ରାଜ୍ୟ ସ୍ପେଶାଲ ରିପୋର୍ଟ

ପଡ଼ୋଶୀ ଘରୁ ଟିଭି ଦେଖି ଫେରୁଥିଲା ନାବାଳିକା ଶାଳୀ, ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କଲା ଭିଣୋଇ!

ବେତନଟୀସଦର: ପଡ଼ୋଶୀ ଘରୁ ସନ୍ଧ୍ୟା ସମୟରେ ଟିଭି ଦେଖି ଘରକୁ ଫେରୁଥିବା ବେଳେ ନାବାଳିକା ଶାଳୀ ଦୁଷ୍କର୍ମର ଶିକାର ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଞ୍ଚଳରୁ ସଂପର୍କୀୟ ଭିଣୋଇଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଗାଁର ପୁନ ସିଂ (୩୫)। ପ୍ରାପ୍ତ ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଇଲାକାର ଜନୈକା ୧୬ ବର୍ଷ ବୟସର ନାବାଳିକା ଶାଳୀ ପଡ଼ୋଶୀ ଘରକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋଚରକୁ କବ୍‌ଜା କରୁଛନ୍ତି ମାଫିଆ: ପାଲଟିଲାଣି ମାଙ୍କଡ଼ାପଥର ଖଣି

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ ଅଞ୍ଚଳରେ ଗୋଚରକୁ ନେଇ ସଂକଟ ଦେଖାଯାଇଛି। ଅଧିକାଂଶ ଗୋଚର ଜମି ଏବେ ମାଫିଆଙ୍କ କବ୍‌ଜାକୁ ଚାଲିଗଲାଣି। ଏପରିକି ଅନେକ ଗୋଚର ଜମିରେ ମାଙ୍କଡ଼ା ପଥର ଖଣି ଖୋଳାଯାଇଥିବା ଦେଖିବାକୁ ମିଳୁଛି। ଉଭୟ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଧୀନରେ ଥିବା ଶହଶହ କାଜୁ ବଗିଚା ସମେତ ଗୋଚରଜମି ଏବେ ଖଣି ମାଫିଆଙ୍କ କବ୍‌ଜାରେ ରହିଛି। ବିଭାଗୀୟ ଉଦାସୀନତା ଯୋଗୁଁ ଏହି ଜମିଗୁଡ଼ିକ ମାଫିଆମାନଙ୍କ ହାତରେ ରହିଥିବାବେଳେ ଦୈନିକ ସରକାରଙ୍କର ବିପୁଳ ରାଜସ୍ୱହାନୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଡ଼କ ସୁରକ୍ଷା ନିୟମକୁ ଫୁ: ସଡ଼କ ଦୁର୍ଘଟଣାରେ ୬ ବର୍ଷରେ ଗଲାଣି ୬୦୨ ଜୀବନ

ନୟ‌ାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ, ରାଜ୍ୟ ରାଜପଥରେ ବେଆଇନ ଭାବେ ଭାରୀଯାନ ପାର୍କିଂ ହେଉଛି। ନୟାଗଡ଼-ଓଡ଼ଗାଁ ରାସ୍ତାର ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟ ପାର୍ଶ୍ବ ରାସ୍ତା ହେଉ କି ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ରାସ୍ତା, ଇଟାମାଟି ଛକ, ହରେକୃଷ୍ଣପୁର ଆଦି ଅଞ୍ଚଳରେ ରାସ୍ତାପାର୍ଶ୍ବରେ ଟ୍ରକ୍‌, ହାଇୱାଠାରୁ ନେଇ ନାନା ପ୍ରକାର ଭାରୀଯାନ ପାର୍କିଂ ହେଉଛି। ବିଶେଷକରି ନୟାଗଡ଼ ସହର‌ରେ ଏଭଳି ବେଆଇନ ପାର୍କିଂ ସୀମା ଟପିଲାଣି, ଦିନ ଦିନ ଧରି ଏହି ଗାଡ଼ିକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁକ୍ତା ଯୋଜନା: ଖର୍ଚ୍ଚ ହେବ ୧୪କୋଟି ୮୩ଲକ୍ଷ, ପୁଷ୍କରିଣୀ ପୁନରୁଦ୍ଧାର, ମୁକ୍ତାକାଶ ଜିମ୍‌, ପାର୍କକୁ ଗୁରୁତ୍ବ

