ଦାଦନ ଦୁଃଖ: ବେଙ୍ଗାଲୁରୁରେ କନ୍ଧମାଳ ଶ୍ରମିକ ମୃତ; ପ୍ରଶାସନ ସହଯୋଗ ମିଳିଲାନି, ୫ ଦିନ ପରେ ଆସିଲା ଶବ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାକୁ ଛାଡ଼ୁନି ଦାଦନ ଦୁଃଖ। ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ପଞ୍ଚାୟତ ପୁକୁଲିଙ୍ଗିଆ ଗ୍ରାମର କୃଷ୍ଣ ପ୍ରଧାନ (୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ସୁଦୂର ବେଙ୍ଗାଲୁରୁରେ ମୃତ୍ୟୁ ହୋଇଛି। ତେବେ ପରିବାର ଲୋକେ ଶବକୁ ଗ୍ରାମକୁ ଆଣିବାକୁ ସକ୍ଷମ ନଥିବା ବେଳେ ପ୍ରଶାସନକୁ ଅନୁନୟ ବିନୟ ହେବା ସତ୍ତ୍ବେ କୌଣସି ସହଯୋଗ ମିଳିଲାନି। ଶେଷରେ ମୃତ୍ୟୁର ୫ ଦିନ ପରେ ଆଜି କୃଷ୍ଣଙ୍କ ଶବ ଗାଁରେ ପହଞ୍ଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର […]









