ଦେଶ ବିଦେଶ

ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ: ୨୦୦୯ ବଜେଟ୍‌ରେ ୨୬ ରାଜ୍ୟର ନାଁ ନିଆଯାଇନଥିଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କେନ୍ଦ୍ର ବଜେଟ୍‌ ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେପି କେବଳ ଏହାର ମେଣ୍ଟ ସହଯୋଗୀ ତଥା ବିହାରରେ ଜେଡିୟୁ ଏବଂ ଆନ୍ଧ୍ରପ୍ର‌ଦେଶରେ ଟିଡିପିକୁ ସୁହାଇବା ଭଳି ବଜେଟ୍‌ ଆଣିଛି ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଲୋକସଭାରେ ବଜେଟ୍‌ ଆଲୋଚନାରେ ସୀତାରମଣ କହିଛନ୍ତି, କେବଳ ଗୋଟିଏ ରାଜ୍ୟର ନାଁ ନିଆନଯିବା ମାନେ ନୁହେଁ ଯେ ବଜେଟ୍‌ରେ ଏହାକୁ କିଛି ମିଳିନାହିଁ। […]

ଦେଶ ବିଦେଶ

୪୮ ଘଣ୍ଟାରେ ୫୭୨ ମିଲିମିଟର ବର୍ଷା: ଆଗୁଆ ସ୍ଥାନାନ୍ତର ପାଇଁ ବଞ୍ଚିଗଲେ ବହୁ ଲୋକ

ୱାୟନାଡ଼: କେରଳର ୱାୟନାଡ଼ ଜିଲ୍ଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଫଳନର କେନ୍ଦ୍ରବିନ୍ଦୁରେ ୨୪ ଘଣ୍ଟା ମଧ୍ୟରେ ୫୭୨ ମିଲିମିଟର ବର୍ଷା ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଯେଉଁ ସ୍ଥାନରେ ୨୪ ଘଣ୍ଟାରେ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହୁଏ ତାହାକୁ ଅତ୍ୟନ୍ତ ପ୍ରବଳ ବର୍ଷା କୁହାଯାଇଥାଏ। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ କହିବାନୁଯାୟୀ, ପ୍ରଥମ ୨୪ ଘଣ୍ଟାରେ ୨୦୦ ମିଲିମିଟର ଏବଂ ତାହା ପରର ୨୪ ଘଣ୍ଟାରେ ୩୭୨ ମିଲିମିଟର ବର୍ଷା ହୋଇଥିଲା। ମୁଣ୍ଡାକ୍କାଇର ପୁଞ୍ଚିରିଭଟ୍ଟମ ଥିଲା […]

ଦେଶ ବିଦେଶ

ଅତୀତର ୬ଟି ବଡ଼ ଭୂସ୍ଖଳନ: ‘ଆରବ ସାଗରର ଉଷ୍ମତା ହିଁ କାରଣ’

କେଦାରନାଥ, ଉତ୍ତରାଖଣ୍ଡ (୨୦୧୩) : ୨୦୧୩ ଜୁନ୍‌ରେ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହୋଇ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଭାରତ ଇତିହାସରେ ସବୁଠାରୁ ବଡ଼ ଭୂସ୍ଖଳନ ଥିଲା। ଏହି ଭୂସ୍ଖଳନରେ ୪,୨୦୦ରୁ ଅଧିକ ଗାଁ ଧୋଇ ହୋଇଯାଇଥିଲା।ମାଲିନ, ମହାରାଷ୍ଟ୍ର (୨୦୧୪) : ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ମାଲିନରେ ଭୂସ୍ଖଳନ ହୋଇ ୧୫୧ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଘର ଭାସି ଯାଇଥିଲା।ଶିଲଂ , ମେଘାଳୟ (୨୦୧୧) : ମେଘାଳୟର […]

ଦେଶ ବିଦେଶ

ୱାୟନାଡ଼ ଭୂସ୍ଖଳନ: ଦୁଃଖ ପାଲଟିଲା ଚେଲିୟାର ନଦୀ

ତିରୁଅନନ୍ତପୁରମ: କେରଳର ଚେଲିୟାର ଆଜି ଦୁଃଖର ନଦୀରେ ପରିଣତ ହୋଇଛି। ପ୍ରକୃତିର ତାଣ୍ଡବରେ ଆଜି ବହୁ ଲୋକ ଚେଲିୟାର ନଦୀରେ ଭାସିଯାଇଛନ୍ତି। କେରଳର ମଲ୍ଲାପୁରମରେ ଅତ୍ୟନ୍ତ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଭୂସ୍ଖଳନରେ ପ୍ରାୟ ୨୬ ଜଣ ଲୋକଙ୍କ ମରଶରୀର ମାଲ୍ଲାପୁରମର ଚେଲିୟାର ନଦୀର ବିଭିନ୍ନ ଅଂଶରେ ‌ଭାସୁଥିବା ଦେଖିବାକୁ ମିଳିଛି। ଏହି ମରଶରୀରଗୁଡ଼ିକୁ ଉଦ୍ଧାରକାରୀ ଦଳ ନଦୀରୁ ବାହାର କରିଛନ୍ତି। ନଦୀ କୂଳରୁ ମଣିଷ ହାତ, ଗୋଡ଼ ଏବଂ ମୁଣ୍ଡ ମିଳୁଛି। ଏପରିକି ଜଣେ ୩ […]

