ଆଉ ୨୪ଘଣ୍ଟା ବନ୍ୟା ପ୍ରକୋପ: ମହାନଦୀ ଫୁଲିଲା, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା
ଭୁବନେଶ୍ବର: ମହାନଦୀ ତଳମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ୫ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ସନ୍ଧ୍ୟାରେ ରିପୋର୍ଟ ଲେଖା ହେବା ବେଳକୁ ମହାନଦୀର ଖଇରମାଳ ଠାରେ ୪.୭୨ଲକ୍ଷ କ୍ୟୁସେକ୍ ଏବଂ ବରମୂଳରେ ୭.୮୬ଲକ୍ଷ କ୍ୟୁସେକ୍ ଓ ମୁଣ୍ଡଳିରେ ୯ଲକ୍ଷ ୧୮ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଖଇରମାଳ ଓ ବରମୂଳ ଠାରେ ପାଣି କମୁଛି ଏବଂ ମୁଣ୍ଡଳିରେ ଜଳ ପ୍ରବାହ ସ୍ଥିର ଅଛି। ତେଣୁ ଆସନ୍ତା ୨୪ଘଣ୍ଟା ଗୁରୁତ୍ବପୂର୍ଣ୍ଣ। […]









