ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୀନ୍‌ରେ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା: ଦିନକୁ ସର୍ବାଧିକ ୨ ଘଣ୍ଟା

ବେଜିଂ: ଚୀନ୍‌ର ଇଣ୍ଟରନେଟ୍‌ ୱାଚ୍‌ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ ଅନ୍‌ଲାଇନ ଗେମ୍‌ରେ ପିଲାମାନେ ଚିନ୍ତାଜନକ ଭାବେ ଅଧିକ ସମୟ ବିତାଉଥିବାରୁ ଏବଂ ନିଶାଗ୍ରସ୍ତ ହୋଇପଡ଼ୁଥିବାରୁ ଏପରି ନିୟମ ପ୍ରଣୟନ କରାଯାଇଛି। ଚୀନ୍‌ର ସାଇବରସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ ବୁଧବାର ଏହାର ୱେବ୍‌ସାଇଟ୍‌ରେ ଏକ ଚିଠା ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ ପିଲାମାନେ ମୋବାଇଲରେ ବ୍ୟବହାର କରୁଥିବା ଅଧିକାଂଶ ଇଣ୍ଟରନେଟ୍ ସେବା ରାତି ୧୦ଟାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩: କ’ଣ ଭୂମିକା ରହିଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର?

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷଭ୍ରମଣ ସମାପ୍ତ କରି ମଙ୍ଗଳବାର ଚନ୍ଦ୍ରର ନିକଟତର ହୋଇଥଛି। ଏହି ମିସନଟି ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୨ ଯେଉଁ କ‌ାର୍ଯ୍ୟ କରିବାରେ ବିଫଳ ହୋଇଥିଲା, ସେଥିରେ ସଫଳତା ପାଇବା ହେଉଛି ଏହି ପରବର୍ତ୍ତୀ ମିସନର ଲକ୍ଷ୍ୟ। ଏହି ମହାକାଶଯାନରେ ସ୍ୱଦେଶୀ ପ୍ରପଲ୍‌ସନ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ଏକ ରୋଭର ରହିଛି। ପ୍ରପଲ୍‌ସନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାଡର ପୁନର୍ବିନ୍ୟାସ ଦାବି ଜୋର ଧରିଲା: ଆନ୍ଦୋଳନ କରିବ କୃଷି ସେବା ସଂଘ

ଭୁବନେଶ୍ବର: ୨ ବର୍ଷ ଧରି କୃଷି ସେବା କ୍ୟାଡର ପୁନର୍ବିନ୍ୟାସ ପାଇଁ ବାରମ୍ବାର ଦାବି ପରେ ପ୍ରକ୍ରିୟା ଆରମ୍ଭ ହେଲା। ରାଷ୍ଟ୍ରୀୟ କୃଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ ପକ୍ଷରୁ ଗଠିତ କମିଟି ଜୁଲାଇ ୧୪ ତାରିଖରେ କ୍ୟାଡର ପୁନର୍ବିନ୍ୟାସ ପାଇଁ ସୁପାରିସ କଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନେଇନାହାନ୍ତି। ବରଂ ସୁପାରିସ ପତ୍ରକୁ ଶୀତଳ ଭଣ୍ଡାରକୁ ପକାଇ ଦେଇଥିବା ନେଇ କୃଷି ସେବା ସଂଘ ଅଭିଯୋଗ କରିଛି। ଏହାକୁ ନେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ବର୍ଜ୍ୟବସ୍ତୁରୁ ଉପକରଣ, ରୋଜାଲିଙ୍କୁ ଦେଇଛି ରୋଜଗାର

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିମୁଣ୍ଡିଆ ଗ୍ରାମର ରୋଜାଲି ବାଡ଼ତ୍ୟା (୧୯)ଙ୍କୁ ରୋଜଗାର ଦେଇଛି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଭିନ୍ନ ଉପକରଣ। ଅବ୍ୟବହୃତ ବର୍ଜ୍ୟ ସାମଗ୍ରୀକୁ ବ୍ୟବହାର କରି ରୋଜାଲି ସୁନ୍ଦର ସୁନ୍ଦର ଘରକରଣା ଉପକରଣ ଓ ଖେଳଣା ତିଆରି କରି ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କ ପରିବାର ଚଳୁଛି। ୟୁ-ଟ୍ୟୁବ୍ ମାଧ୍ୟମରେ ସେ ଏହି କୌଶଳ ଶିକ୍ଷାଲାଭ କରିଥିବା ବେଳେ ପ୍ଲାଷ୍ଟିକ୍‌ ବୋତଲ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଫଳ ପତ୍ନୀଙ୍କ ସହଯୋଗୀ ବନିଲେ ସ୍ବାମୀ, ଛାଡ଼ିଲେ ମିସ୍ତ୍ରି କାମ