ଦେଶ ବିଦେଶ

ଇରାନରେ ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା

ନୂଆଦିଲ୍ଳୀ: ବୁଧବାର ସକାଳେ ତେହେରାନରେ ତାଙ୍କ ବାସଭବନକୁ ଟାର୍ଗେଟ କରାଯିବା ପରେ  ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନାନୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତିରେ କହିଛି। ଏହି ବିବୃତି ରେଉଟର୍ସରେ ପୋଷ୍ଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଗାଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା ପାଲେଷ୍ଟାଇନର ସଂଗଠନ ହମାସ କହିଛି ଯେ ଇସ୍ରାଏଲ ଆକ୍ରମଣରେ ତେହେରାନରେ ଥିବା ତାଙ୍କ ବାସଭବନରେ ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ଦିନ […]

ରାଜ୍ୟ

ବରପୁତ୍ରଙ୍କ ନାମରେ ଯୋଜନା ନାମକରଣ କ’ଣ ନେମ୍‌ ଚେଞ୍ଜର୍‌ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦରଦାମ ନିୟନ୍ତ୍ରଣ ନକରି ସରକାର ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଆରୋପ ଲଗାଇଥିଲେ। ସେପଟେ ବିଜେଡି ସରକାରର ଅପରାଗତାକୁ ଦାୟୀ କରିଥିଲେ ଶାସକ ଦଳ। ‘ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ। ଲୋକେ ହନ୍ତସନ୍ତ। ସରକାର ନୀରବଦ୍ରଷ୍ଟା’ ଶୀର୍ଷକ ବିଷୟବସ୍ତୁ ଉପରେ ମୁଲତବୀ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ […]

ରାଜ୍ୟ

ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ବାପା-ମା’ ପିଇଲେ ବିଷ

ପାଟପୁର: ଚାକିରି କରାଇଦେବା ନାଁରେ ପୁଅ ବେ‌କାର ଯୁବକଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଗଲା। ଆଉ ଠକେଇର ଶିକାର ହୋଇଥିବା ସହ ଚାକିରି ପାଇ ନଥିବାରୁ ପ୍ରତିଦିନ ଘରଦାଣ୍ଡକୁ ଲୋକ ଆସି ଗାଳିଗୁଲଜ କରିବା ସହ ଟଙ୍କା ମାଗୁଥି‌ଲେ। ପୁଅର ଏଭଳି କାରନାମା ଓ ଅପମାନ ଶେଷରେ ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ବାପା-ମା’ ବିଷ ପିଇଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ମୃତ୍ୟୁ ସହ […]

ରାଜ୍ୟ

ଆଜିଠୁ ବଡ଼ ବର୍ଷା, ବନ୍ୟା ଆଶଙ୍କା: ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ମଙ୍ଗଳବାର ସକାଳେ ଝାଡ଼ଖଣ୍ତ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଅଗଷ୍ଟ ୧ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ୨ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ତ ଉପରେ ଏବଂ ୩ ତାରିଖରେ ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ସକ୍ରିୟ ରହି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର […]

ରାଜ୍ୟ

ମହଙ୍ଗା ପଡ଼ିଲା ମହିଳା ଇନ୍‌ସ୍ପେକ୍ଟରଙ୍କ ଘରେ ହଙ୍ଗାମା: ହୋମ୍‌ଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ

ଭୁବନେଶ୍ବର: ଜଣେ ବିବାହିତା ମହିଳା ଇନ୍‌ସ୍ପେକ୍ଟରଙ୍କ କ୍ବାର୍ଟର୍ସରେ ଧସେଇ ପଶି ତାଙ୍କୁ ବିବାହ କରିବାକୁ ଜିଦ୍‌ କରି ହଙ୍ଗାମା କରିବା ମାମଲା ଆଇପିଏସ୍‌ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଏକପାଖିଆ ପ୍ରେମ ମାମଲାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଶେଷରେ ତାହା ପଦାକୁ ଫୁଟି ବାହାରିଛି। ଏଭଳି ଅଶୋଭନୀୟ ଆଚରଣ ପାଇଁ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ (ରାଜେଶ ପଣ୍ଡିତ ଭାବେ ଜଣାଶୁଣା)ଙ୍କୁ କର୍ତ୍ତବ୍ୟରୁ […]

ରାଜ୍ୟ

ହାୱଡ଼ା-ମୁମ୍ବାଇ ମେଲ୍‌ ଲାଇନ୍‌ଚ୍ୟୁତ: ମୃତ ୨ ଯାତ୍ରୀ ରାଉରକେଲାର, ୨୫ ମିନିଟ୍‌ ପୂର୍ବରୁ ଟାଟାରୁ ଚଢ଼ିଥିଲେ

ରାଉରକେଲା: ହାୱଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଯାତ୍ରୀ ରାଉରକେଲା ସହରର। ମୃତକ ଦୁହେଁ ହେଲେ ମାଲଗୋଦାମ ସର୍ଦ୍ଦାର ବସ୍ତିର ଅଜିତ ସାମଲ ଓରଫ୍‌ ଲୁବା (୩୬) ଏବଂ ରେଲୱେ କଲୋନିର ପି. ବିକାଶ ରାଓ ଓରଫ୍‌ ଛୋଟୁ (୩୨)। ଦୁହେଁ ରବିବାର ରାଉରକେଲାରୁ କୌଣସି କାମରେ ଟାଟା ଯାଇଥିଲେ। କାମସାରି ରାଉରକେଲା ଫେରିବାକୁ ଟାଟା ଷ୍ଟେସନରୁ ଭୋର ପ୍ରାୟ ୩ଟା ୨୦ ମିନିଟ୍‌ରେ ହାୱଡା-ମୁମ୍ବାଇ ମେଲ୍‌ (୧୨୮୧୦)ରେ ଚଢ଼ିଥିଲେ। ୨୫ ମିନିଟ୍‌ ପରେ ଅର୍ଥାତ୍‌ […]