କଟକର ପ୍ରଥମ ମେୟର୍ ନିବେଦିତା ପ୍ରଧାନଙ୍କ ପରଲୋକ
କଟକ: କଟକ ପୌରନିଗମର ପ୍ରଥମ ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି। ଗୁରୁବାର ଅପରାହ୍ଣରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ତାଙ୍କୁ ୬୦ବର୍ଷ ହୋଇଥିଲା। ଦେଢ଼ ବର୍ଷ ହେଲା ଅସୁସ୍ଥ ହୋଇ ନିୟମିତ ଚିକିତ୍ସାରେ ରହୁଥିବା ନିବେଦିତାଙ୍କୁ କିଛି ଦିନ ତଳେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ଣରେ ତାଙ୍କ ମୃତ୍ୟୁ ଘଟିଥିଲା। ପରଲୋକ ପରେ ତାଙ୍କ ମରଶରୀରକୁ […]









