ରାଜ୍ୟ

ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଅମ୍ବାଭୋନା/ସୋର: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି, ଗୋବିନ୍ଦପୁର ଗ୍ରାମର କିଶୋରୀ ତିହିରିଆଙ୍କ ବିବାହିତା ଝିଅ ସୀତୟା ବାପଘରକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ସାରି ଶୋଇଥିବା ବେଳେ ପ୍ରଥମେ ଭାଇ ଅର୍ଜୁନ ତିହିରିଆ (୩୫ ବର୍ଷ)ଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ସେ ସାପଟିକୁ ହାତରେ ଧରି ଫୋପାଡ଼ି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ସାପଟି ଭଉଣୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ଅନ୍ତଃରାଜ୍ୟ ପୁଲିସ୍‌ ବୈଠକ

ବରଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ବରଗଡ଼ଠାରେ ଅନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ବୈଠକ ବସିଥିଲା। ନିର୍ବାଚନ ବେଳେ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକରେ ଆଲୋଚନା ହୋଇଥି‌ଲା। ଏହି ବୈଠକରେ ଉତ୍ତରାଞ୍ଚଳ ‘ଡିଆଇଜି’ ଡ. ଦୀପକ କୁମାର, ଝାରସୁଗୁଡ଼ା ‘ଏସ୍‌ପି’ ସ୍ମିଥ୍‌ ପରମାର ପୁରୁଷୋତ୍ତମ ଦାସ, ସମ୍ବଲପୁର ‘ଏସ୍‌ପି’ ମୁକେଶ ଭାମୁ, ବରଗଡ଼ ‘ଏସ୍‌ପି’ ପ୍ରହଲ୍ଲାଦ ସହାୟ ମୀନା, ସୁନ୍ଦରଗଡ଼ ‘ଏସ୍‌ପି’ ପ୍ରତ୍ୟୁଷ ଦିବାକର, କଳାହାଣ୍ଡି ‘ଏସ୍‌ପି’ ଅବିଲାଶ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ପାଣି

ଭୁବନେଶ୍ୱର: ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ | ଆଉ ମହାନଦୀରେ ପାଣି ବଢିବାକୁ ଥିବାବେଳେ ଏସଆରସି(ସ୍ୱତନ୍ତ୍ର ରିଲିଫ କମିଶନର)ଙ୍କ ପକ୍ଷରୁ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ସେହିପରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରମୁଖ ନଦୀ ସହ ଶାଖା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମହିଳାଙ୍କୁ ସାଥିରେ ନେବାକୁ ଚାହୁଁଥିଲେ ୬ ଯୁବକ; ବାଧା ଦେବାରୁ କାର୍‌ ଚଢ଼ାଇ ଭାଙ୍ଗିଦେଲେ ଦୁଇ ଗୋଡ଼

ପଞ୍ଚକୁଲା: ପଞ୍ଚକୁଲାର ସେକ୍ଟର୍‌-୯ରେ ଥିବା ଗୋଟାଏ ପ୍ରାଇଭେଟ୍‌ କ୍ଲବ୍‌ ବାହାରେ ୬ଜଣ‌ ଦୁର୍ବୃତ୍ତ ୨ଜଣ ମହିଳାଙ୍କୁ ଆକ୍ରମଣ କରି ଆହତ କରିଥିବା କଥା ପୁଲିସ କହିଛି। ଜଣେ ମହିଳାଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଛି ଏବଂ ସମ୍ପ୍ରତି ସେ ପଞ୍ଚକୁଲାର ସେକ୍ଟର୍‌ ୬ ଅନ୍ତର୍ଗତ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ବୃତ୍ତମାନେ କାର୍‌ ଚଢ଼ାଇ ଦେବାରୁ ଆଉ ଜଣେ ମହିଳାଙ୍କର ଗୋଡ଼ ଦୁଇଟି ଭାଙ୍ଗିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ୬ଜଣ ଲୋକ ୨ଟି କାର୍‌ରେ ଆସି ଉକ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ୪୧ଟି ବିଭାଗ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ଯଦି ହାଇକୋର୍ଟଙ୍କ କୌଣସି ବିଚାରରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି ତେବେ ୯୦ଦିନ ଭିତରେ ‘ସ୍ପେସିଆଲ ଲିଭ୍ ପିଟିସନ୍‌’ (ଏସ୍‌ଏଲ୍‌ଭି) ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ। କିନ୍ତୁ ଏହି ସମୟ ଅବଧିରେ ରାଜ୍ୟ ସରକାର ଏସ୍‌ଏଲ୍‌ଭି ପାଇଁ ସୁପ୍ରିମକୋର୍ଟ ଯାଉନାହାନ୍ତି। କେସ୍ ହାରିବା ପରେ ବି ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ଯେଉଁଥିପାଇଁ ଅଦାଲତ ଅବମାନନା ମାମଲା ବଢ଼ିବାରେ ଲାଗିଛି। ଏହି ମାମଲା ସଂଖ୍ୟା ୯ହଜାରରୁ ଅଧିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଏସ୍‌ଏସ୍‌ସି ଅଫିସ ସମ୍ମୁଖରେ ଆଶାୟୀଙ୍କ ଧାରଣା: ‘ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ଇସ୍ତଫା ଦିଅନ୍ତୁ’

