଦରଠାରୁ ଦୁଇ/ତିନି ଗୁଣା ଦରରେ କିଣିବାକୁ ଅନୁମତି ଦେଉଛନ୍ତି। ସମସ୍ତ ସରକାରୀ କାର୍ଯ୍ୟ‌ାଳୟରେ ଏବେ ଏ ପ୍ରକାର ଜାଲିଆତି ସାମ୍ନାକୁ ଆସିଛି। କଟକ ଜିଲ୍ଲା ସିଡିଏମଓ ଅଫିସରେ ଆସବାବପତ୍ର, ଟିଭି, ଫ୍ରିଜ୍ ପରେ ଏବେ କମ୍ପ୍ୟୁଟର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପାଇଁ କିଣାଯାଇଥିବା […]

ଅପରାଧ ରାଜ୍ୟ

ବିଜେଡି ସମର୍ଥକଙ୍କ ଆକ୍ରମଣରେ ୨ସାମ୍ବାଦିକ ଆହତ

ଯାଜପୁର : ଶୁକ୍ରବାର ରାତିରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଥାନା ନିକଟ ପୋଷ୍ଟ ଅଫିସ ଛକରେ ବିଜେଡି ସମର୍ଥକଙ୍କ ଅତର୍କିତ ଆକ୍ରମଣରେ ୨ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇ ସାମ୍ବାଦିକ ହେଲେ ‘ସମ୍ବାଦର ବ୍ଲକ୍ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଦୈନିକ ଭାସ୍କରର ପ୍ରତିନିଧି ଜ୍ୟୋତିପ୍ରକାଶ ମିଶ୍ର। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଶ୍ରୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା […]

ଦେଶ ବିଦେଶ

ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲ୍ଲାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା: ୬ ମୃତ, ୨୫ ଆହତ

ବୁଲ୍‌ଢ଼ାଣା: ଗତରାତିରେ ମହାରାଷ୍ଟ୍ରର ବୁଲ୍‌ଢାଣା ଜିଲ୍ଲା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସୌଖୀନ ପର୍ଯ୍ୟଟକ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୨ଜଣ ମହିଳାଙ୍କ ସମେତ ପ୍ରାୟ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ମଲ୍‌କାପୁର ସହରର ଫ୍ଲାଏଓଭର୍‌ ଉପରେ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଥିବା କଥା ଜଣେ ପୁଲିସ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛି। ସେ କହିଛନ୍ତି, ଅମରନାଥ […]

ଅପରାଧ ରାଜ୍ୟ

ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗ: ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼ : ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାଇକମାଳ ବିଏଲ୍‌ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିସନ ଶକ୍ତି ଭବନରେ ଗତ ୨୧ରେ ଏସ୍ଏ‌ଚ୍‌ଜି ସଦସ୍ୟାଙ୍କୁ ପାଇକମାଳ ବିଏଲ୍‌ସି ରୋହିଣୀ ତାଲିମ ଦେଉଥିଲେ। ଏତିକି ବେଳେ ବିଡିଓ, ବ୍ଲକ୍ […]

ରାଜ୍ୟ

ଓଲିଉଡ୍‌ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌! ଅଦାଲତଙ୍କ ନିର୍ଦ୍ଦେଶ ପରେ ଥାନାରେ ମାମଲା

ଭୁବନେଶ୍ବର : ଓଲିଉଡ୍‌ରେ ପୁଣି ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌। ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଧମକ ସହ ମାନସିକ ନିର୍ଯାତନା। ଜଣେ ଯୁବ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଛି। ଅଭିଯୋଗ ନେଇ ଅଭିନେତ୍ରୀ ଶୀତଲ ପାତ୍ର ଅଦାଲତକୁ ଯିବାପରେ ଘଟଣା ପଦାକୁ ଆସିଛି। ଅଦାଲତଙ୍କ ନିର୍ଦେଶ କ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍‌ ନଂ-୨୯୮ରେ ଆଇପିସି ଦଫା ୨୬୮,୨୯୪, ୩୪୯, ୩୫୦, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସ୍ବୀକାର କଲେ ବାଇଡେନ୍‌: ବୋହୂ ନୁହେଁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହୋଇଛି ତାଙ୍କ ୪ ବର୍ଷୀୟ ନାତୁଣୀ

ୱାସିଂଟନ୍‌: ପୁଅ ହଣ୍ଟର୍‌ର ୪ ବର୍ଷୀୟ ଝିଅ (ବାଇଡେନ୍‌ଙ୍କ ନାତୁଣୀ) ତାଙ୍କର ବୋହୂ ନୁହେଁ ଲ‌ୁଡେନ୍‌ ରବର୍ଟସ୍‌ ନାମ୍ନୀ ଆର୍କାନ୍‌ସାସ୍‌ର ଜଣେ ମହିଳାଙ୍କ ଗର୍ଭରୁ ୨୦୧୮ରେ ଜନ୍ମ ହୋଇଥିଲା ବୋଲି ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଥମ କରି ପ୍ରକାଶ୍ୟରେ ଘୋଷଣା କରିଛନ୍ତି। ଜାରି କରିଥିବା ବିବୃତିରେ ବାଇଡେନ୍‌ କହିଛନ୍ତି, ଏକତ୍ର କାମ କରୁଥିବା ବେଳେ ଆମ ପୁଅ ହଣ୍ଟର୍‌ ଏବଂ ନେଭିର (ନାତୁଣୀ) ମାଆ ଲୁଣ୍ଡେନ୍‌ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା। ଏହି […]

ରାଜ୍ୟ

ନାଁ ଅଛି, ଗାଁ ନାହିଁ: ପଟିଆ ରାଜାଙ୍କ ସମରଗଡ଼ ଏବେ ସମେଇଗାଡ଼ିଆ

ଗଙ୍ଗୁଆ ନାଳ ତଥା କୁଆଖାଇ ନଦୀ କଡ଼ରେ କାହିଁ କେଉଁ କାଳରୁ ଗଢ଼ି ଉଠିଥିବା ‘ସମେଇଗାଡ଼ିଆ’ଗାଁ ଇତିହାସରେ ସ୍ଥାନ ପାଇପାରିନି। ଐତିହାସିକମାନେ ବି ଏ ଗାଁର ଉତ୍ପତ୍ତିର ସମୟ ସଂପର୍କରେ ବେଶି କିଛି କହିପାରନ୍ତିନି। କିନ୍ତୁ ନିଜ ଜେଜେ, ଅଣ-ଜେଜେଙ୍କଠାରୁ ଶୁଣି ଆସିଥିବା ଗାଁର କିଛି ପୁରୁଖା ଲୋକ ଯାହା କହନ୍ତି, ତାହା ବେଶ୍‌ ରୋଚକପୂର୍ଣ୍ଣ। ସେମାନଙ୍କ କହିବା କଥା, ପଟିଆର କେଉଁ ରାଜାଙ୍କ ଶାସନ ଅମଳରେ ଏଠି ଜନବସତି ଗଢ଼ି ଉଠିଥିଲା। ଏହି ଗାଁ ଭୂଇଁରେ […]