ଶ୍ରୀନିବାସ ପାଇକରାୟହରିଚନ୍ଦନପୁର: ସ୍ବାମୀ ରାଜମିସ୍ତ୍ରି ଥିଲେ। ସ୍ବଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସମସ୍ୟା ହେଉଥିଲା। ସ୍ବାମୀଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସ୍ତ୍ରୀ ଦମୟନ୍ତୀ। ଆରମ୍ଭ କରିଥିଲେ ପରିବା ଚାଷ। ଏହା ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଲା। ପରିବା ଚାଷରୁ ଦୟମନ୍ତୀ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଏହା ତାଙ୍କୁ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମଦା ଗ୍ରାମର ଗୋବିନ୍ଦ ନାୟକଙ୍କ ପତ୍ନୀ ଦମୟନ୍ତୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋୟର ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ! ଜଳସମାଧି ନେଲେ ୯ ଗାଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ନିମ୍ନ ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ ହୋଇଛି। ବଲାଙ୍ଗୀର ନିକଟ ମାଗୁରବେଡ଼ାଠାରେ ନଦୀଶଯ୍ୟାରେ ଡ୍ୟାମ୍‌ ନିର୍ମାଣ ହେବା ପରେ ଆଜି ପ୍ରଥମ ବନ୍ୟାଜଳକୁ ଏଠାରେ ଅଟକାଇବା ପାଇଁ ପ୍ରକଳ୍ପ ସମର୍ଥ ହୋଇଛି। ଗତ ଦୁଇଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାର ବିଭିନ୍ନ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏହି ପରିପ୍ରେକ୍ଷୀରେ ନିମ୍ନ ସୁକତେଲ ନଦୀରେ ଆସିଥିବା ବନ୍ୟାପାଣି ଜଳଭଣ୍ଡାରରେ ଗଚ୍ଛିତ ରହିବା ଫଳରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓସିପିଏଲ୍ କର୍ତ୍ତୃପକ୍ଷଙ୍କ ମୁନାଫା ନିଶା: ଓପିଜିସିର କ୍ଷତି ୧୨୭.୩୩ କୋଟି

ଭୁବନେଶ୍ବର: ଆମେରିକୀୟ କମ୍ପାନି ଏଇଏସ୍‌ର ଅଂଶଧନ (୪୯%) ପ୍ରତ୍ୟାହୃତ ପରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଏବେ ଶତ ପ୍ରତିଶତ ସରକାରୀ ସଂସ୍ଥା। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ମନୋହରପୁର କୋଇଲା ଖଣି ପରିଚାଳନା ନାମରେ ଓପିଜିସିକୁ ଅଯଥାରେ ବ୍ୟାପକ କ୍ଷତି ବୋଝ ଦେଇ ଆସୁଥିବା ଓସିପିଏଲ୍ ଆଉ କାର୍ଯ୍ୟକ୍ଷମ ରହିବ କାହିଁକି? ଏହାର ଯଥାର୍ଥତାକୁ ନେଇ ଅର୍ଥନୀତିଜ୍ଞ ଓ ବିଦ୍ୟୁତ ସମୀକ୍ଷକମାନେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ସରକାର ଏ ଯାଏ ନିରବ। ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ମାଓବାଦୀଙ୍କ ସହିଦ ସପ୍ତାହ: ରାୟଗଡ଼ାରେ ଘଟିନି କୌଣସି ହିଂସା

ରାୟଗଡ଼ା: ଜୁଲାଇ ୨୮ତାରିଖରୁ ଆରମ୍ଭ ହୋଇଥିବା ମାଓବାଦୀଙ୍କ ସହିଦ ସପ୍ତାହ ଆଜି ଶେଷ ହୋଇଛି। ରାୟଗଡ଼ା ଜିଲ୍ଲାରେ ଯଦିଓ ମାଓବାଦୀଙ୍କ ଗତିବିଧି ରହିଛି କିନ୍ତୁ ଏହି ସପ୍ତାହକ ମଧ୍ୟରେ କୌଣସି ପ୍ରକାର ହିଂସା ଘଟାଇବାକୁ ସୁଯୋଗ ପାଇନାହାନ୍ତି। କଡ଼ା ସୁରକ୍ଷା ବଳୟକୁ ଭେଦ କରିବା ମାଓବାଦୀଙ୍କ ପାଇଁ ସମ୍ଭବ ହୋଇନଥିବା କୁହାଯାଉଛି। ଯାହା ସୁରକ୍ଷା କର୍ମୀଙ୍କ ମନୋବଳକୁ ବଢ଼ାଇଛି। ବହୁ ପୂର୍ବରୁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ଘୋଷଣା କରିଥିଲେ। ତେଣୁ ଏହି ସପ୍ତାହରେ ମାଓବାଦୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଆସୁଛନ୍ତି ଅମିତ ଶାହ: ଲୋକସେବା ଭବନରେ ନବୀନଙ୍କ ସହ ବସିବେ

ଭୁବନେଶ୍ବର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କାଲି (ଶୁକ୍ରବାର) ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଘଣ୍ଟାଏ ଧରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସୌଧ ଛାତରୁ ଦିଶୁଛି ଘର, ଭୋକରେ ବରମୁଣ୍ଡାର କେଦାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯାଇ ପାରିଲାନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ସବୁ ରାଜ୍ୟବାସୀଙ୍କ ପେଟକୁ ଅତିକମ୍‌ରେ ମୁଠେ ଖାଦ୍ୟ ଯୋଗାଇ ଦିଆ ଯାଉଥିବା ଦାବି ହେଉଛି। ମାତ୍ର ଖୋଦ ରାଜଧାନୀର ବରମୁଣ୍ଡା ଗାଁରେ ଏକ ଭଙ୍ଗାଘରେ ଅର୍ଧାହାରରେ ଜୀବନ କାଟୁଥିବା କେଦାର ସେନାପତି (୬୦)ଙ୍କୁ ଦେଖିଲେ, ଏହି ଦାବିର ସତ୍ୟତାକୁ ନେଇ […]