ଭୁବନେଶ୍ବର: ପିଇଓ ପଦବି ପାଇଁ ୧୦ ଲକ୍ଷ… ଏଏସ୍ଓ ପାଇଁ ୧୮ ଲକ୍ଷ… ଟଙ୍କା ଦିଅ ଚାକିରି ନିଅ। ଏହିଭଳି ନାରା ଦେଇ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଓଡ଼ିଶାର ବେକାରୀ ଯୁବ ସମୂହ ଓ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରାର୍ଥୀସମୂହ। ଆଜି ପୂର୍ବାହ୍ନରେ ଶହ ଶହ ସଂଖ୍ୟାରେ ପ୍ରାର୍ଥୀ ଉପସ୍ଥିତ ହୋଇ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ୨୦୨୦-୨୩ ମସିହାରେ ସମସ୍ତ ପରୀକ୍ଷାକୁ ‌ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଅନଲ‌ାଇନ୍ ମାଧ୍ୟମରେ କରାଯାଉ ବୋଲି ଦାବି କରିଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଣ୍ଡକୁ ଘାରିଛି ବାହାନଗା ଭୂତ! ଫାଟକ ପାଖ​ରୁ ଦୁର୍ଘଟଣାସ୍ଥଳ ଦେଖିବା ବେଳେ ଅଘଟଣ

ବାଲେଶ୍ବର ( ରୁଦ୍ରରଂଜନ ଶେଜପଡ଼ା): ବାହାନଗା ଟ୍ରେନ୍‌-ଟ୍ରାଜେଡିର ଭୟଙ୍କର ଚିତ୍ର ଏବେ ବି ଲୋକଙ୍କ ମନରୁ ଯାଇନି। ଟ୍ରେନ୍‌ରେ ଯାତାୟାତ କରୁଥିବା ଯାତ୍ରୀମାନେ ବାହାନଗା ଷ୍ଟେସନ୍‌ ଆସିବା ମାତ୍ରେ ଦୁର୍ଘଟଣାସ୍ଥଳ ଦେଖିବା ପାଇଁ ଅହେତୁକ ଉତ୍କଣ୍ଠା ପ୍ରକାଶ କରୁଛନ୍ତି। କିଏ ଟ୍ରେନ୍‌ କବାଟ ପାଖରେ ଛିଡ଼ା ହୋଇ ମୋବାଇଲ୍‌ରେ ଦୁର୍ଘଟଣାଗ୍ରସ୍ତ ବଗି ଓ ଷ୍ଟେସନ୍‌ର ଫଟୋ, ଭିଡିଓ ଉତ୍ତୋଳନ କରୁଛନ୍ତି ତ ଆଉ କିଏ ଝରକାରୁ ହାତ ଗଳେଇ ସେଲ୍‌ଫି ନେବାର ଦୁଃସାହସ କରୁଛନ୍ତି। ତେବେ ଜାଣତରେ ହେଉ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୬ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଏକ ପିକ୍‌ଅପ୍‌ ଭ୍ୟାନ୍‌ରୁ ୬ଶହ କେଜି ଗଂଜେଇ ଜବତ କରାଯାଇଛି। ଅବକାରୀ ଆଇଆଇସି ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି୦୭ଏଲ୍‌ ୧୧୦୨)କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଗଂଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଗଂଜେଇ ସହ ଗାଡ଼ିକୁ ଜବତ କରି ଚାଳକକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲା ଗଂଜାମ […]

ରାଜ୍ୟ

ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ତରିକତା ନାହିଁ: କାମ କରୁନି ‘ଜିରୋ କାଜୁଆଲ୍‌ଟି’

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହ। ବାତ୍ୟା ‘ମୋଚା’ ଓଡ଼ିଶା ଛୁଇଁବାର ସମ୍ଭାବନା ହିଁ ନ ଥିଲା। ତା’ସତ୍ତ୍ବେ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ କରିଥିଲା ରଣନୀତି। ବୈଠକ କରି ବିଏମ୍‌ସି ମେୟର ସୁଲୋଚନା ଦାସ ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତ୍ୟେକ ଜୋନ୍‌ ଓ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, କୌଣସି ଅଧିକାରୀ କିମ୍ବା କର୍ମଚାରୀ ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୋଟିଏ ଦିନର ବର୍ଷା […]

ରାଜନୀତି ରାଜ୍ୟ

ଆଗୁଆ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି: ରାଜନୈତିକ କାର୍ଯ୍ୟକ୍ରମକୁ ବଳ ଦେଉଛି ଅତିରିକ୍ତ ବଜେଟ୍ ପ୍ରସ୍ତୁତି

ଭୁବନେଶ୍ବର: ୨୦୨୩-୨୪ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ଏକ ବିଶାଳ ବଜେଟ୍ ପ୍ରସ୍ତୁତ କରିଛନ୍ତି। ପ୍ରଥମ ତିନିମାସରେ ୧୪.୬୩% ଅର୍ଥାତ୍ ୧୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ନିକଟରେ ରାଜ୍ୟ କ୍ୟାବିନେଟ୍‌ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ମୋହର ଲଗାଇଛନ୍ତି, ଯେଉଁଥିରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ପ୍ରତି ପଞ୍ଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଲାଗି ବ୍ଲକସ୍ତରରେ ତନାଘନା ହେଲାଣି। ଏହାକୁ ‘ଗେମ୍ ଚେଞ୍ଜର’ […]