ପୁରୀ: ମୁକ୍ତା ଯୋଜନାରେ ବଦଳିବ ସହରର ଦୃଶ୍ୟପଟ୍ଟ। ଅଲୋଡ଼ା ସ୍ଥାନ ପାଲଟିବ ପାର୍କ। ଜାଗା ଘରଠାରୁ ନେଇ ଜିମ୍‌ ଓ ୱାଲ ପେଣ୍ଟିଂଠାରୁ ନେଇ ପୁଷ୍କରିଣୀ। ଡ୍ରେନ୍‌ଠାରୁ ନେଇ ଶୌଚାଳୟ ପର୍ଯ୍ୟନ୍ତ ଉନ୍ନତୀକରଣ କରାଯିବ। ସମସ୍ତ ୩୨ଟି ୱାର୍ଡରେ ଏହି ଉନ୍ନତୀକରଣ କାର୍ଯ୍ୟ କରାଯିବ। ମୁକ୍ତା ଯୋଜନାରେ ସମୁଦାୟ ୧୪କୋଟି ୮୩ ଲକ୍ଷ ୭ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମସ୍ତ କାମ ସ୍ବୟଂ ସହାୟକ ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଗଠନ ମାଧ୍ୟମରେ କରାଯିବ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ

ଭାପୁର: ଭାପୁର ବ୍ଲକ୍‌ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍‌ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା ଉଭାନ୍‌ ହୋଇ ଗଲାଣି। ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି, ଯାହାକୁ ନେଇ କୃଷକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଲେଣି। ସୂଚନା ଅନୁଯାୟୀ, ଭାପୁର […]

ରାଜ୍ୟ

ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣରେ ଅନିୟମିତତା: ମୁଣ୍ଡା ସିମେଣ୍ଟରେ ହେଉଛି ଢଳେଇ

ନୂଆଗାଁ: ମୁଣ୍ଡା ସିମେଣ୍ଟରେ ବେପରୁଆ ଭାବେ ଚାଲିଛି ଢଳେଇ କାମ। କାର୍ଯ୍ୟସ୍ଥଳୀକୁ ନା ଠିକାଦାର, ନା ଯନ୍ତ୍ରୀ କେହି ବି ଆସୁନାହାନ୍ତି। ବ୍ଲକ୍‌ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟ କିଭଳି ଭାବେ ନିମ୍ନମାନର ହେଉଛି ତାର ଏକ ଝଲକ ଦେଖିବାକୁ ମିଳିଛି। ଏହି କାର୍ଯ୍ୟ କୌଣସି ଅପନ୍ତରିଆ ଅଞ୍ଚଳରେ ହେଉନାହିଁ, ବରଂ ବ୍ଲକ୍‌ ସଦରମହକୁମାରେ ଚାଲିଛି। ଆଜି ସକାଳେ ସ୍ଥାନୀୟ ଲୋକଙ୍କ ନଜର ପଡ଼ିବାରେ ଏ ନେଇ ଅଭିଯୋଗ ହେବା ପରେ କାମ ବନ୍ଦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପଦସଂକୁଳ ପୋଲ, ବାଉଁଶ ବାଡ଼ା ଭରସା

ପୁରୀ: ଭାର୍ଗବୀର ଭରା ନଈ ଉପରେ ଯାଇଥିବା ପୋଲ ବିପଦସଙ୍କୁଳ ଘୋଷଣା ହୋଇଛି। ମାତ୍ର ଯାତାୟାତର ଅନ୍ୟ ବିକଳ୍ପ ନଥିବାରୁ ବାସିନ୍ଦାମାନେ ଏହି ପୋଲ ଉପରେ ଯାତାୟାତ କରୁଛନ୍ତି। ପୋଲ ତଳ ଭାଗ ଭାଙ୍ଗି ଦୁର୍ବଳ ହୋଇଗଲାଣି। ପୋଲ ଅଣ ଓସାରିଆ ହୋଇଥିବା ବେଳେ ଯାତାୟାତ ପାଇଁ ଯଥେଷ୍ଟ ସ୍ଥାନ ନାହିଁ। ଅନ୍ୟପକ୍ଷରେ ପୋଲର ଦୁଇ ପାର୍ଶ୍ବରେ ନିର୍ମିତ କଂକ୍ରିଟ୍‌ ବାଡ଼ା ଭାଙ୍ଗିରୁଜିଗଲାଣି। ବହୁ ପୁରୁଣା ପୋଲ ହୋଇଥିବାରୁ ଅଧିକାଂଶ ସ୍ଥାନରେ ବାଡ଼ା ଭାଙ୍ଗି ଯାଇଥିବା ବେଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍‌ ପାଲଟିଛି ଗୋଦାମ, ରୋଗୀଙ୍କ ପାଇଁ ନିଘା ନାହିଁ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର କ୍ୟାବିନ୍‌ ଗୋଦାମରେ ପରିଣତ ହୋଇଛି। ଏଠାରେ ଚିକିତ୍ସାଳୟରେ ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକା ସଂସ୍ଥାର ସିମେଣ୍ଟ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। ରୋଗୀଙ୍କ ସ୍ବାର୍ଥକୁ ପଛରେ ପକାଇ ସ୍ବତନ୍ତ୍ର କ୍ୟାବିନ୍‌କୁ ଗୋଦାମ କରିବା ପଛର ଉଦ୍ଦେଶ୍ୟ କ’ଣ ବୁଝ‌ା ପଡ଼ୁନାହିଁ। ଯେଉଁ ରୋଗୀ ସାଧାରଣ ୱାର୍ଡରେ ନରହି ଆବଶ୍ୟକୀୟ ଦେୟ ଦାଖଲ କରି ସ୍ବତନ୍ତ୍ର କ୍ୟାବିନ୍‌ରେ ରହିବାକୁ ଚାହୁଥିଲେ , ସେମାନଙ୍କୁ […]

ଅପରାଧ ରାଜ୍ୟ

ବେପାରୀ ଖସୁଛନ୍ତି, ନିଶାଡ଼ି ଫସୁଛନ୍ତି: ବ୍ରାଉନ୍‌ସୁଗାର୍‌ ଆଁରେ ନୟାଗଡ଼, ପାଞ୍ଚ ବର୍ଷରେ ୧୯୦ ଗିରଫ

ନୟାଗଡ଼: ମାତ୍ର ୫ ବର୍ଷରେ ନୟାଗଡ଼ ଜିଲ୍ଲାରେ ବ୍ରାଉନ୍‌ସୁଗ‌ାର୍‌ କାୟା ବିସ୍ତାର କଲାଣି। ମଦ, ଗଞ୍ଜେଇ ଯେଭଳି ଗଳିକନ୍ଦିରେ ମିଳେ, ବ୍ରାଉନ୍‌ସୁଗାର୍‌ ମଧ୍ୟ ସେହିଭଳି ଉପଲବ୍ଧ ହେଲାଣି। ଏହି ମାରାତ୍ମକ ନିଶା ଥରେ ସେବନ କଲେ ଛାଡ଼ିବା ଅସମ୍ଭବ। ଅଧିକାଂଶ ଯୁବକ ଏହି ନିଶା ମାୟାରେ ପଡ଼ିଥିବା ବେଳେ, ଏହାକୁ ଖାଇବାକୁ ଚୋରି, ଲୁଟ୍‌ ଭଳି ଘଟଣା ଘଟାଇବାକୁ ମଧ୍ୟ ଏମାନେ ପଛାଉନାହାନ୍ତି। ବ୍ରାଉନ୍‌ସୁଗାର୍‌ କ‌ାରବାର ଉପରେ ରୋକ୍‌ ଲଗାଇବାକୁ ତତ୍କାଳୀନ ଏସ୍‌ପି ସିଦ୍ଧାର୍ଥ କଟାରିଆ ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର: ଟଙ୍କା ଅଣ୍ଟୁନିର ଆଳ ଦେଖାଇ ବନ୍ଧ୍ୟାକରଣ ଧିମା

ପୁରୀ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେ‌ଳେ ବାଇକ୍‌ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲାକୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏବେ ଘରେ ପଶି ଲୋକଙ୍କୁ ଆକ୍ରମଣ କଲେଣି। ଆଜି କୁକୁର ଆକ୍ରମଣରେ ଏକ ପରିବାରର ଦୁଇଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାରର ମହିଳା ସଦସ୍ୟା ଭୟରେ ସାରା ଦିନ ଘର ବାହାରେ ବିତାଇଛନ୍ତି। ପ୍ରାଣୀ ଚିକିତ୍ସାଳୟର ସଦସ୍ୟମାନେ ଆସି କୁକୁରକୁ […]